Advertisment

୬ ବର୍ଷ ପରେ ଜେଲରୁ ବାହାରିବେ ଖାଲିଦା ଜିୟା, ହେବେ କି ପ୍ରଧାନମନ୍ତ୍ରୀ?

ଖାଲିଦା ଜିୟାଙ୍କୁ ଜେଲରୁ ମୁକ୍ତି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି। ସେ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Khalida Zia

Khalida Zia

Advertisment

ହିଂସା ନିଆଁରେ ଜଳୁଛି ବାଂଲାଦେଶ। ସାରା ଦେଶରେ ଅସମ୍ଭାଳ ସ୍ଥିତି। ଚାରିଆଡ଼େ ପୋଡ଼ାଜଳା, ଅରାଜକତା। ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ଭଙ୍ଗ ଘୋଷଣା କରିଛନ୍ତି ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ। ସ୍ଥଳ ସେନା, ବାୟୁସେନା, ନୌସେନା ମୁଖ୍ୟଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ନେତା ଓ କିଛି ନାଗରିକ ସମାଜ ସଦସ୍ୟଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ସଂସଦ ଭଙ୍ଗ ନିଷ୍ପତ୍ତି ନେଇଥିଲେ।

Advertisment

ସେହିପରି ସତ୍ତା ପଲଟ୍ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରମୁଖ ବିରୋଧୀ ଦଳ ନେତା ଖାଲିଦା ଜିୟା ହୋଇପାରନ୍ତି ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ୬ ବର୍ଷ ପରେ ଖାଲିଦା ଜିୟାଙ୍କୁ ଜେଲରୁ ମୁକ୍ତି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି। ତାଙ୍କ ଭାଗ୍ୟ ବଦଳିବାକୁ ଯାଉଛି ବୋଲି ଚର୍ଚ୍ଚା ହୋଉଛି। ହିନ୍ଦୁ ବିରୋଧୀ ତଥା ଚୀନ୍ ସମର୍ଥକ ଖାଲିଦା ଜିୟା ଖୁବ୍‌ ଶୀଘ୍ର ମୁକ୍ତ ହେବାକୁ ଯାଉଛନ୍ତି।

ଖାଲିଦା ଜିୟାଙ୍କ ମୁକ୍ତି ପାଇଁ ଆଦେଶ ପରେ ସେ ବା ତାଙ୍କ ଦଳର କିଛି ଲୋକ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖାଲିଦା ଜିୟାଙ୍କ ପୁଅ ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

Advertisment

ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ମାତ୍ରେ ତାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯଦି ସେ ମଧ୍ୟବର୍ତ୍ତୀକାଳୀନ ସରକାରରେ କିଛି ପାଆନ୍ତି, ତେବେ ଏହା ତାଙ୍କ ରାଜନୀତି ପାଇଁ ୟୁ-ଟର୍ଣ୍ଣ ଠାରୁ କମ୍ ହେବ ନାହିଁ। ଅନେକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସେ ଜେଲରେ ଥିଲେ।

କିଏ ଏହି ଖାଲିଦା ଜିୟା?

ବେଗମ୍ ଖାଲିଦା ଜିୟା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ର ଅଧ୍ୟକ୍ଷ। ଏହି ଦଳ ହେଉଛି ଶେଖ ହସିନାଙ୍କ ଆୱାମୀ ଲିଗର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ମୁଖ୍ୟ ବିରୋଧୀ ଦଳ। ଖାଲିଦା ଜମାତ-ଇ-ଇସଲାମିର ପ୍ରଶଂସକ। ଖାଲିଦାଙ୍କ ଶାସନ କାଳରେ ବାଂଲାଦେଶରେ ହିନ୍ଦୁ ବିରୋଧୀ ଏବଂ ଖ୍ରୀଷ୍ଟିଆନ ବିରୋଧୀ ଦଙ୍ଗା ହୋଇଥିଲା। ୧୯୯୧ରେ ବାଂଲାଦେଶରେ ଖାଲିଦା ଜିଆ କ୍ଷମତାକୁ ଆସିଥିଲେ।

ଖାଲିଦା ଜିୟା ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜିୟାଉର୍‌ ରହମାନଙ୍କ ପତ୍ନୀ ଅଟନ୍ତି। ଖାଲିଦା ୧୯୯୧ରୁ ୧୯୯୬ ଯାଏ ବାଂଲାଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏହାପରେ ଖାଲିଦା ଜୁନ୍ ୨୦୦୧ରୁ ଅକ୍ଟୋବର ୨୦୦୬ ପର୍ଯ୍ୟନ୍ତ ବାଂଲାଦେଶର ପ୍ରଧାନମନ୍ତ୍ରୀ ରହିଥିଲେ।

ଶେଖ ହସିନାଙ୍କ ସବୁଠୁ ବଡ ପ୍ରତିଦ୍ୱନ୍ଦ୍ୱି ଖାଲିଦା ଜିୟାଙ୍କୁ ୨୦୧୮ରେ ଏକ ଦୁର୍ନୀତି ମାମଲାରେ ୧୭ ବର୍ଷର ଜେଲ ଦଣ୍ଡାଦେଶ ମିଳିଥିଲା। ଏହାପରେ ତାଙ୍କୁ ଜେଲ ପଠାଯାଇଥିଲା। ତେବେ ବର୍ତ୍ତମାନ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ବୟସ ୭୮ ବର୍ଷ।

Bangladesh Violence Khaleda Zia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe