Advertisment

ବାଂଲାଦେଶରେ ଇସ୍କନ ସାଧୁଙ୍କ ଗିରଫକୁ ନେଇ ବିରୋଧ, ହିନ୍ଦୁଙ୍କ ଉପରେ ଆକ୍ରମଣ, ୫୦ ଆହତ

ଚିନ୍ମୟ ପ୍ରଭୁଙ୍କ ଗିରଫଦାରୀକୁ ବିରୋଧ କରି ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ରାସ୍ତାକୁ ଓହ୍ଲାଇ ଆସିଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଛି।

author-image
Madhupriya Mistry
Attack on Hindu

Attack on Hindu

ବାଂଲାଦେଶର ଚଟଙ୍ଗାବ ଇସ୍କନ ପୁଣ୍ଡରିକ ଧାମର ଅଧ୍ୟକ୍ଷ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଗତକାଲି ଢ଼ାକା ବିମାନ ବନ୍ଦରରକୁ ଗିରଫ କରାଯାଇଛି। ଏହାପରେ ସେଠାରେ ସ୍ଥିତି ଆହୁରି ବିଗିଡିବାରେ ଲାଗିଛି। ଚିନ୍ମୟ ପ୍ରଭୁଙ୍କ ଗିରଫଦାରୀକୁ ବିରୋଧ କରି ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି।

Advertisment

ବିଳମ୍ବିତ ରାତିରେ ହଜାର ହଜାର ହିନ୍ଦୁ ସମ୍ପ୍ରଦାୟର ଲୋକେ ଜୟ ସିୟା ରାମ ଏବଂ ହର ହର ମହାଦେବଙ୍କ ସ୍ଲୋଗାନ ଦେଇ ବାଂଲାଦେଶର ମୌଲବି ବଜାରରେ ମସାଲ ରାଲି କରିଥିଲେ। ଏହି ସମୟରେ ତାଙ୍କ ଉପରକୁ BNP ଏବଂ ଜାମାତର କର୍ମଚାରୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୫୦ ହିନ୍ଦୁ ଆହତ ହୋଇଛନ୍ତି।

ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ଗିରଫ କରିବା ପରେ ବାଂଲାଦେଶର ହିନ୍ଦୁ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ ପ୍ରତ୍ୟେକ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ସଭା ଆୟୋଜନ କରିଥିଲେ। ତେବେ ଏହି ଶାନ୍ତିପୂର୍ଣ୍ଣ ସଭାଗୁଡ଼ିକ ଉପରେ ଉଗ୍ରବାଦୀ ଗୋଷ୍ଠୀ ଦ୍ୱାରା ଅତି ନିର୍ମମ ଭାବରେ ଆକ୍ରମଣ କରାଯାଇଛି। ଇସଲାମ ଗୋଷ୍ଠୀ ଚିତ୍ରକୋଣ୍ଡାରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟଙ୍କ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି।

Advertisment

ଢ଼ାକାର ଶାହବାଗରେ ଏକ ଶାନ୍ତିପୂର୍ଣ୍ଣ ସଭା ବେଳେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ତଥା ଚଟଙ୍ଗାବ ବିଶ୍ୱବିଦ୍ୟାଳୟର ପ୍ରଫେସର କୁଶାଲ ବାରନଙ୍କ ଉପରେ ଆକ୍ରମଣ କରାଯାଇଛି, ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ଉଗ୍ରବାଦୀ ଦଳଙ୍କ ଆକ୍ରମଣରେ ଅନେକ ଲୋକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେପଟେ କୁହାଯାଉଛି ଯେ, ଏହି ଆକ୍ରମଣ ବେଳେ ପୁଲିସ କିମ୍ବା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ପ୍ରଶାସନ ମୁକ ଦର୍ଶନ ପାଲଟିଥିଲା।

ବାଂଲାଦେଶ ପୁଲିସ ସୋମବାର ଢ଼ାକାର ହଜରତ ଶାହାଜାଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଗିରଫ କରିଥିଲା। ଚଳିତ ସପ୍ତାହରେ ତାଙ୍କ ବିରୋଧରେ ଏକ ଦେଶଦ୍ରୋହ ମାମଲା ରୁଜୁ ହେବାପରେ ତାଙ୍କୁ ଗିରଫ କରାଯାଇଛି।

କହିରଖୁ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ବ୍ୟାପକ ରାଜନୈତିକ ହିଂସା ଲାଗି ରହିଥିବାବେଳେ ସଂଖ୍ୟାଲଘୁ ଅଧିକାରକୁ ନେଇ ଅସ‌ନ୍ତୋଷ ତେଜିଛି।

Bangladesh Attack On Hindu Chinmay Prabhu Arrested