Advertisment

ଇସ୍ତଫା ଦେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

ବ୍ୟାପକ ହିଂସା ମଧ୍ୟରେ ପଦରୁ ଇସ୍ତଫା ଦେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା।

ଅଦ୍ୟତନ ହୋଇଛି
Sheikh Hasina

Sheikh Hasina

Advertisment

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେଇଛନ୍ତି। ୧୫ ବର୍ଷ ସତ୍ତାରେ ରହିବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହସିନା। ଏପରିକି ଶେଖ୍ ହସିନା ମଧ୍ୟ ଦେଶ ଛାଡ଼ି ବିଦେଶ ପଳାଇ ଯାଇଥିବା ଚର୍ଚ୍ଚା ହେଉଛି।

Advertisment

ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଦେଶରେ ଚାଲିଥିବା ବ୍ୟାପକ ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହସିନା। ଗତ ମାସ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ପରେ କିଛି ଦିନ ଆନ୍ଦୋଳନରେ ବିରାମ ଲାଗିଥିଲା। ଗତକାଲି ପୁଣି କିଛି ଛାତ୍ର ସଂଗଠନ ଏବଂ ବିରୋଧୀ ଦଳ ଆନ୍ଦୋଳନକୁ ଓହ୍ଲାଇଥିଲେ।

ଏଥିରେ ପୁଣି ଶତାଧିକ ଲୋକଙ୍କ ଜୀବନ ଯାଇ ଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଏହା ପରେ ଗୃହ ମନ୍ତ୍ରୀ ଦେଶବ୍ୟାପୀ କର୍ଫ୍ୟୁ ଜାରି କରିବା ସହ ତିନି ଦିନିଆ ଛୁଟି ଘୋଷଣା କରିଥିଲେ। ତଥାପି ପୁଣି ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ସହ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ(ଗଣ ଭବନ)କୁ ଧସେଇ ପଶିଥିଲେ ହଜାର ହାଜର ଆନ୍ଦୋଳନକାରୀ।

Advertisment

ଏହା ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ଶେଖ୍ ହସିନା ସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଭାରତ ଚାଲି ଆସିଥିବା ଚର୍ଚ୍ଚା ହେଉଛି। ସେ ତ୍ରିପୁରାରେ ରହିଥିବା କୁହାଯାଉ ଥିବାବେଳେ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। 

୧୯୯୬ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ଶେଖ୍ ହସିନା। ଏହାପରେ ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ବାଂଲାଦେଶ ଇତିହାସରେ ସର୍ବାଧିକ ସମୟ ପ୍ରଧାନମନ୍ତ୍ରୀ ରହିବାରେ ହସିନା ହେଉଛନ୍ତି ପ୍ରଥମ। ଏପରିକି ହସିନା ହେଉଛନ୍ତି ବିଶ୍ୱର ପ୍ରଥମ ନାରୀ ନେତ୍ରୀ, ଯିଏକି ଅଧିକ ସମୟ ଏକ ସରକାରର ମୁଖ୍ୟ ଭାବେ ଦାୟିତ୍ୱ ନିଭାଇଛନ୍ତି। 

Sheikh Hasina Resigns Bangladesh Protests Sheikh Hasina Bangladesh PM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe