Advertisment

ମଝି ଆକାଶରେ ଫାଇଟର ଜେଟ୍‌ରେ ଲାଗିଲା ନିଆଁ, ଭିତରେ ଥିଲେ ଦୁଇ ପାଇଲଟ

ଟ୍ରେନିଂ ସରିବା ପରେ ଦୁଇ ପାଇଲଟ ବେସ୍‌ କ୍ୟାମ୍ପକୁ ଫେରୁଥିବା ବେଳେ ତାହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

Fire in jet

Fire in jet

Advertisment

ଗତକାଲି ବାଲାଂଦେଶରେ ଏକ ଟ୍ରେନିଂ ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନିଂ ସରିବା ପରେ ଦୁଇ ପାଇଲଟ ବେସ୍‌ କ୍ୟାମ୍ପକୁ ଫେରୁଥିବା ବେଳେ ତାହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଉକ୍ତ ସମୟରେ ଜେଟ୍‌ରେ ଦୁଇ ପାଇଲଟ ଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ହୋଇଛି। ମୃତକ ହେଲେ ୩୨ ବର୍ଷୀୟ ସୀମ ଜାୱାଦ।

Advertisment

ବାଲାଂଦେଶ ଏୟାରଫୋର୍ସର ଟ୍ରେନିଂ ଫାଇଟର ଜେଟ୍‌ YAK130 ରେ ଗତକାଲି ଦୁଇ ପାଇଲଟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଶିକ୍ଷଣ ସରିବା ପରେ ସେମାନେ ବେସ୍‌ କ୍ୟାମ୍ପକୁ ଫେରୁଥିଲେ। ମାତ୍ର ହଠାତ୍‌ ମଝି ଆକାଶରେ ଜେଟ୍‌ରେ ନିଆଁ ଲାଗି ଯାଇଥିଲା। ଏହାପରେ ଉଭୟ ତୁରନ୍ତ ଜେଟ୍‌ଟିକୁ ଲୋକ ଗହଳି ସ୍ଥାନରୁ ଦୂରକୁ ନେଇ ଯାଇଥିଲେ। । ଜେଟ୍‌ଟି କିଛି ସମୟ ଆକାଶରେ ଚକ୍କର କାଟି ନିକଟରେ ଥିବା ନଦୀରେ ପଡ଼ି ଯାଇଥିଲା। ଏହାର ଭିଡିଓ ସୋଶାଲ ମିଡିଆରେ ଦେଖିବାକୁ ମିଳୁଥିବା ବେଳେ ଆକାଶରେ ନିଆଁ ପିଣ୍ଡୁଳା ଉଡ଼ୁଥିବାର ଦେଖିବାକୁ ମିଳିଥିଲା ।

ସେଠାରେ ଉପସ୍ଥିତ ଲୋକେ, ମତ୍ସ୍ୟଜୀବୀ ତୁରନ୍ତ ନଦୀରୁ ଦୁଇ ପାଇଲଟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅସୀମ ଜାୱାଦଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ ପାଇଲଟ ୱିଙ୍ଗ କମାଣ୍ଡର ସୋହନ ହସନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ଏହି ଦୁର୍ଘଟଣାର କାରଣ ଜାଣିବା ନିମନ୍ତେ ତଦନ୍ତ ଆରମ୍ଭ ହୋଇଥିବା ବାଲାଂଦେଶ ଏୟାରଫୋର୍ସ ପ୍ରବକ୍ତା ସୂଚନା ଦେଇଛନ୍ତି।

Bangladesh Fire Accident Aircraft Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe