Advertisment

ବାଂଲାଦେଶରେ କର୍ଫ୍ୟୁ ଲାଗୁ, ଗଲାଣି ୧୦୫ ଜୀବନ

ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବା ସହ ବେକାବୁ ହେବାରେ ଲାଗିଛି। ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି।

ଅଦ୍ୟତନ ହୋଇଛି
Protest

Protest

Advertisment

ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବା ସହ ବେକାବୁ ହେବାରେ ଲାଗିଛି। ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି। ଏଥିସହ ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ଅଧିକରୁ ଅଧିକ ଯବାନଙ୍କୁ ବିଭିନ୍ନ ଅଞ୍ଚଳରେ ମୁତୟନ କରାଯାଉଛି।

Advertisment

ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ନିଆଁରେ ଏବେ ସମଗ୍ର ଦେଶ ଜଳୁଛି। ଏହି ଆନ୍ଦୋଳନରେ ୧୦୫ଜଣଙ୍କ ଜୀବନ ଯାଇ ସାରିଥିବା ବେଳେ ୨୫ଶହରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସ୍ଥିତି କ୍ରମଶଃ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାରୁ ଦେଶରେ ଶାନ୍ତିଶୃଙ୍ଖଳା ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଛି ଶେଖ ହସିନାଙ୍କ ସରକାର। ଫଳରେ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି।

ବାଂଲାଦେଶରେ ସାର୍ବଜନୀନ ସ୍ଥଳୀରେ ହେଉଥିବା ସବୁ ସଭା, ସମିତି ଓ ରାଲି ଉପରେ ରୋକ୍‌ ଲଗାଯାଇଛି। ଦେଶର ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଯାଇ ଏପରି କଠୋର ପଦକ୍ଷେପ ଉଠାଯାଇଥିବା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରବକ୍ତା କହିଛନ୍ତି। ସରକାରଙ୍କ ବହୁ ପଦକ୍ଷେପ ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଓ ସରକାରୀ ସମ୍ପତ୍ତିରେ ନିଆଁ ଲଗାଇ ଦେଉଛନ୍ତି।

Advertisment

ଗତକାଲି ବହୁ ଛାତ୍ର ଆନ୍ଦୋଳନକାରୀମାନେ ନରସିଂହଡି ଜିଲ୍ଲାସ୍ଥିତ ଜେଲ୍‌ରେ ନିଆଁ ଲଗାଇ ଦେଇ ଶତାଧିକ କଏଦୀଙ୍କୁ ମୁକ୍ତ କରିଦେଇଥିଲେ। ଏହାପରେ ପୂରା ବିଲ୍ଡିଂରେ ନିଆଁ ଲଗାଇ ଦେଇଥିଲେ। ଏହି ଜେଲ୍‌ରେ ୧୦୦ରୁ ଅଧିକ କଏଦୀ ଖସି ଯାଇଥିବା ଅନୁମାନ କରାଯାଉଥିବା ବେଳେ ସେମାନଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିନି।

ପଡ଼ୋଶୀ ଦେଶରେ ଦେଖାଦେଇଥିବା ଏପରି ହିଂସାତ୍ମକ ଘଟଣା ସେମାନଙ୍କ ଅନ୍ତରୀଣ ବ୍ୟାପାର ବୋଲି କହିଛି ଭାରତ । ତେବେ ଭାରତ ସେଠାକାର ସ୍ଥିତି ଉପରେ କଡ଼ା ନଜର ରଖିଛି।

ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଜୟସୱାଲ କହିଛନ୍ତି, ବାଂଲାଦେଶରେ ଥିବା ୧୫ ହଜାର ଭାରତୀୟ ସୁରକ୍ଷିତ ଅଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୮୫୦୦ ଜଣ ହେଉଛନ୍ତି ଛାତ୍ର। ଗତ ରାତିରେ ୧୨୫ ଭାରତୀୟ ଛାତ୍ରଙ୍କ ସମେତ ସମୁଦାୟ ୨୪୫ ଜଣ ଦେଶକୁ ଫେରି ଆସିଛନ୍ତି।

ଏଥିସହ ବାଂଲାଦେଶରେ ଫସିଥିବା ଅନ୍ୟ ଭାରତୀୟ ନାଗରିକ ତଥା ଛାତ୍ର ସ୍ୱଦେଶକୁ ଫେରିବାକୁ ଚାହିଁଲେ ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଏଥିନିମନ୍ତେ ପଶ୍ଚିମବଙ୍ଗ ଓ ତ୍ରିପୁରା ବର୍ଡର ଭାରତୀୟଙ୍କ ଫେରିବା ନିମନ୍ତେ ଖୋଲା ରଖାଯାଇଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ବାଂଲାଦେଶରେ ସରକାରୀ ଚାକିରିରେ ୩୦% ସଂରକ୍ଷଣ ୧୯୭୧ ଯୁଦ୍ଧର ସହିଦଙ୍କ ପରିବାର ସଦସ୍ୟଙ୍କୁ ପାଇଁ ରହିଥିବାରୁ ଏହାକୁ ପ୍ରତ୍ୟାହାର କରିବା ପାଇଁ ଏହି ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ।

ସେମାନଙ୍କ ଦାବି ସହିଦଙ୍କ ନାତି, ଅଣନାତିଙ୍କୁ ବି ଏହି ସୁବିଧା ମିଳୁଥିବାରୁ ପ୍ରକୃତ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରିରୁ ବଞ୍ଚିତ ରହୁଛନ୍ତି। ଏହା ବିରୋଧରେ ଜୁଲାଇ ୧ରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଯୋଗୁ ୧୦୫ ଜଣଙ୍କ ଜୀବନ ଗଲାଣି। ୩୦୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Protest Bangladesh Curfew
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe