Advertisment

ଶେଖ ହସିନାଙ୍କ ସମେତ ୯୭ ଜଣଙ୍କ ପାସପୋର୍ଟ ବାତିଲ

ଅନ୍ତରୀଣ ସରକାର କହିଛନ୍ତି ଯେ ଦେଶ ଛାଡ଼ି ଦେଇଥିବା ପ୍ରଧାନମନ୍ତ୍ରୀଙ୍କ ସମେତ ମୋଟ ୯୭ ଜଣଙ୍କ ପାସପୋର୍ଟକୁ ବାତିଲ କରାଯାଇଛି। ବାଂଲାଦେଶରେ ଏମାନଙ୍କ ବିରୋଧରେ ଅପରାଧିକ ମାମଲା ଚାଲିଥିବାରୁ ସରକାର ପାସପୋର୍ଟ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।

author-image
Hemant Lenka
Sheikh Hasina

Sheikh Hasina

ବାଂଲାଦେଶର ଅନ୍ତରୀଣ ସରକାର ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀର ଶେଖ ହସିନାଙ୍କ ପାସପୋର୍ଟକୁ ବାତିଲ କରି ଦେଇଛନ୍ତି। ଢାକାରେ ଅନ୍ତରୀଣ ସରକାର ପକ୍ଷରୁ ଏପରି ଘୋଷଣା କରାଯାଇଛି।

Advertisment

ଅନ୍ତରୀଣ ସରକାର କହିଛନ୍ତି ଯେ ଦେଶ ଛାଡ଼ି ଦେଇଥିବା ପ୍ରଧାନମନ୍ତ୍ରୀଙ୍କ ସମେତ ମୋଟ ୯୭ ଜଣଙ୍କ ପାସପୋର୍ଟକୁ ବାତିଲ କରାଯାଇଛି। ବାଂଲାଦେଶରେ ଏମାନଙ୍କ ବିରୋଧରେ ଅପରାଧିକ ମାମଲା ଚାଲିଥିବାରୁ ସରକାର ପାସପୋର୍ଟ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।

୯୭ ଜଣଙ୍କ ମଧ୍ୟରୁ ୨୨ ଜଣ ବିରୋଧରେ ବଳପୂର୍ବକ ସାଧାରଣ ଲୋକଙ୍କୁ ଅପହରଣ ପରେ ଗାଏବ କରିବା ଅଭିଯୋଗ ରହିଥିବା ବେଳେ ୭୫ ଜଣ ଗତବର୍ଷ ଆନ୍ଦୋଳନ ବେଳେ ଶିକ୍ଷାର୍ଥୀଙ୍କୁ ହତ୍ୟା କରାଯିବା ଘଟଣାରେ ସାମିଲ ଥିଲେ।

Advertisment

ସରକାର ଆଜି ୯୭ ଜଣଙ୍କ ପାସପୋର୍ଟ ବାତିଲ କରିଥିବା ବେଳେ ସୋମବାର ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ ବା ଆଇସିଟି ହସିନା ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ଥିବା ବେଳେ ୫୦୦ରୁ ଅଧିକ ଲୋକଙ୍କୁ ବଳପୂର୍ବକ ଉଠାଇ ନେଇଥିବା ଅଭିଯୋଗରେ ଏପରି ଗିରଫ ପରୱାନା ଜାରି କରାଯାଇଥିଲା।

ଟ୍ରିବ୍ୟୁନାଲ ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କୁ ଫେବୃଆରୀ ୧୨ ତାରିଖ ସୁଦ୍ଧା ଗିରଫ କରି ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Bangladesh Sheikh Hasina