Advertisment

ହସିନା ପୁଣି ବାଂଲାଦେଶ ପ୍ରଧାନମନ୍ତ୍ରୀ, ପଞ୍ଚମ ଥର ପାଇଁ ସମ୍ଭାଳିବେ ଗାଦି

ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଗାଦିରେ ବସିବେ ୭୬ ବର୍ଷ ବୟସ୍କା ହାସିନା। ଗତକାଲିର ସାଧାରଣ ନିର୍ବାଚନରେ ପ୍ରାୟ ୪୦% ମତଦାନ ହୋଇଥିବା ବେଳେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି ଶେଖ ହସିନାଙ୍କ ପାର୍ଟି ଆୱାମୀ ଲିଗ୍‌।

ଅଦ୍ୟତନ ହୋଇଛି
Sheikh Hasina

Sheikh Hasina

Advertisment

ପଞ୍ଚମ ଥର ପାଇଁ ବାଜି ମାରି ନେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ଗାଦିରେ ବସିବେ ୭୬ ବର୍ଷ ବୟସ୍କା ହାସିନା ୱାଜେଦ ୱାଜେଦ। ବାଂଲାଦେଶରେ ହିଂସାତ୍ମକ ଘଟଣା ତଥା ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନପି) ଦ୍ୱାରା ନିର୍ବାଚନକୁ ବହିଷ୍କାର କରାଯିବା ସତ୍ତ୍ୱେ ଗତକାଲି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Advertisment

ଗତକାଲିର ସାଧାରଣ ନିର୍ବାଚନରେ ପ୍ରାୟ ୪୦% ମତଦାନ ହୋଇଥିବା ବେଳେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି ଶେଖ ହସିନାଙ୍କ ପାର୍ଟି ଆୱାମୀ ଲିଗ୍‌। ବାଂଲାଦେଶ ନିର୍ବାଚନ ଆୟୋଗ ଗତକାଲି ବିଳମ୍ବିତ ରାତିରେ ଏନେଇ ଘୋଷଣା କରିବା ପରେ ହସିନାଙ୍କ ପଞ୍ଚମ ପାଳି ପଥ ପରିଷ୍କାର ହୋଇ ଯାଇଛି। ଗୋପାଳଗଞ୍ଜ -୩ ନିର୍ବାଚନମଣ୍ଡଳୀରୁ ଅଷ୍ଟମ ଥର ପାଇଁ ଆୱାମୀ ଲିଗ ମୁଖ୍ୟ ଶେଖ ହସିନା ସଂସଦକୁ ନିର୍ବାଚିତ ହୋଇଛନ୍ତି।

ଚଳିତ ନିର୍ବାଚନରେ ହସିନା ୨୪୯,୯୬୫ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବାଂଲାଦେଶ ସୁପ୍ରିମ ପାର୍ଟିର ମି ନିଜାମୁଦ୍ଦିନ ଲଶ୍କର ମାତ୍ର ୪୬୯ ଭୋଟ ପାଇଛନ୍ତି। ହସିନା ପୂର୍ବରୁ ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ୨୦୦୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

Advertisment

ସେ ଶ୍ରୀଲଙ୍କାର ଭଣ୍ଡାରାଣାଇକେ ଏବଂ ଭାରତର ଇନ୍ଦିରା ଗାନ୍ଧୀଙ୍କ ପରି ମହିଳା ନେତାଙ୍କଠାରୁ ଅଧିକ ଦିନ ଗାଦି ସମ୍ଭାଳି ଥିବା ଜଣାଯାଇଛି। ହସିନାଙ୍କ ଭଳି ଶିରିମାଭୋ ବନ୍ଦରନାୟିକେ ୧୭ ବର୍ଷ ୨୦୮ ଦିନ, ଇନ୍ଦିରା ଗାନ୍ଧୀ ୧୬ ବର୍ଷ ୧୫ ଦିନ ଏବଂ ମାର୍ଗାରେଟ ଥାଚର ୧୧ ବର୍ଷ ୨୦୮ ଦିନ ପାଇଁ ପ୍ରଧାନମନ୍ତ୍ରୀ ରହିଥିଲେ।

ଗତକାଲି ହୋଇଥିବା ସାଧାରଣ ନିର୍ବାଚନକୁ ବିଏନପି ବହିଷ୍କାର କରିଥିବା ବେଳେ ଏହି ନିର୍ବାଚନକୁ ଫର୍ଜୀ, ଜାଲ ବୋଲି କହିଛନ୍ତି। ବିଏନପି ଦଳ ୨୦୧୪ ମସିହାରେ ନିର୍ବାଚନକୁ ବହିଷ୍କାର କରିଥିଲା କିନ୍ତୁ ୨୦୧୮ ମସିହାରେ ମଇଦାନକୁ ଓହ୍ଲାଇଥିଲା। ଚଳିତ ନିର୍ବାଚନରେ କେବଳ ବିଏନପି ନୁହେଁ, ଅନ୍ୟ ୧୫ ରାଜନୈତିକ ଦଳ ବି ନିର୍ବାଚନକୁ ବହିଷ୍କାର କରିଥିଲେ। ନିର୍ବାଚନରେ ହୋଇଥିବା କମ୍‌ ମତଦାନ ଏହା ସ୍ପଷ୍ଟ କରୁଛି ଯେ ଦେଶର ଜନସାଧାରଣ ବହିଷ୍କାର ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବୋଲି ଉକ୍ତ ଦଳମାନଙ୍କ ପକ୍ଷରୁ କୁହାଯାଇଛି। 

ଗତକାଲି ନିଜ ଝିଅଙ୍କ ସହ ପ୍ରଧାନମନ୍ତ୍ରୀ ଶେଖ ହସିନା ମତଦାନ କେନ୍ଦ୍ରକୁ ଯାଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଏହି ନିର୍ବାଚନକୁ ବିରୋଧ କରୁଥିବା ଦଳ ଗଣତନ୍ତ୍ରରେ ବିଶ୍ୱାସ କରୁ ନାହାନ୍ତି। କିନ୍ତୁ ଦେଶର ନାଗରିକ ନିଜ ଇଚ୍ଛା ଅନୁଯାୟୀ ଭୋଟ ଦେବେ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଥିଲେ।

ଗତକାଲି ସମଗ୍ର ଦେଶର ୩୦୦ଟି ସିଟ୍‌ରେ ମତଦାନ ହୋଇଥିବା ବେଳେ ୨୯୯ ନିର୍ବାଚନୀ କ୍ଷେତ୍ରରେ ମତଦାନ ଶାନ୍ତିପୂର୍ଣ୍ଣ ରହିଲା। ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ଏକ ସିଟ୍‌ରେ ମତଦାନ ପରେ କରାଯିବ । କାଁ ଭାଁ କୌଣସି ସ୍ଥାନରେ ଛୋଟ ଛୋଟ ହିଂସାକାଣ୍ଡର ସୂଚନା ମିଳିଥିଲା। 

By-Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe