Advertisment

ବାଂଲାଦେଶ ହିଂସା: ଢାକେଶ୍ୱରୀ ମନ୍ଦିର ଗଲେ ମହମ୍ମଦ ୟୁନୁସ, ହିନ୍ଦୁ ନେତାଙ୍କ ସହ କଲେ ଆଲୋଚନା

ବାଂଲାଦେଶରେ ଥିବା ହିନ୍ଦୁ ନେତାମାନଙ୍କୁ ଭେଟିଛନ୍ତି ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ।

author-image
Debibandita Barick
Dhakeshwari Goddess

Dhakeshwari Goddess

ବାଂଲାଦେଶରେ ଥିବା ହିନ୍ଦୁ ନେତାମାନଙ୍କୁ ଭେଟିଛନ୍ତି ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ। ସେ ଢାକା ସ୍ଥିତ ଢାକେଶ୍ୱରୀ ମନ୍ଦିନକୁ ଯାଇ ହିନ୍ଦୁ ନେତାଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିଛନ୍ତି। ଏଥିସହ ସମସ୍ତଙ୍କୁ ସମାନ ଅଧିକାରର ବାର୍ତ୍ତା ଦେଇଛନ୍ତି।

Advertisment

ଦେଶରେ ଚାଲିଥିବା ହିଂସା ମଧ୍ୟରେ କିଛି ଆନ୍ଦୋଳନକାରୀ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିବା ସହ ହିନ୍ଦୁଙ୍କୁ ଟାର୍ଗେଟ କରିଥିଲେ। ସେମାନଙ୍କ ଘର ଭାଙ୍ଗି ଦେବା ସହ ଦୋକାନରେ ଭଙ୍ଗାରୁଜା କରିଥିଲେ। ଏହା ପରେ ହଜାର ହଜାର ସଂଖ୍ୟାକ ହିନ୍ଦୁ ଏକତ୍ରିତ ହୋଇ ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଥିଲେ।

ଏସବୁ ମଧ୍ୟରେ ବାଂଲାଦେଶରେ ଚାଲିଥିବା ମଧ୍ୟବର୍ତ୍ତୀକାଳୀନ ସରକାରର ପ୍ରଧାନମନ୍ତ୍ରୀ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସୁ ରାଜଧାନୀ ଢାକାରେ ଥିବା ଢାକେଶ୍ୱରୀ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ହିନ୍ଦୁ ଗୋଷ୍ଠୀ ଏବଂ ବାଂଲାଦେଶ ଉଦଯାପନ ପରିଷଦ ଏବଂ ମହାନଗର ସାର୍ବଜନୀନ ପୂଜା କମିଟି ମୁଖ୍ୟମାନଙ୍କୁ ଭେଟିଛନ୍ତି।

Advertisment

ଏହି ଅବସରରେ ସେ କହିଛନ୍ତି, "ଅଧିକାର ସମସ୍ତଙ୍କ ପାଇଁ ସମାନ। ଆମେ ସମସ୍ତେ ଗୋଟିଏ ଅଧିକାର ଥିବା ନାଗରିକ। ଆମ ମଧ୍ୟରେ କୌଣସି ପ୍ରଭେଦ କରନ୍ତୁ ନାହିଁ। ଦୟାକରି, ଆମକୁ ସାହାଯ୍ୟ କରନ୍ତୁ, ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ। ଯଦି ଆମେ କିଛି କରିବାରେ ଅସମର୍ଥ ହେଉ, ତେବେ ତର୍ଜମା କରି ସମାଲୋଚନା କରନ୍ତୁ।"

ବାଂଲାଦେଶରେ ସଂରକ୍ଷଣକୁ ନେଇ ଛାତ୍ର ଗୋଷ୍ଠୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏଥିରେ 400ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଏବଂ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବି କରିଥିଲେ ଆନ୍ଦୋଳନକାରୀ। ଏହାପରେ ଅଗଷ୍ଟ 5ରେ ପଦରୁ ଇସ୍ତଫା ଦେଇଥିଲେ ଶେଖ୍ ହସିନା। ବର୍ତ୍ତମାନ ଦେଶରେ ଅନ୍ତରୀଣ ସରକାର ଚାଲିଛି, ଯେଉଁଥିରେ ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ଅଛନ୍ତି। 

Muhammad Yunus Bangladesh Violence Hindu In Bangladesh