Advertisment

ଭାରତ ସମେତ ୫ ଦେଶରୁ ରାଷ୍ଟ୍ରଦୂତଙ୍କୁ ଫେରାଇନେଲା ବାଂଲାଦେଶ

ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ବେଲଜିୟମ୍‌, ପର୍ତ୍ତୁଗାଲ ଓ ସଂଯୁକ୍ତ ରାଷ୍ଟ୍ରରୁ ବାଂଲାଦେଶର ଅନ୍ତରୀଣ ସରକାର ନିଜ ରାଷ୍ଟ୍ରଦୂତମାନଙ୍କୁ ଫେରାଇ ଆଣିଛନ୍ତି।

Muhammad Yunus and PM Modi

Muhammad Yunus and PM Modi

Advertisment

ଭାରତ ସମେତ ୫ ଦେଶରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇନେଲା ବାଂଲାଦେଶ। ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ବେଲଜିୟମ୍‌, ପର୍ତ୍ତୁଗାଲ ଓ ସଂଯୁକ୍ତ ରାଷ୍ଟ୍ରରୁ ବାଂଲାଦେଶର ଅନ୍ତରୀଣ ସରକାର ନିଜ ରାଷ୍ଟ୍ରଦୂତମାନଙ୍କୁ ଫେରାଇ ଆଣିଛନ୍ତି। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବାଂଲାଦେଶ ଏବଂ ଭାରତ ସମ୍ପର୍କ ସେତେଟା ଭଲ ନାହିଁ।

Advertisment

ଭାରତରେ ହାଇ କମିଶନର ମୁସ୍ତାଫିଜୁର ରହମାନଙ୍କ ବ୍ୟତୀତ ଯେଉଁ ଲୋକମାନଙ୍କୁ ଫେରାଇ ଅଣାଯାଇଛି ସେଥିରେ ନ୍ୟୁୟର୍କରେ ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧୀ ଏବଂ ଅଷ୍ଟ୍ରେଲିଆ, ବେଲଜିୟମ ଓ ପର୍ତ୍ତୁଗାଲରେ ବାଂଲାଦେଶର ରାଷ୍ଟ୍ରଦୂତ ଅଛନ୍ତି। ଯେଉଁ ରାଷ୍ଟ୍ରଦୂତମାନଙ୍କୁ ବାଂଲାଦେଶ ତୁରନ୍ତ ଫେରି ଆସିବାକୁ କହିଛି, ସେମାନେ ଆସନ୍ତା ମାସରେ ଅବସର ନେଇଥାନ୍ତେ। ହାଇ କମିଶନର ମୁସ୍ତାଫିଜୁର ରହମାନ ମଧ୍ୟ ଏଥିରେ ସାମିଲ ଅଛନ୍ତି।

କହିରଖୁ ଯେ, ବାଂଲାଦେଶରେ ଛାତ୍ର ସଂଗଠନ ନେତୃତ୍ୱର ନିରନ୍ତର ବିରୋଧ ପ୍ରଦର୍ଶନ କରାଯାଇଥିଲା। ଫଳରେ ଅଗଷ୍ଟ ଆରମ୍ଭରେ ଶେଖ ହସିନାଙ୍କ ସରକାର ପତନ ଘଟିଥିଲା। ସେ ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ପରେ ଭାରତ-ବାଂଲାଦେଶ ସମ୍ପର୍କ ଖରାପ ରହିଛି। ଶେଖ ହସିନାଙ୍କ ଇସ୍ତଫା ପରେ ନୋବେଲ ବିଜେତା ମହମ୍ମଦ ୟୁନୁସ ବାଂଲାଦେଶରେ ଅନ୍ତରୀଣ ସରକାରର ଦାୟିତ୍ୱ ନେଇଛନ୍ତି।  

Advertisment

ସେପଟେ ହାସିନା ବାଂଲାଦେଶ ଛାଡିବା ପରେ ଭାରତରେ ଆଶ୍ରୟ ନେଇଥିଲେ। ଗତ ମାସରେ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା ପରିସରରେ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ବୈଠକର ପାଇଁ ଢ଼ାକାରେ କାର୍ଯ୍ୟନିର୍ବାହୀ ଶାସନ ନିରନ୍ତର ଉଦ୍ୟମ କରିଥିଲା। ତେବେ ୟୁନୁସ ଭାରତକୁ ସମାଲୋଚନା କରିଥିଲେ। ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗକୁ ମଧ୍ୟ ଉଠାଇଥିଲେ। ଏଥିରେ ଭାରତୀୟ ଦଳ ଅସନ୍ତୁଷ୍ଟ ଥିଲା ଏବଂ ଦୁଇ ନେତାଙ୍କ ଦେଖାସାକ୍ଷାତ ହୋଇପାରିନଥିଲା। 

Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe