Advertisment

ହ୍ରଦରୁ ମିଳିଲା ସାମ୍ବାଦିକଙ୍କ ମୃତଦେହ

ରହନୁମାଙ୍କ ମୃତଦେହ ମିଳିବା ପୂର୍ବରୁ ସେ ମଙ୍ଗଳବାର ରାତି ୧୦.୨୪ ଓ ୧୦.୩୬ରେ ନିଜ ଫେସବୁକ ଆକାଉଣ୍ଟରେ ଦୁଇଟି ପୋଷ୍ଟ କରିଥିଲେ।

Sarah Rahanuma

Sarah Rahanuma

Advertisment

ଜଣେ ୩୨ ବର୍ଷୀୟ ମହିଳା ସାମ୍ବାଦିକଙ୍କ ମୃତଦେହ ବାଂଲାଦେଶର ଗୋଟିଏ ହ୍ରଦରୁ ମିଳିଛି। ମୃତ ସାମ୍ବାଦିକ ଜଣଙ୍କ ହେଲେ ସାରା ରହନୁମା। ସେ ଗୋଟିଏ ବେଙ୍ଗଲି ନ୍ୟୁଜ ଚ୍ୟାନେଲରେ ନ୍ୟୁଜ ରୁମ ଏଡିଟର ଭାବେ କାମ କରୁ‌ଥିଲେ।

Advertisment

ମଙ୍ଗଳବାର ରାତି ପ୍ରାୟ ୨ଟା ବେଳେ ରହନୁମାଙ୍କ ମୃତଦେହ ଢାକାର ହାତିରଝିଲ ହ୍ରଦରେ ଭାସୁଥିଲା। ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତିଙ୍କ ନଜର ରହନୁମାଙ୍କ ଉପରେ ପଡ଼ିଥିଲେ। ସେ ତୁରନ୍ତ ତାଙ୍କୁ ପାଣିରୁ ଉଦ୍ଧାର କରି ଢାକା ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରହନୁମାଙ୍କ ମୃତଦେହ ମିଳିବା ପୂର୍ବରୁ ସେ ମଙ୍ଗଳବାର ରାତି ୧୦.୨୪ ଓ ୧୦.୩୬ରେ ନିଜ ଫେସବୁକ ଆକାଉଣ୍ଟରେ ଦୁଇଟି ପୋଷ୍ଟ କରିଥିଲେ। ସେ ଫହିମ ଫୈଜଲ ନାମକ ଜଣେ ବ୍ୟକ୍ତିଙ୍କୁ ଏହା ଟ୍ୟାଗ କରିଥିଲେ। ସେ ପ୍ରଥମ ପୋଷ୍ଟରେ ଲେଖିଥିଲେ ଯେ “ମୃତ୍ୟୁର ଅନୁରୂପ ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ଭଲ।” ଦ୍ୱିତୀୟ ପୋଷ୍ଟରେ ସେ ଓ ଫୈଜଲ ବାଂଲାଦେଶ ପତାକାକୁ ମୁଣ୍ଡରେ ବାନ୍ଧି ଢାକା ବିଶ୍ୱ ବିଦ୍ୟାଳୟ ବାହାରେ ଛିଡ଼ା ହୋଇଛନ୍ତି।

Advertisment

ସେ ଏଥିରେ ଲେଖିଛନ୍ତି, “ତୁମ ଭଳି ବନ୍ଧୁ ପାଇବା ବହୁତ ଭଲ। ଉପରବାଲା ତମକୁ ସବୁବେଳେ ଆଶୀର୍ବାଦ କରନ୍ତୁ। ଆଶା ତୁମେ ତୁମର ସବୁ ସ୍ୱପ୍ନକୁ ଖୁବଶୀଘ୍ର ପୂରଣ କରିବ। ମୁଁ ଜାଣିଛି ଆମେ ଏକାଠି ଅନେକ ଯୋଜନା କରିଥିଲେ। କିନ୍ତୁ ଦୁଃଖର କଥା ଆମେ ଆମର ଯୋଜନାକୁ ପୂରଣ କରିପାରିଲେ ନାହିଁ। ତୁମ ଜୀବନର ଚଲା ପଥରେ ଉପରବାଲା ତୁମକୁ ସାହା ହୁଅନ୍ତୁ।”

ରାତି ପ୍ରାୟ ୧୧.୨୫ରେ ଫୈଜଲ ପୋଷ୍ଟରେ କମେଣ୍ଟ କରି ରହନୁମାଙ୍କୁ ଓଲଟା ସିଧା କିଛି ନ କରିବାକୁ ଅନୁରୋଧ କରିଥିଲେ। ହେଲେ ରାତି ୨ଟା ବେଳକୁ ରହନୁମାଙ୍କ ମୃତଦେହ ମିଳିଛି। 

ପୁଲିସ୍‌ କହିଛି ଯେ ଏବେ ଘଟଣା ତଦନ୍ତ ଚାଲିଛି। ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍‌ କହିଛି।

Bangladesh Sarah Rahanuma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe