Advertisment

ବାଂଲାଦେଶ ଅଭିନେତ୍ରୀ ପାଳୁଥିଲେ ଶୋକ ଦିବସ, ହେଲା ଅତର୍କିତ ଆକ୍ରମଣ

ଦେଶର ରାଷ୍ଟ୍ରପିତା ତଥା ବଙ୍ଗବନ୍ଧୁ ଭାବେ ପରିଚିତ ଶେଖ୍‌ ମୁଜିବୁର ରେହମାନଙ୍କ ଐତିହାସିକ ବାସଭବନରେ କ୍ୟାଣ୍ଡେଲ ଜାଳି ମୌନ ପ୍ରତିବାଦ ଜଣାଉଥିବା କିଛି ଲୋକଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ ।

Bangladesh Actress

Bangladesh Actress

Advertisment

ଅଗଷ୍ଟ ୧୫ ତାରିଖକୁ ବାଂଲାଦେଶ ଶୋକ ଦିବସ ଭାବେ ପାଳନ କରୁଥିବା ବେଳେ ଘଟିଛି ହିଂସାତ୍ମକ ଘଟଣା। ଦେଶର ରାଷ୍ଟ୍ରପିତା ତଥା ବଙ୍ଗବନ୍ଧୁ ଭାବେ ପରିଚିତ ଶେଖ୍‌ ମୁଜିବୁର ରେହମାନଙ୍କ ଐତିହାସିକ ବାସଭବନରେ କ୍ୟାଣ୍ଡେଲ ଜାଳି ମୌନ ପ୍ରତିବାଦ ଜଣାଉଥିବା କିଛି ଲୋକଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଏହି ଆକ୍ରମଣରେ ଜାତୀୟ ପୁରସ୍କାରପ୍ରାପ୍ତ ବାଂଲାଦେଶ ଅଭିନେତ୍ରୀ ରୋକିୟା ପ୍ରାଚୀଙ୍କ ସମେତ ବହୁ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ଅଗଷ୍ଟ ୧୫ ତାରିଖରେ ବାଂଲାଦେଶର ସଂସ୍ଥାପକ ଭାବେ ପରିଚିତ ଶେଖ୍‌ ମୁଜିବୁର ରେହମାନଙ୍କ ହତ୍ୟା କରାଯାଇଥିଲା। ସେ ବଙ୍ଗବନ୍ଧୁ ଭାବେ ପରିଚିତ ଥିଲେ। ହସିନାଙ୍କ ସରକାର ଅମଳରେ ଏହି ଦିନକୁ ଶୋକ ଦିବସ ଭାବେ ପାଳନ କରାଯାଉଥିଲ। କିନ୍ତୁ ବାଂଲାଦେଶର ଶାସନ ଭାର ଏବେ ସମ୍ଭାଳିଥିବା ଅନ୍ତରୀଣ ସରକାର ଶୋକ ଦିବସ ପାଳନକୁ ବାରଣ କରିଛି।

ଏପରିକି ବାଂଲାଦେଶର ବହୁ ସଙ୍ଗଠନ ଶୋକ ଦିବସ ପାଳନ କଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ। ଉକ୍ତ ସଂଘର କର୍ମକର୍ତ୍ତାମାନେ ବାଟରେ ଜଗି ରହିଥିବା ବେଳେ ବଙ୍ଗବନ୍ଧୁ ଭବନ ଯାଉଥିବା ବ୍ୟକ୍ତିବିଶେଷଙ୍କୁ ନିର୍ଧୂମ ପିଟୁଥିଲେ। ଏଥିଯୋଗୁ ଢାକାରେ ପ୍ରବଳ ଉତ୍ତେଜନା ଦେଖାଯିବା ସହ ଦୋକାନ ବଜାର ବନ୍ଦ ହୋଇ ଯାଇଥିଲା ।

Advertisment

ଏହାସତ୍ତ୍ୱେ ରୋକିୟା ପ୍ରାଚୀ ନିଜର କିଛି ସମର୍ଥକଙ୍କ ସହ ୧୫ ତାରିଖ ସନ୍ଧ୍ୟାରେ ବଙ୍ଗବନ୍ଧୁ ଭବନରେ ପହଞ୍ଚି କ୍ୟାଣ୍ଡେଲ ଜଳାଇଥିଲେ। ଏନେଇ ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ବି ସୂଚନା ଦେଇଥିଲେ। ହଠାତ୍‌ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ପ୍ରଦର୍ଶନକାରୀ ପହଞ୍ଚି ତାଙ୍କ ଉପରେ ଆକ୍ରମଣ କରିଥିଲେ।

ଏଥିସହ ସେ କହିଛନ୍ତି, ମୁଁ ଆବାମୀ ଲିଗ୍‌ର ସଦସ୍ୟ ଥିବାରୁ ସେମାନେ ମୋ’ ଉପରେ ଆକ୍ରମଣ କରିଥିଲେ। ଶେଖ ହସିନାଙ୍କ ସରକାରର ପତନ ପରେ ବାଂଲାଦେଶରେ ଆବାମୀ ଲିଗ୍‌ କର୍ମକର୍ତ୍ତା, ନେତା, ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଉଛି। ଏଯାବତ ଗୁରୁତର ଆହତ ହୋଇ ୧୦୦ରୁ ଊର୍ଦ୍ଧ୍ୱ ଜଣ ମେଡିକାଲରେ ଭର୍ତ୍ତି ହୋଇ ସାରିଲେଣି । ଏହାକୁ ନେଇ ପୁଣି ଥରେ ଅଶାନ୍ତ ହୋଇ ଉଠିଛି ବାଂଲାଦେଶ। 

Bangladesh Bangladesh Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe