Advertisment

କଏଦୀଙ୍କୁ ମୁକ୍ତ କଲେ, ଜେଲରେ ନିଆଁ ଲଗାଇ ଦେଲେ ଆନ୍ଦୋଳନକାରୀ

ଜୁଲାଇ ୧ରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଯୋଗୁ ୬୪ ଜଣଙ୍କ ଜୀବନ ଗଲାଣି। ୩୦୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Bangladesh

Bangladesh

Advertisment

ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ପ୍ରଭାବ ଏବେ ସାରା ଦେଶରେ ପଡ଼ିଛି। ଆଜି ଛାତ୍ର ଆନ୍ଦୋଳନକାରୀମାନେ ନରସିଂହଡି ଜିଲ୍ଲା ଜେଲ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଏଥିସହ ଶତାଧିକ କଏଦୀଙ୍କୁ ମୁକ୍ତ କରାଇଛନ୍ତି।

Advertisment

ଜଣେ ଅଧିକାରୀ କହିଛନ୍ତି, ଜେଲ ବିଲଡିଂରେ ନିଆଁ ଲଗାଇବା ପୂର୍ବରୁ ବିକ୍ଷୋଭକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ସେମାନେ କଏଦୀମାନଙ୍କୁ ମୁକ୍ତ କରାଇଥିଲେ। ଏହାପରେ ପୂରା ବିଲଡିଂରେ ନିଆଁ ଲଗାଇ ଦେଇଛନ୍ତି। ପ୍ରକୃତରେ କେତେ ସଂଖ୍ୟକ କଏଦୀ ଚମ୍ପଟ ମାରିଛନ୍ତି ଜଣାପଡ଼ିନି। କିନ୍ତୁ ୧୦୦ରୁ ଅଧିକ କଏଦୀ ଖସି ଯାଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।

ଜଣେ ବରିଷ୍ଠ ସରକାରୀ ଅଧିକାରୀ ଜେଲ ଭଙ୍ଗା ଯିବା ଘଟଣାକୁ ସ୍ୱୀକାର କରିଛନ୍ତି। କିନ୍ତୁ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ନାହାନ୍ତି। ଢାକା ପୁଲିସ୍‌ ଏକତ୍ରୀକରଣ ଉପରେ ବ୍ୟାନ ଲଗାଇଥିଲେ ହେଁ ଆଜି ବିଭିନ୍ନ ସ୍ଥାନରେ ପୁଣି ହିଂସାକାଣ୍ଡ ଦେଖିବାକୁ ମିଳିଛି।

Advertisment

ହାତରେ ଠେଙ୍ଗା ବାଡ଼ି, ପଥର ଧରି ବୁଲୁଥିବା ବିକ୍ଷୋଭ ପ୍ରଦର୍ଶନକାରୀ ରାସ୍ତା ଉପରେ ଥିବା ବସ୍‌ ସମେତ ବିଭିନ୍ନ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଏହାକୁ ଦେଖି ବାଂଲାଦେଶରେ ବସ୍‌, ଟ୍ରେନ୍‌ ଓ ମେଟ୍ରୋ ସେବାକୁ ବନ୍ଦ କରି ଦିଆଯାଇଛି।

ପୁଲିସ୍‌ ମୁଖ୍ୟ ହବିବୁର ରହମାନ କହିଛନ୍ତି, “ଆମେ ସମସ୍ତ ପ୍ରକାରର ରାଲି, ଶୋଭାଯାତ୍ରା ଓ ସର୍ବସାଧାରଣ ଏକତ୍ରୀକରଣକୁ ବ୍ୟାନ କରିଛୁ। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଛି। ତଥାପି ବିକ୍ଷୋଭ ହେବାରୁ ପୁଣି ପୁଲିସ୍‌ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ବିଭିନ୍ନ ସଂଗଠନ ରାଲି କରୁଥିବା ଇଣ୍ଟରନେଟ ସେବାକୁ ଦେଶରେ ବନ୍ଦ କରାଯାଇଛି।”

ବାଂଲାଦେଶରେ ସରକାରୀ ଚାକିରିରେ ୩୦% ସଂରକ୍ଷଣ ୧୯୭୧ ଯୁଦ୍ଧର ସହିଦଙ୍କ ପରିବାର ସଦସ୍ୟଙ୍କୁ ପାଇଁ ରହିଥିବାରୁ ଏହାକୁ ପ୍ରତ୍ୟାହାର କରିବା ପାଇଁ ଏହି ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ।

ସେମାନଙ୍କ ଦାବି ସହିଦଙ୍କ ନାତି, ଅଣନାତିଙ୍କୁ ବି ଏହି ସୁବିଧା ମିଳୁଥିବାରୁ ପ୍ରକୃତ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରିରୁ ବଞ୍ଚିତ ରହୁଛନ୍ତି। ଏହା ବିରୋଧରେ ଜୁଲାଇ ୧ରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଯୋଗୁ ୬୪ ଜଣଙ୍କ ଜୀବନ ଗଲାଣି। ୩୦୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Protest Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe