Advertisment

ହସିନା ଲାଗୁ କରିଥିବା ଏକାଧିକ ଛୁଟିକୁ ବାତିଲ କଲେ ବାଂଲାଦେଶର ନୂଆ ସରକାର

ହସିନା ସରକାର ଲାଗୁ କରିଥିବା ୮ଟି ଜାତୀୟ ଛୁଟିକୁ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି।

Bangladesh

Bangladesh

Advertisment

ବାଂଲାଦେଶର ଅନ୍ତରୀଣ ସରକାର ନେଇଛନ୍ତି ବଡ଼ ପଦକ୍ଷେପ। ଦେଶରେ ଲାଗୁ ହେଉଥିବା ଏକାଧିକ ଜାତୀୟ ଛୁଟିକୁ ସରକାରଙ୍କ ତରଫରୁ ପ୍ରତ୍ୟାହାର କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶର ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଜନ୍ମଦିନକୁ ଜାତୀୟ ଛୁଟି ଘୋଷଣା କରିଥିଲେ।

Advertisment

ଏଥିସହ ପ୍ରତିବର୍ଷ ସରକାରୀ ସ୍ତରରେ ଏହାକୁ ପାଳନ କରାଯାଉଥିଲା। ହେଲେ ବାଂଲାଦେଶର ଅନ୍ତରୀଣ ସରକାର ଏହି କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରକାରର ଜାତୀୟ ଛୁଟିକୁ ବାତିଲ କରିଛନ୍ତି।

ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନିଜ ଏକ୍ସ ଆକାଉଣ୍ଟରେ ଗୋଟିଏ ପୋଷ୍ଟ କରି ହସିନା ସରକାର ଲାଗୁ କରିଥିବା ୮ଟି ଜାତୀୟ ଛୁଟିକୁ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି। ଏହା ମଧ୍ୟରେ ମାର୍ଚ୍ଚ ୧୭ରେ ଦେଶରେ ପାଳନ କରାଯାଉଥିବା ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କ ଜନ୍ମ ବାର୍ଷିକ କାର୍ଯ୍ୟକ୍ରମ ମଧ୍ୟ ରହିଛି।

Advertisment

ହସିନା ସରକାର ଐତିହାସିକ ମାର୍ଚ୍ଚ ୭ ଦିବସ, ମାର୍ଚ୍ଚ ୧୭ ମୁଜିବୁର ରହମନଙ୍କ ଜନ୍ମ ଦିନ, ଅଗଷ୍ଟ ୫ ଶେଖ ହସିନାଙ୍କ ବଡ଼ ଭାଇଙ୍କ ଜନ୍ମ ଦିନ, ଅଗଷ୍ଟ ୮ ଶେଖ ହସିନାଙ୍କ ମା’ଙ୍କ ଜନ୍ମ ଦିନ, ଅଗଷ୍ଟ ୧୫ ମୁଜିବୁରଙ୍କ ଶ୍ରାଦ୍ଧ ବାର୍ଷିକ, ଅକ୍ଟୋବର ୧୮ ଶେଖ ହସିନାଙ୍କ ସାନ ଭାଇଙ୍କ ଜନ୍ମଦିନ, ନଭେମ୍ବର ୪ ଜାତୀୟ ସମ୍ବିଧାନ ଦିବସ ଓ ଡିସେମ୍ବର ୧୨ ସ୍ମାର୍ଟ ବାଂଲାଦେଶ ଦିବସ ଲାଗୁ କରି ଜାତୀୟ ଛୁଟି ଘୋଷଣା କରିଥିଲେ। ହେଲେ ଏବେ ସେଗୁଡ଼ିକୁ ବାତିଲ କରିଦିଆଯାଇଛି।

Sheikh Hasina Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe