Advertisment

ଶାସନ ଗଲା ଏବେ ସମ୍ପର୍କ ବି ତୁଟିବ! ବଶର ଅଲ ଅସଦଙ୍କ ଠାରୁ ଛାଡ଼ପତ୍ର ନେବେ ପତ୍ନୀ

ରୁଷର ଅଦାଲତରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ଅସଦଙ୍କ ପତ୍ନୀ ଆସ୍‌ମା।

author-image
Madhupriya Mistry
Bashar al Assad

Bashar al Assad

ଶାସନ ଗଲା, ଦେଶ ଗଲା ଏବେ ସମ୍ପର୍କ ବି ତୁଟିବ। ସିରିଆରେ ଗୃହଯୁଦ୍ଧ ପରେ ବହିସ୍କୃତ ରାଷ୍ଟ୍ରପତି ବଶର ଅଲ ଅସଦଙ୍କ ଠାରୁ ଅଲଗା ହେବେ ତାଙ୍କ ପତ୍ନୀ। ରୁଷର ଅଦାଲତରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ଅସଦଙ୍କ ପତ୍ନୀ ଆସ୍‌ମା। ତୁର୍କୀ ଏବଂ ଆରବ ଗଣମାଧ୍ୟମ ଅନୁଯାୟୀ ଆସମା ମସ୍କୋରେ ଖୁସିରେ ନାହାଁନ୍ତି ଏବଂ ସେ ଲଣ୍ଡନ ଯିବାକୁ ଚାହୁଁଛନ୍ତି।

Advertisment

ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ସିରିଆରେ ହୋଇଥିବା ସତ୍ତା ପରିବର୍ତ୍ତନ ପରେ ବଶର ଅଲ-ଅସଦ ତାଙ୍କ ପରିବାର ସହ ରୁଷକୁ ପଳାୟନ କରିଥିଲେ। ସେଠାରେ ଯାଇ ସେ ଶରଣ ନେଇଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କୁ ଆଶ୍ରୟ ଦେଇଛନ୍ତି। ଏବେ ବଶର ଅଲ ଅସଦଙ୍କ ପତ୍ନୀ ଆସମା ରୁଷ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି। ସେ କୋର୍ଟରୁ ମସ୍କୋ ଛାଡିବାକୁ ସ୍ୱତନ୍ତ୍ର ଅନୁମତି ମାଗିଛନ୍ତି।

ରିପୋର୍ଟ ଅନୁଯାୟୀ ଆସମାଙ୍କର ବ୍ରିଟେନ ଏବଂ ସିରିଆର ଦ୍ୱାରା ନାଗରିକତା ରହିଛି। ଆସମାଙ୍କ ଘର ଲଣ୍ଡନରେ ଅଛି ଯେଉଁଠାରେ ସେ ଜନ୍ମ ହୋଇଥିଲେ। ୨୦୦୦ ମସିହାରେ ଆସମା ସିରିଆ ଯାଇଥିଲେ। ସେହି ବର୍ଷ ହିଁ ବଶର ଅଲ-ଅସଦଙ୍କୁ ବିବାହ କରିଥିଲେ। ସେତେବେଳେ ଆସମାଙ୍କୁ ୨୫ ବର୍ଷ ବୟସ ହୋଇଥିଲା।

Advertisment

ଦେଶ ଛାଡି ପଳାୟନ କରିଥିବା ସିରିଆର ବହିସ୍କୃତ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ରୁଷ ରାଜନୈତିକ ଶରଣ ଦେଇଥାଇପାରେ କିନ୍ତୁ ତାଙ୍କ ଉପରେ କଠୋର ପ୍ରତିବନ୍ଧକ ଲାଗୁ କରାଯାଇଛି। ତାଙ୍କୁ ମସ୍କୋ ଛାଡିବାକୁ କିମ୍ବା କୌଣସି ରାଜନୈତିକ କାର୍ଯ୍ୟରେ ସାମିଲ ହେବାକୁ ଅନୁମତି ନାହିଁ।

ସୂଚନାନୁସାରେ, ରୁଷ କର୍ତ୍ତୃପକ୍ଷ ବଶର ଅଲ-ଅସଦଙ୍କ ସମ୍ପତ୍ତି ଏବଂ ଟଙ୍କା ଜବତ କରିଛନ୍ତି। ଅସଦ ସିରିଆ ଛାଡିବାବେଳେ ୨୭୦ କିଲୋଗ୍ରାମ ସୁନା ଆଣିଥିଲେ। ତାଙ୍କ ସମ୍ପତ୍ତିରେ ୨ ବିଲିୟନ ଡଲାର ଏବଂ ମସ୍କୋରେ ୧୮ଟି ଆପାର୍ଟମେଣ୍ଟ ସାମିଲ ଅଛି।

Syria Moscow Bashar Al-Assad Wife Files For Divorce Asma Al-Assad