Advertisment

ବାଂଲାଦେଶରେ ଥମୁନି ହିଂସା, ଚିଫ୍‌ ଜଷ୍ଟିସ୍‌ ଓ ପୂର୍ବତନ କ୍ୟାପଟେନଙ୍କ ଘର ଜାଳିଦେଲେ

ସେପଟେ ଢ଼ାକାରେ ବାଂଲେଦଶର ମୁଖ୍ୟ ବିଚାରପତିଙ୍କ ଘରେ ମଧ୍ୟ ବିକ୍ଷୋଭକାରୀମାନେ ପଶି ଲୁଟ୍‌ପାଟ କରିଛନ୍ତି। ବାଂଲାଦେଶର ପୁଲିସ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି।

Bangladesh Unrest

Bangladesh Unrest

Advertisment

ଜଳୁଛି ବାଂଲାଦେଶ। ଶାସନ ପରିବର୍ତ୍ତନ ଓ ଶେଖ ହସିନାଙ୍କ ଇସ୍ତଫା ପରେ ଦେଶର ଛାଡି ପଳାଇବା ପରେ ଦେଶର ବିଭିନ୍ନ ଅଞ୍ଚଳରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଭଙ୍ଗାରୁଜା ଏବଂ ପୋଡାଜଳା ଖବର ସାମ୍ନାକୁ ଆସିଛି। ବାଂଲାଦେଶ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମସରଫ ମୁର୍ତଜାଙ୍କ ଘରେ ବିକ୍ଷୋଭକାରୀମାନେ ପଶି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି।

Advertisment

ବାଂଲାଦେଶରେ ହୋଇଥିବା ନରସଂହାର ଓ ଛାତ୍ରଙ୍କ ସମୂହ ଗିରଫଦାରୀ'କୁ ନେଇ ଶାସକ ଆୱାମୀ ଲିଗ୍ ପାର୍ଟିର ସାଂସଦ ମୁର୍ତଜା ଚୁପ୍‌ ରହିଥିବାରୁ ବିକ୍ଷୋଭକାରୀମାନେମାନେ ନିଜ କ୍ରୋଧ ଜାହିର କରିଛନ୍ତି। ତାଙ୍କ ଘରେ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇବାର ଭିଡିଓ ମଧ୍ୟ ସାମ୍ନକୁ ଆସିଛି।

ସେପଟେ ଢ଼ାକାରେ ବାଂଲେଦଶର ମୁଖ୍ୟ ବିଚାରପତିଙ୍କ ଘରେ ମଧ୍ୟ ବିକ୍ଷୋଭକାରୀମାନେ ପଶି ଲୁଟ୍‌ପାଟ କରିଛନ୍ତି। ବାଂଲାଦେଶର ପୁଲିସ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଏପରିକି ବାଂଲାଦେଶ ସୀମା ସୁରକ୍ଷା କର୍ମୀଙ୍କୁ ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି। ବାଂଲାଦେଶର ରାସ୍ତାରେ କେବଳ ସେନା କର୍ମଚାରୀ ନିୟୋଜିତ ଅଛନ୍ତି, କିନ୍ତୁ ସେମାନଙ୍କ ସଂଖ୍ୟା ମଧ୍ୟ ଖୁବ୍‌ କମ୍।

Advertisment

ଅନ୍ୟପଟେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ସରକାରୀ ବାସଭବନ 'ବଙ୍ଗବନ୍ଧୁ ଭବନ'କୁ ମଧ୍ୟ ଭଙ୍ଗାରୁଜା କରି ନିଆଁ ଲଗାଇ ଦିଆଯାଇଛି। ଏହା ଢ଼ାକାର ଧାନମଣ୍ଡିରେ ଅବସ୍ଥିତ ଏକ ଐତିହାସିକ କୋଠା, ଯାହାକୁ ଶେଖ ମୁଜିବୁର ରହମାନ ତାଙ୍କ ବ୍ୟକ୍ତିଗତ ବାସସ୍ଥାନ ଭାବରେ ବ୍ୟବହାର କରିଥିଲେ।

Bangladesh Violence Bangladesh Unrest Sheikh Hasina
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe