Advertisment

ଥମୁନି ହିଂସା, ପ୍ରସିଦ୍ଧ ଗାୟକଙ୍କ ଘର ଜାଳି ଦେଲେ

ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାୟକ ରାହୁଲ ଆନନ୍ଦ ଓ ତାଙ୍କ ପରିବାର।

ଅଦ୍ୟତନ ହୋଇଛି
Hindu singer house

Hindu singer house

Advertisment

ବାଂଲାଦେଶରେ ଥମୁନି ହିଂସା। ଶେଖ ହସିନା ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡି ପଳାଇବା ପରେ ବି ଶାନ୍ତ ହେଉ ନାହାନ୍ତି ବିକ୍ଷୋଭକାରୀ। ସେମାନେ ଏବେ ହିନ୍ଦୁମାନଙ୍କୁ କରୁଛନ୍ତି ଟାର୍ଗେଟ। ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ବଢ଼ି ଚାଲିଛି ଆକ୍ରମଣ। ଏହାରି ଭିତରେ ବାଂଲାଦେଶର ଜଣେ ପ୍ରସିଦ୍ଧ ଗାୟକ ତଥା ହିନ୍ଦୁ ସିଙ୍ଗରଙ୍କ ଘର ଜାଳି ଦେଇଛନ୍ତି ବିକ୍ଷୋଭକାରୀ।

Advertisment

ମଙ୍ଗଳବାର ବିକ୍ଷୋଭକାରୀମାନେ ବାଂଲାଦେଶର ପ୍ରସିଦ୍ଧ ଲୋକ ଗାୟକ ରାହୁଲ ଆନନ୍ଦ ଘରେ ଲୁଟ୍‌ପାଟ୍‌ କରିବା ସହ ନିଆଁ ଲଗାଇ ଦେଇଛନ୍ତି। ଫଳରେ ତାଙ୍କର ୧୪୦ ବର୍ଷ ପୁରୁଣା ଐତିହାସିକ ଘର ଜଳି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାୟକ ରାହୁଲ ଆନନ୍ଦ ଓ ତାଙ୍କ ପରିବାର। ଆକ୍ରମଣ ପୂର୍ବରୁ ହିଁ ସେ ନିଜ ପରିବାର ସହ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି।

ରିପୋର୍ଟ ଅନୁସୋରେ, ଢ଼ାକାର ଧାନମଣ୍ଡିରେ ଥିଲା ରାହୁଲ ଆନନ୍ଦ ୧୪୦ ବର୍ଷ ପୁରୁଣା ଏହି ଐତିହାସିକ ଘର। ଏହି ଘରର ସାଂସ୍କୃତିକ ମହତ୍ତ୍ୱ ଅପାର ଥିଲା ଏବଂ ଏହା ଏକ ଜୀବନ୍ତ ସାଂସ୍କୃତିକ କେନ୍ଦ୍ର ଭାବରେ ଜଣାଶୁଣା। ଯେଉଁଠାରେ ବିଭିନ୍ନ କନ୍ସର୍ଟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏବେ ଏହାକୁ ବିକ୍ଷୋଭକାରୀମାନେ ଏବେ ଜାଳି ଦେଇଛନ୍ତି। ଫଳରେ ସେଠାରେ ଥିବା ଏକ ୩୦୦୦ ବାଦ୍ୟଯନ୍ତ୍ରର ସଂଗ୍ରହ ମଧ୍ୟ ନଷ୍ଟ ହୋଇଯାଇଛି।

Advertisment

ଦ ଡେଲି ଷ୍ଟାର୍‌ ରିପୋର୍ଟ ମୁତାବକ, ଆକ୍ରମଣକାରୀମାନେ ପ୍ରଥମେ ମୁଖ୍ୟ ଫାଟକ ଭାଙ୍ଗି ଘରେ ପ୍ରବେଶ କରିଥିଲେ ଏବଂ ପରେ ହାତରେ ଯାହା ଲାଗିଲା ତାକୁ ଭଙ୍ଗାରୁଜା କରିଥିଲେ। ସେମାନେ ରାହୁଲ ଆନନ୍ଦଙ୍କ ବାଦ୍ୟଯନ୍ତ୍ର ସମେତ ସମଗ୍ର ଘରେ ନିଆଁ ଲଗାଇ ଦେଇଛନ୍ତି।

Bangladesh Violence Singer Rahul Ananda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe