Advertisment

ପୂଜାରେ ଜମିବ ଇଲିସି ଆସର, କଟକଣା ହଟାଇଲା ବାଂଲାଦେଶ

ଭାରତକୁ ୩ ହଜାର ଟନ୍‌ ଇଲିସି ମାଛ ରପ୍ତାନୀ ପାଇଁ ବାଂଲାଦେଶ ମଞ୍ଜୁରୀ ଦେଇଛି।

Hilsa Fish

Hilsa Fish

Advertisment

ଏଥର ଦୁର୍ଗା ପୂଜାରେ ଜମିବ ଇଲିସି ଆସର। ପୁଣି ବଜାରରେ ମେଲିବ ଇଲିସି ପସରା। ଭାରତକୁ ଇଲିସି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ଓ ବେଙ୍ଗଲୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିସି ମାଛ ରପ୍ତାନୀ ଉପରେ ପ୍ରତିବନ୍ଧକ ଉଠାଇଛନ୍ତି। ଏନେଇ ଶନିବାର ଘୋଷଣା ହୋଇଛି।

Advertisment

ସୂଚନାନୁସାରେ ୩ ହଜାର ଟନ୍‌ ଇଲିସି ମାଛ ରପ୍ତାନୀ ପାଇଁ ବାଂଲାଦେଶ ମଞ୍ଜୁରୀ ଦେଇଛି। ଦେଶରେ ଦୁର୍ଗା ପୂଜା ୯ରୁ ୧୩ ଅକ୍ଟୋବର ପର୍ଯ୍ୟନ୍ତ ପାଳିତ ହେବ। ତେବେ କିଛି ଦିନ ପୂର୍ବରୁ ମହମ୍ମଦ ୟୁନୁସ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଘରୋଇ ଚାହିଦା ପୂରଣ ନିମନ୍ତେ ଭାରତକୁ ଇଲିସି ରପ୍ତାନୀ ଉପରେ କଟକଣା ଜାରି କରିଥିଲେ। ଏବେ ସରକାର ତାଙ୍କ ପୂର୍ବ ନିଷ୍ପତ୍ତିକୁ ସଂଶୋଧନ କରିଛନ୍ତି।

ଦୂର୍ଗାପୂଜା ବ୍ୟତୀତ ଅନ୍ୟ ପର୍ବପର୍ବାଣୀରେ ଭାରତର ପୂର୍ବ ରାଜ୍ୟରେ ଏହି ମାଛର ବହୁତ ଚାହିଦା ରହିଛି। ବାଂଲାଦେଶର ବାଣିଜ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଆଗାମୀ ଦୂର୍ଜାପୂଜା ଅବସରରେ ୩ହଜାର ମେଟ୍ରିକ ଟନ୍‌ ଇଲିସି ମାଛ ରପ୍ତାନୀକୁ ମଞ୍ଜୁର ଦିଆଯାଇଛି।

Advertisment

ବାଂଲଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱାଧୀନ ଆବାମୀ ଲିଗ୍ ସରକାର ସଦଭାବନା ରୂପେ ପ୍ରତିବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଭାରତକୁ ଇଲିସି ରପ୍ତାନୀ ଅନୁମତି ଦେଉଥିଲେ। ଏହି ପରମ୍ପରା ଦୀର୍ଘ ବର୍ଷରୁ ଚଳି ଆସୁଥିଲା। ୨୦୨୩ରେ ମନ୍ତ୍ରଣାଳୟ ୭୯ କମ୍ପାନୀକୁ ଭାରତକୁ ୫୦ ଟନ୍‌ ଇଲିସି ମାଛ ରପ୍ତାନୀ ପାଇଁ ଅନୁମତି ଦେଇଥିଲା।

ବାଂଲାଦେଶ ଇଲିସି ଉତ୍ପାଦନରେ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର। ତେବେ ସ୍ଥାନୀୟ ଚାହିଦା ଅଧିକ ରହୁଥିବାରୁ ଏହି ମାଛ ରପ୍ତାନୀ ଉପରେ କଟକଣା ଲଗାଇଥିଲା ବାଂଲାଦେଶ। ଭାରତର ମାଛ ଆମଦାନୀକାରୀ ସଂଘ ଚଳିତମାସ ପ୍ରାରମ୍ଭରେ ବାଂଲାଦେଶ ବୈଦେଶିକ ବ୍ୟାପାର ପରାମର୍ଶଦାତା ତୈହିଦ ହୁସୈନଙ୍କୁ ଦୁର୍ଗା ପୂଜା କାଳରେ ଭାରତକୁ ଇଲିସି ରପ୍ତାନୀ ଅନୁମତି ଦେବାକୁ ନିବେଦନ କରିଥିଲା।

Durga Puja Bangladesh Hilsa Fish Bangladesh Lifts Ban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe