Advertisment

ଶେଖ ହସିନାଙ୍କ ବିରୋଧରେ ପୁଣି ଜାରି ହେଲା ଗିରଫ ପରୱାନା

ଆନ୍ଦୋଳନ ଭୟଙ୍କର ରୂପ ନେବାରୁ ୭୭ ବର୍ଷୀୟ ହସିନା ବାଂଲାଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ପୂର୍ବରୁ ତାଙ୍କ ନାଁରେ ମାନବିକତା ବିରୋଧୀ ଅପରାଧ ମାମଲା ରହିଥିଲା।

author-image
Hemant Lenka
Sheik Hasina

Sheik Hasina

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଢାକାର ଗୋଟିଏ କୋର୍ଟ ଦ୍ୱିତୀୟ ଥର ପାଇଁ ଗିରଫ ପରୱାନା ଜାରି କରିଛନ୍ତି। ବର୍ତ୍ତମାନ ଭାରତରେ ଆଶ୍ରୟ ନେଇଥିବା ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ଥିବା ବେଳେ ବଳପୂର୍ବକ ଲୋକଙ୍କୁ ଗାଏବ କରିବା ସହ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ କୋର୍ଟ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି।

Advertisment

ଗତବର୍ଷ ଅଗଷ୍ଟ ମାସରେ ବାଂଲାଦେଶରେ ଭୀଷଣ ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଏହି ଆନ୍ଦୋଳନ ଭୟଙ୍କର ରୂପ ନେବାରୁ ୭୭ ବର୍ଷୀୟ ହସିନା ବାଂଲାଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ପୂର୍ବରୁ ତାଙ୍କ ନାଁରେ ମାନବିକତା ବିରୋଧୀ ଅପରାଧ ମାମଲା ରହିଥିଲା।

ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ(ଆସିଟି)ର ମୁଖ୍ୟ ଓକିଲ ତଜୁଲ ଇସଲାମ କହିଛନ୍ତି, ଏବେ ବଳପୂର୍ବକ ଲୋକଙ୍କୁ ଗାଏବ କରିବା ମାମଲାରେ ହସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ହସିନା ୧୫ ବର୍ଷ ଧରି ବାଂଲାଦେଶରେ ଶାସନ କରିଥିଲେ। ଏହି ସମୟରେ ସେ ୫୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅପହରଣ କରିଥିଲେ। ଏହାପରେ ସେମାନଙ୍କୁ ଗୁପ୍ତ ଠିକଣାରେ ରଖାଯାଇଥିଲା।

Advertisment

ଏହି ଘଟଣାରେ କୋର୍ଟ ଶେଖ ହସିନା ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏହି ୧୧ ଜଣଙ୍କ ମଧ୍ୟରେ ହସିନାଙ୍କ ପ୍ରତିରକ୍ଷା ପରାମର୍ଶଦାତା, ପ୍ରତିରକ୍ଷା ଅଧିକାରୀ ଓ ଅନ୍ୟ ସୁରକ୍ଷା ଏଜେନ୍ସିର ଅଧିକାରୀଙ୍କ ନାଁ ରହିଛି ବୋଲି ଇସଲାମ କହିଛନ୍ତି।

ବାଂଲାଦେଶ ସରକାରଙ୍କ ପ୍ରେସ ସଚିବ ଶଫିକୁଲ ଆଲାମ କହିଛନ୍ତି, ଶେଖ ହସିନା ଯେମିତି ହେଲେ ବି ନ୍ୟାୟପାଳିକାର ସାମ୍ନା କରିବେ। ତାଙ୍କୁ ମାନବଜାତି ବିରୋଧୀ ଅପରାଧ ପାଇଁ ଦଣ୍ଡ ଦେବାକୁ ଆମେ ପୂରା ଚେଷ୍ଟା କରିବୁ। ତାଙ୍କୁ ବାଂଲାଦେଶ ଆଣିବାକୁ ଆମର ଚାପ ପକାଇବା କାମ ଜାରି ରହିବ ବୋଲି ସେ କହିଛନ୍ତି।

ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶର ଅନ୍ତରୀଣ ସରକାର ଭାରତକୁ କୂଟନୀତିକ ସ୍ତରରେ ଚିଠି ଲେଖିଛନ୍ତି। କିନ୍ତୁ ଏଯାଏ ଭାରତ ସରକାରଙ୍କ ପକ୍ଷରୁ ଏହାର କୌଣସି ଜବାବ ଦିଆଯାଇ ନାହିଁ।

Bangladesh Sheikh Hasina