Advertisment

ଇମ୍ରାନ ଖାନଙ୍କ ଦଳର ମୁଖ୍ୟ ହେଲେ ବାରିଷ୍ଟର ଗୋହର ଅଲି ଖାନ

ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଆଜି ପିଟିଆଇର ଇଣ୍ଟ୍ରା-ପାର୍ଟି ଇଲେକ୍ସନ(ଆନ୍ତଃ-ଦଳୀୟ ନିର୍ବାଚନ) ଅନୁଷ୍ଠିତ ହୋଇଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Imran Khan

Imran Khan

ତେହେରିକ-ଇ-ଇନସାଫ (PTI) ଅଧ୍ୟକ୍ଷ ପଦରୁ ଓହରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ। ବାରିଷ୍ଟର ଗୋହର ଅଲି ଖାନ ପିଟିଆଇର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ପାକିସ୍ତାନର ARY ନ୍ୟୁଜ୍ ରିପୋର୍ଟରୁ ସୂଚନା ମିଳିଛି। 

Advertisment

କିଛି ଦିନ ତଳେ ପିଟିଆଇର ଶୀର୍ଷ ପଦ ପାଇଁ ମନୋନୀତ ହୋଇଥିଲେ ଗୋହର। ବର୍ତ୍ତମାନ ତାଙ୍କୁ ଦଳର ଅଧ୍ୟକ୍ଷ କରାଯାଇଛି। ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ଆଜି ପିଟିଆଇର ଇଣ୍ଟ୍ରା-ପାର୍ଟି ଇଲେକ୍ସନ(ଆନ୍ତଃ-ଦଳୀୟ ନିର୍ବାଚନ) ଅନୁଷ୍ଠିତ ହୋଇଥିଲା। ଏକ ଅନଲାଇନ୍ ଆପ୍ ମାଧ୍ୟମରେ ମତଦାନ କରାଯାଇଥିଲା।

ପିଟିଆଇର ନିର୍ବାଚନ କମିଶନର ନୟାଜୁଲ୍ଲା ନିୟାଜୀଙ୍କ ଘୋଷଣା ଅନୁସାରେ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓମାର ଆୟୁବ ଖାନ ଦଳର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିବାବେଳେ ଜେଲରେ ଥିବା ପୂର୍ବତନ ପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ୟାସିମିନ ରସିଦ ପିଟିଆଇ ପଞ୍ଜାବର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି।

Advertisment

ସେହିଭଳି ଜେଲରେ ଥିବା ହଲିମ ଆଦିଲ ଶେଖ, ଅଲି ଅମିନ ଗନ୍ଦପୁରଙ୍କୁ ସିନ୍ଧ ଏବଂ ଖାଇବର ପଖଟୁନଖ୍ୱା (କେପି) ପ୍ରଦେଶର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ସପ୍ତାହ ପୂର୍ବରୁ, ବାରିଷ୍ଟର ଅଲି ଜାଫର ଇମ୍ରାନ ଖାନ ଇଣ୍ଟ୍ରା-ପାର୍ଟି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିଥିଲେ। ଏଥିସହ ବାରିଷ୍ଟର ଗୋହର ଖାନଙ୍କୁ ଦଳର ମୁଖ୍ୟ ପଦ ପାଇଁ ମନୋନୀତ କରାଯାଇଛି ବୋଲି ସେ କହିଥିଲେ। ଆଜି ବିଧିବଦ୍ଧ ଭାବେ ନିର୍ବାଚନ ହେବା ପରେ ବାରିଷ୍ଟର ଗୋହର ଅଲି ଖାନ ନିର୍ଦ୍ୱନ୍ଦ୍ୱରେ ପିଟିଆଇର ନୂଆ ଅଧ୍ୟକ୍ଷ ହୋଇଛନ୍ତି। 

ଇସଲାମାବାଦରେ ପିଟିଆଇ ସିନେଟର ଅଲି ଜାଫର କହିଛନ୍ତି, ଦଳର ଅଧ୍ୟକ୍ଷତା ବର୍ତ୍ତମାନ ଅସ୍ଥାୟୀ ରହିଛି। ତୋସଖାନା ମାମଲାରେ ଇମରାନ ଖାନ ମୁକୁଳିବା ପରେ ସେ ଅଧ୍ୟକ୍ଷ ପଦକୁ ଫେରିବେ। ଇମରାନ ଖାନ ହିଁ ଇଣ୍ଟ୍ରା-ପାର୍ଟି ପୋଲ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପିଟିଆଇ ହେଉଛି ଇମ୍ରାନ ଖାନଙ୍କର ଏବଂ ଇମ୍ରାନ ଖାନ ପିଟିଆଇର ବୋଲି ସେ କହିଛନ୍ତି।

ARY News ରିପୋର୍ଟ ଅନୁସାରେ, ପିଟିଆଇର ପ୍ରତିଷ୍ଠାତା ସଦସ୍ୟ ଆକବର ଏସ୍ ବାବର ଦଳର ଏହି ଆଭ୍ୟନ୍ତରୀଣ ନିର୍ବାଚନକୁ ଇଲେକ୍ସନ କମିଶନଙ୍କ ନିକଟରେ ଚ୍ୟାଲେଞ୍ଜ କରିବେ ବୋଲି କୁହାଯାଉଛି। 

Imran Khan Barrister Gohar Ali Khan Pakistan Tehreek-e-Insaf PTI New Chairman