Advertisment

Sheikh Hasina: ନାଲି ଆଖି ଦେଖାଇ ହସିନାଙ୍କୁ ମାଗିଲା ବାଂଲାଦେଶ, ଭାରତ ଦେଲା ଏମିତି ଜୀବନ

ବାଂଲାଦେଶ ଛାଡ଼ିବା ପରଠାରୁ ଅର୍ଥାତ ୨୦୨୪ ଅଗଷ୍ଟ ମାସରୁ ହସିନା ଭାରତରେ ଥିବା କୁହାଯାଉଛି। ତେଣୁ ଆଜି ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଗୋଟିଏ ଚିଠି କରି ଭାରତକୁ ନାଲି ଆଖି ଦେଖାଇ ହସିନାଙ୍କୁ ମାଗିଛି।

author-image
Hemant Lenka
Hasina12

ଶେଖ ହସିନା

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ତୁରନ୍ତ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶ ପକ୍ଷରୁ ଭାରତକୁ କୁହାଯାଇଛି। ଦ୍ୱିପାକ୍ଷିକ ପ୍ରତ୍ୟର୍ପଣ ଚୁକ୍ତି ଅନୁସାରେ ଭାରତକୁ ଏହା କରିବାକୁ ପଡ଼ିବ ବୋଲି ମଧ୍ୟ ବାଂଲାଦେଶ କହିଛି। ଅନ୍ତର୍ଜାତୀୟ କ୍ରାଇମ୍ସ ଟ୍ରିବ୍ୟୁନାଲ(ଆଇସିଟି) ଆଜି ହସିନା(Sheikh Hasina)ଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।

Advertisment

ଗତବର୍ଷ ଛାତ୍ର ସଂଗଠନର ବିକ୍ଷୋଭକୁ ଦମନ କରିବା ବେଳେ ଦେଖାଯାଇଥିବା ହିଂସାକାଣ୍ଡ ଘଟଣାରେ ଆଇସିଟି ଏପରି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ରାୟ ପରେ ହସିନାଙ୍କୁ ଫେରାଇ ଦେବାକୁ କହିଛି ବାଂଲାଦେଶ। ଛାତ୍ର ସଂଗଠନ ହିଂସାତ୍ମକ ରୂପ ନେବାରୁ ହସିନା ବାଂଲାଦେଶ ଛାଡ଼ିଥିଲେ।

ବାଂଲାଦେଶ ଛାଡ଼ିବା ପରଠାରୁ ଅର୍ଥାତ ୨୦୨୪ ଅଗଷ୍ଟ ମାସରୁ ହସିନା ଭାରତରେ ଥିବା କୁହାଯାଉଛି। ତେଣୁ ଆଜି ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଗୋଟିଏ ଚିଠି କରି ଭାରତକୁ ନାଲି ଆଖି ଦେଖାଇ ହସିନାଙ୍କୁ ମାଗିଛି।

Advertisment

ଗୋଟିଏ ବିବୃତିରେ ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଜୁଲାଇ ହତ୍ୟା ଘଟଣାରେ ହସିନାଙ୍କ ଭୂମିକା ପ୍ରମାଣିତ ହୋଇଛି। କୋର୍ଟ ତାଙ୍କୁ ମାନବତା ବିରୋଧୀ ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି। କୌଣସି ଦେଶ ଯଦି ତାଙ୍କୁ ଆଶ୍ରୟ ଦିଏ, ତା’ହେଲେ ଏହାକୁ ଅତ୍ୟନ୍ତ ଅଣବନ୍ଧୁତ୍ୱପୂର୍ଣ୍ଣ କାମ ଓ ନ୍ୟାୟ ବିରୋଧୀ ଆଭିମୁଖ୍ୟ ଭାବେ ବିବେଚନା କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ମନ୍ତ୍ରଣାଳୟ କହିଛନ୍ତି, “ଭାରତ ସରକାର ନିଶ୍ଚିତ ତୁରନ୍ତ ଦୁଇ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ବାଂଲାଦେଶ ଅଧିକାରୀଙ୍କୁ ହସ୍ତାନ୍ତର କରିବା ଜରୁରୀ। ପ୍ରତ୍ୟର୍ପଣ ଗୋଟିଏ ବାଧ୍ୟତାମୂଳକ କର୍ତ୍ତବ୍ୟ। ଜାରି ରହିଥିବା ଚୁକ୍ତିରେ ଏହାର ବ୍ୟବସ୍ଥା ରହିଛି। ଭାରତ ତା’ର ଆଇନଗତ ପ୍ରତିଶ୍ରୁତିକୁ ପାଳନ କରିବ। ଚାର୍ଜର ଗମ୍ଭୀରତା ଓ ଟ୍ରିବ୍ୟୁନାଲ କହିଥିବା କଥାକୁ ଭାରତ ଗୁରୁତ୍ୱର ସହ ନେବ ବୋଲି ବାଂଲାଦେଶ ଆଶା ରଖିଛି।” 

ହସିନାଙ୍କ ବ୍ୟତୀତ ବାଂଲାଦେଶର ପୂର୍ବତନ ଗୃହ ମନ୍ତ୍ରୀ ଅସାଦୁଜମନ ଖାନ କମଲଙ୍କୁ ମଧ୍ୟ ଆଇସିଟି ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଉଭୟ ସମାନ ମାମଲାରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ହସିନାଙ୍କ ଭଳି କମଲଙ୍କୁ ମଧ୍ୟ ବିଳମ୍ବ ନକରି ପ୍ରତ୍ୟର୍ପଣ କରାଯିବା ଦରକାର। ଏହାଦ୍ୱାରା ଟ୍ରିବ୍ୟୁନାଲ ଦେଇଥିବା ଦଣ୍ଡ ସେମାନଙ୍କୁ ମିଳିବ ବୋଲି ଢାକା କହିଛି। 

ଭାରତ ପକ୍ଷରୁ ସିଧାସଳଖ ବାଂଲାଦେଶ(Bangaldesh)ର ପ୍ରତ୍ୟର୍ପଣ ପ୍ରସଙ୍ଗରେ କୌଣସି ଜବାବ ଦିଆଯାଇ ନାହିଁ। କିନ୍ତୁ ହସିନାଙ୍କୁ ବାଂଲାଦେଶରେ ମିଳିଥିବା ମୃତ୍ୟୁଦଣ୍ଡ ସମ୍ପର୍କରେ ସରକାର ଅବଗତ ରହିଥିବା କହିଛନ୍ତି। 

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ “ଜଣେ ଘନିଷ୍ଠ ପଡ଼ୋଶୀ ଭାବେ ଭାରତ ସବୁବେଳେ ବାଂଲାଦେଶବାସୀଙ୍କ ଶ୍ରେଷ୍ଠ ସ୍ୱାର୍ଥ ପ୍ରତି ପ୍ରତିଶ୍ରୁତିବଦ୍ଧ। ଶାନ୍ତି, ଗଣତନ୍ତ୍ର ଓ ସ୍ଥିରତା ପ୍ରତି ମଧ୍ୟ ଭାରତ ଯତ୍ନବାନ। ବାଂଲାଦେଶର ସମସ୍ତ ଅଂଶୀଦାରଙ୍କ ସହ ଭାରତ ସବୁବେଳେ ଗଠନମୂଳକ ଆଲୋଚନା ଜାରି ରଖିବ।” 

Sheikh Hasina Bangaldesh