Advertisment

ବାଂଲାଦେଶରେ ଥମୁନି ହିଂସା; ପ୍ରଡ୍ୟୁସରଙ୍କ ସମେତ ପୁଅକୁ ପିଟି ପିଟି ହତ୍ୟା

ଶତାଧିକ ବିକ୍ଷୋଭକାରୀ ବାଂଲାଦେଶର ଜଣେ ଫିଲ୍ମ ପ୍ରଡ୍ୟୁସର ସଲିମ ଖାନ ଓ ତାଙ୍କ ପୁଅ ଶାନ୍ତୋ ଖାନଙ୍କୁ ପିଟି ପିଟି ମାରି ଦେଇଛନ୍ତି।

Murder

Murder

Advertisment

ବାଂଲାଦେଶରେ ଜଳୁଥିବା ହିଂସାର ନିଆଁ ଥମିବା ନାଁ ଧରୁନି। ବିକ୍ଷୋଭକାରୀ ରକ୍ତମୁଖା ହେବା ସହ ବିଚ୍‌ ରାସ୍ତାରେ ନିରୀହ ଲୋକଙ୍କୁ କରୁଛନ୍ତି ଟାର୍ଗେଟ, ନେଇ ଯାଉଛନ୍ତି ଜୀବନ । ଶତାଧିକ ବିକ୍ଷୋଭକାରୀ ବାଂଲାଦେଶର ଜଣେ ଫିଲ୍ମ ପ୍ରଡ୍ୟୁସର ସଲିମ ଖାନ ଓ ତାଙ୍କ ପୁଅ ଶାନ୍ତୋ ଖାନଙ୍କୁ ପିଟି ପିଟି ମାରି ଦେଇଛନ୍ତି।

Advertisment

ବିକ୍ଷୋଭକାରୀଙ୍କ ଦ୍ୱାରା ଆକ୍ରମଣର ଆଶଙ୍କା କରି ଗତ ସୋମବାର ସଲିମ ଓ ପୁଅ ଶାନ୍ତୋ ଜୀବନ ବଞ୍ଚାଇବାକୁ ନିଜ ଘରୁ ଦୌଡ଼ି ପଳାଉଥିଲେ। ଉକ୍ତ ସମୟରେ ଫରକ୍କାବାଦରେ ବିକ୍ଷୋଭକାରୀଙ୍କ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ସେଠାରେ ସେମାନେ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରି ଖସି ପଳାଇଥିଲେ। ମାତ୍ର କିଛି ବାଟ ଯିବା ପରେ ବଗରା ବଜାରରେ ଶତାଧିକ ବିକ୍ଷୋଭକାରୀ ଉଭୟଙ୍କୁ ଘେରି ଯାଇଥିଲେ। ଏହାପରେ ପିଟି ପିଟି ଉଭୟ ବାପପୁଅଙ୍କ ହତ୍ୟା କରିଥିଲେ।

ଏହି ଘଟଣା ନେଇ ଚାନ୍ଦପୁର ସଦର ମଡେଲ ଥାନା ଅଧିକାରୀ କହିଛନ୍ତି, ଉକ୍ତ ବାପପୁଅଙ୍କ ହତ୍ୟା କରାଯାଇଥିବା ନେଇ ଆମେ ସୂଚନା ପାଇଛୁ। କିନ୍ତୁ ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରି ଆମେ ସେଠାକୁ ଯାଇ ନାହୁଁ।

Advertisment

ସଲିମ ଅବୈଧ ଭାବେ ବାଲି ଖନନ କାରବାରରେ ଲିପ୍ତ ରହି ପ୍ରବଳ ରୋଜଗାର କରିଥିବା ଅଭିଯୋଗ ହୋଇ ଆସୁଥିଲା। ଏନେଇ ମାମଲା ରୁଜୁ ହେବା ସହ ସେ ଜେଲ୍‌ବି ଯାଇଥିଲେ।

ସଲିମ ଖାନଙ୍କର ଟଲିଉଡ଼ ସହ ବି କନେକ୍ସନ ଥିଲା। ସେ ବଙ୍ଗାଳି ଭାଷାର ୧୦ଟି ଫିଲ୍ମରେ ଟଙ୍କା ଖଟାଇଥିବା ବେଳେ ତାହା ରିଲିଜ ଅପେକ୍ଷାରେ ଥିଲା।

ବାଂଲାଦେଶରେ ଗତ କିଛି ଦିନ ହେବ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ତା’ ମଧ୍ୟରେ ଗଠିତ ହୋଇଛି ଅନ୍ତରୀଣ ସରକାର। ଆଉ ଏହାର ନେତୃତ୍ୱ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ। ଗତକାଲି ତାଙ୍କୁ ବାଂଲାଦେଶର ଅନ୍ତରୀଣ ସରକାର ଚଳାଇବା ପାଇଁ ନେତା ମନୋନୀତ କରାଯାଇଛି।

Murder Bangladesh Bangladesh Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe