/odisha-reporter/media/media_files/2026/02/17/yunus-2026-02-17-13-22-57.jpg)
ଝିଅ ଡୀନାଙ୍କ ସହ ୟୁନୁସ
ବାଂଲାଦେଶ(Bangladesh)ର ବିଦାୟୀ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ନିଜ ଶେଷ ଭାଷଣରେ ମଧ୍ୟ ଭାରତ ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ସେ ଭାରତର ସମ୍ବେଦନଶୀଳ ଉତ୍ତରପୂର୍ବ ରିଜନ କଥା ଉଠାଇ ନୂଆଦିଲ୍ଲୀକୁ ଟାର୍ଗେଟ କରିଛନ୍ତି।
ୟୁନୁସଙ୍କ ୧୮ମାସ ଶାସନ ସମୟରେ ଭାରତ-ବାଂଲାଦେଶ କୂଟନୀତିକ ସମ୍ପର୍କରେ ଫାଟ ଦେଖାଯାଇଛି। ତଥାପି ୟୁନୁସ ବାଂଲାଦେଶରେ ନୂଆ ସରକାରା ଗଠନ ହେବା ପୂର୍ବରୁ ବିବାଦୀୟ ଟିପ୍ପଣୀ କରିଛନ୍ତି।
ରାଷ୍ଟ୍ରବାଦୀ ବୟାନବାଜୀରେ ଭର୍ତ୍ତି ନିଜର ୨୫ ମିନିଟର ଭାଷଣରେ ୟୁନୁସ ଜୋର ଦେଇ କହିଛନ୍ତି ଯେ ବାଂଲାଦେଶ ନିଜର ‘ମୁକ୍ତ ସମୁଦ୍ର’ ମାଧ୍ୟମରେ ପୂର୍ବତ୍ତୋର କ୍ଷେତ୍ର ପାଇଁ ବ୍ୟାପକ ଆର୍ଥିକ କ୍ଷମତା ପ୍ରଦାନ କରିପାରିବ। ଉତ୍ତରପୂର୍ବ ରିଜନ ୭ ଭଉଣୀ ରାଜ୍ୟ ଭାବେ ପରିଚିତ।
ଗତବର୍ଷ ଚାଇନା ଗସ୍ତ ସମୟରେ ମଧ୍ୟ ୟୁନୁସ ୭ ଭଉଣୀ କଥା ଉଠାଇଥିଲେ। କିନ୍ତୁ ଭାରତର ନାଁ ନେଇ ନଥିଲେ। ଏପରି କରି ସେ ୭ ଭଉଣୀ କ୍ଷେତ୍ରକୁ ସ୍ୱତନ୍ତ୍ର ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି। ଭାରତ ସବୁବେଳେ ନିଜ କ୍ଷେତ୍ରରେ ବିଦେଶୀ ରାଷ୍ଟ୍ରର ହସ୍ତକ୍ଷେପକୁ ବିରୋଧ କରି ଆସିଛି। କିନ୍ତୁ ୟୁନୁସ ଉତ୍ତେଜନା ସୃଷ୍ଟିକାରୀ ବୟାନ ଦେବାକୁ ଆଦୌ ପଛାଇ ନାହାନ୍ତି।
ଭାରତର ଉତ୍ତରପୂର୍ବ ସମ୍ପର୍କରେ କ’ଣ କହିଲେ ୟୁନୁସ?
ବାଂଲାଦେଶ ବେଶ ସହଜରେ ୭ ଭଉଣୀ ରାଜ୍ୟ, ନେପାଳ ଓ ଭୁଟାନକୁ ଆର୍ଥିକ ସମୃଦ୍ଧି ପାଇଁ ବ୍ୟାପକ ସମ୍ଭାବନା ପ୍ରଦାନ କରିପାରିବ। ଆମର ମୁକ୍ତ ସମୁଦ୍ର କେବଳ ସୀମା ନୁହେଁ, ଏହା ବିଶ୍ୱ ଅର୍ଥବ୍ୟବସ୍ଥାର ପ୍ରବେଶ ପଥ।।” ଏପରି ବୟାନ ଦ୍ୱାରା ୟୁନୁସ ଭାରତର ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ଆଧାର କରି ନୂଆଦିଲ୍ଲୀକୁ ଟାର୍ଗେଟ କରିଛନ୍ତି। ଏଥିସହ ଉକ୍ତି କ୍ଷେତ୍ରର ପ୍ରବେଶ ପଥ ଭାବେ ବାଂଲାଦେଶକୁ ଚିତ୍ରଣ କରିଛନ୍ତି।
ଗତବର୍ଷ ଚାଇନା ଗସ୍ତ ସମୟରେ ୟୁନୁସ ଏହି ପ୍ରସଙ୍ଗ ଉଠାଇଥିଲେ ଓ ଭାରତର ଉତ୍ତରପୂର୍ବ କେନ୍ଦ୍ରରେ ନିଜ ନିୟନ୍ତ୍ରଣକୁ ବିସ୍ତାର କରିବାକୁ ଚାଇନାକୁ କହିଥିଲେ। ତାଙ୍କର ଏପରି ବୟାନକୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ତୀବ୍ର ସମାଲୋଚନା କରିଥିଲେ।
ୟୁନୁସ ଯେଉଁ ୭ ଭଉଣୀ ରାଜ୍ୟ କଥା କହୁଛନ୍ତି ଏହା ମଧ୍ୟରେ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ନାଗାଲାଣ୍ଡ, ମିଜୋରାମ ଓ ତ୍ରିପୁରା ରହିଛନ୍ତି। ଏହି ରାଜ୍ୟଗୁଡ଼ିକ ଭାରତର ଅଂଶବିଶେଷ ହୋଇଥିବା ବେଳେ ବାଂଲାଦେଶର ୟୁନୁସ ସରକାର ସବୁବେଳେ ଏହାକୁ ସ୍ୱତନ୍ତ୍ର କ୍ଷେତ୍ର ଭାବେ ବିବେଚନା କରି ଆସୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
