Advertisment

ମନ୍ଦିର ଯାଉଥିବାରୁ ମିଳିଲା ଶାସ୍ତି; ବାଂଲାଦେଶରେ ଉଠବସ୍‌ ହେଲେ ହିନ୍ଦୁ ଯୁବକ

ବାଂଲାଦେଶର ଏକ ମନ୍ଦିର ସମ୍ମୁଖରେ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ଘେରିଯାଇ ଜୋର ଜବରଦସ୍ତି ବିଚ୍‌ ରାସ୍ତା କାନ ଧରି ଉଠବସ୍‌ କରାଉଥିବାର ଭିଡିଓ ଭାଇରାଲ ହେଉଛି। ଯୁବକଜଣକ ମନ୍ଦିର ଯାଉଥିବାରୁ ସର୍ବସମ୍ମୁଖରେ ତାଙ୍କୁ ମିଳିଛି ଏପରି ଶାସ୍ତି।

Misbehave

Misbehave

Advertisment

ହିନ୍ଦୁ ସମ୍ପ୍ରଦାୟ ଲୋକଙ୍କ ନିମନ୍ତେ ନର୍କ ପାଲଟିଗଲାଣି ବାଂଲାଦେଶ । ସେଠାରେ ସଂଖ୍ୟାଲଘୁମାନେ ସୁରକ୍ଷିତ ନ ଥିବା ବେଳେ ବାରମ୍ବାର ସେମାନଙ୍କ ଉପରକୁ ଆକ୍ରମଣ ହେଉଛି। ଏପରିକି ସେମାନଙ୍କ ବ୍ୟକ୍ତିଗତ ଅଧିକାରରେ ବାଧା ସୃଷ୍ଟି କରାଯାଉଛି। ଏପରି ଏକ ଘଟଣାର ଭିଡିଓ ଏବେ ଭାଇରାଲ ହେଉଛି।

Advertisment

ବାଂଲାଦେଶର ଏକ ମନ୍ଦିର ସମ୍ମୁଖରେ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ଘେରିଯାଇ ଜୋର ଜବରଦସ୍ତି ବିଚ୍‌ ରାସ୍ତା କାନ ଧରି ଉଠବସ୍‌ କରାଉଥିବାର ଭିଡିଓ ଭାଇରାଲ ହେଉଛି। ଯୁବକଜଣକ ମନ୍ଦିର ଯାଉଥିବାରୁ ସର୍ବସମ୍ମୁଖରେ ତାଙ୍କୁ ମିଳିଛି ଏପରି ଶାସ୍ତି।

ଭିଡିଓରେ ଦେଖିବାକୁ ମିଳିଛି, ସମ୍ପୃକ୍ତ ଯୁବକଙ୍କୁ କାନ ଧରି ଉଠବସ୍‌ ହେବାକୁ ବାଧ୍ୟ କରାଯାଉଥିବା ବେଳେ ସମସ୍ତଙ୍କୁ ଭୁଲ୍‌ ମାଗିବାକୁ ବି କୁହାଯାଇଛି। କେବଳ ସେତିକି ନୁହେଁ, ଅଧିକ ଥର ଉଠବସ୍‌ ହେବାକୁ ବି ଧମକ ଦେବାକୁ ପଛାଉ ନ ଥିବା ଭିଡିଓରେ ଦେଖିବାକୁ ମିଳିଛି।

Advertisment

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ବ୍ୟାପକ ରାଜନୈତିକ ହିଂସା ଲାଗି ରହିଥିବାବେଳେ ସଂଖ୍ୟାଲଘୁ ଅଧିକାରକୁ ନେଇ ଅସ‌ନ୍ତୋଷ ତେଜିଛି। ସଂଖ୍ୟାଲଘୁଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାରୁ ଲୁଟ କରାଯାଇଛି। ସେମାନଙ୍କ ପ୍ରତିଷ୍ଠାନରେ ପୋଡ଼ାଜଳ କରାଯାଇଥିବା ରିପୋର୍ଟ ମିଳିଛି। ମନ୍ଦିର ଓ ଭଗବାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ଭଙ୍ଗାଯିବା ସହ ବିକୃତ କରାଯାଇଛି। ଏପରିକି ସେମାନେ ଘରୁ ବାହାରିଲେ, ମନ୍ଦିର ଗଲେ ତାହାକୁ ବିରୋଧ କରାଯାଉଛି।

ଏହି ଭିଡିଓ ଶେଆର କରି କୁହାଯାଇଛି, ବାଂଲାଦେଶ ଏବେ ହିନ୍ଦୁଙ୍କ ପାଇଁ ନର୍କ ପାଲଟିଗଲାଣି। ଏଠାରେ ସେମାନେ ଘରେ ରହିବାକୁ ବି ସୁରକ୍ଷିତ ମଣୁ ନାହାନ୍ତି । ସାମେନ ହାତରେ ଲାଲସୁତା କି ମଥାରେ ବିନ୍ଦି ଲଗାଇ ପାରିବେନି। ପୂଜା କରିବା ନିମନ୍ତେ ମନ୍ଦିରକୁ ଗଲେ ସେମାନଙ୍କୁ ଆକ୍ରମଣର ଶିକାର ହେବାକୁ ପଡ଼ୁଛି। ହିନ୍ଦୁଙ୍କ ପ୍ରତି ଏଠାରେ ଖୁବ୍‌ ବର୍ବରତା ପ୍ରଦର୍ଶନ କରାଯାଉଥିବା ବେଳେ ଅନ୍ତରାଷ୍ଟ୍ରୀୟ ସମୁଦାୟ କିନ୍ତୁ ମୁକସାକ୍ଷୀ ପାଲଟିଛି।

Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe