Advertisment

ଅଶ୍ଳୀଳ ଫଟୋ ପାଇଁ ନାବାଳିକାକୁ ଦେଇଥିଲେ ୩୭ ଲକ୍ଷ, ବିବିସି ଆଙ୍କର ସସ୍‌ପେଣ୍ଡ

ଗତ ୩ ବର୍ଷ ଧରି ଏପରି କାଣ୍ଡ ଚାଲିଥିବା ବେଳେ ଏନେଇ ଆଙ୍କରଜଣକ ସମ୍ପୃକ୍ତା ନାବାଳିକାଙ୍କୁ ୩୫, ହଜାର ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୩୭ ଲକ୍ଷ ଗଣିଥିବା ଜଣାଯାଇଛି।

BBC

BBC

Advertisment

ବିବିସି ଆଙ୍କରଙ୍କ ଉପରେ ଲାଗିଛି ସାଂଘାତିକ ଅଭିଯୋଗ । ଟଙ୍କାର ପ୍ରଲୋଭନ ଦେଖାଇ ଜଣେ ନାବାଳିକାଙ୍କଠାରୁ ଅଶ୍ଳୀଳ ଫଟୋ ସଂଗ୍ରହ ଅଭିଯୋଗରେ ତାଙ୍କୁ ଚାକିରିରୁ ବାହାର କରିଛି ସଂସ୍ଥା। ଗତ ୩ ବର୍ଷ ଧରି ଏପରି କାଣ୍ଡ ଚାଲିଥିବା ବେଳେ ଏନେଇ ଆଙ୍କରଜଣକ ସମ୍ପୃକ୍ତା ନାବାଳିକାଙ୍କୁ ୩୫, ହଜାର ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୩୭ ଲକ୍ଷ ଗଣିଥିବା ଜଣାଯାଇଛି।

Advertisment

ଲଣ୍ଡନରେ ଘଟିଥିବା ଏହି ଘଟଣା ସମଗ୍ର ମିଡିଆ ଜଗତରେ ଚହଲ ସୃଷ୍ଟି କରିଛି। ଏହା ଏକ ଚାଞ୍ଚଲ୍ୟକର ଘଟଣା ହୋଇଥିବାରୁ ବ୍ରିଟେନର ସଂସ୍କୃତି ମନ୍ତ୍ରୀ ଏନେଇ ବିବିସିର ଡାଇରେକ୍ଟର ଜେନେରାଲ ଟିମ୍‌ ଡାଭିଙ୍କ ସହ ଆଲୋଚନା କରିଛନ୍ତି। ଏହି ଘଟଣାର ଯାଞ୍ଚ ପାଇଁ ବିବିସିର ଏକ ଆଭ୍ୟନ୍ତରୀଣ କମିଟି ବସିଥିବା ଏହାର ମୁଖପାତ୍ର ସୂଚନା ଦେଇଛନ୍ତି।

ଏନେଇ ଏକ ଗଣମାଧ୍ୟମକୁ ସାକ୍ଷାତ ଦେଇ ପୀଡ଼ିତାଙ୍କ ମା’ କହିଛନ୍ତି, ବିବିସିର ଆଙ୍କରଜଣକ ତାଙ୍କ ଝିଅକୁ ଗତ ୩ ବର୍ଷରେ ଅଶ୍ଳୀଳ ଫଟୋ ପଠାଇବାକୁ ପ୍ରାୟ ୩୭ ଲକ୍ଷ ଟଙ୍କା ଦେଇଛନ୍ତି। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିବିସି ତୁରନ୍ତ ସମ୍ପୃକ୍ତ ଆଙ୍କରଙ୍କୁ ସସପେଣ୍ଡ କରିଥିବା ସୂଚନା ଦେଇଛି। ଏହା ଏକ ଚାଞ୍ଚଲ୍ୟକର ଘଟଣା ହୋଇଥିବାରୁ ସମସ୍ତ ଅଭିଯୋଗର ପ୍ରମାଣ ସଂଗ୍ରହ ପାଇଁ ବିବିସି ଚେଷ୍ଟା ଚଳାଇଛି। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲଇ କମ୍ପାନୀ ପକ୍ଷରୁ କୁହାଯାଇଛି।

Advertisment

ଏନେଇ ଲଣ୍ଡନର ମେଟ୍ରୋପୋଲିଟନ ପୁଲିସ୍‌ ପକ୍ଷରୁ କୁହାଯାଇଛି, ଏହି ଘଟଣାକୁ ନେଇ ବିବିସି ସହ ଆମେ ଯୋଗାଯୋଗରେ ଅଛୁ। ଏନେଇ ଅଫିସିଆଲି କୌଣସି ମାମଲା ରୁଜୁ ହୋଇନି।

ଏହି ଘଟଣାରେ ସମ୍ପୃକ୍ତ ବିବିସି ଆଙ୍କରଙ୍କ ନାଁ ସାମନାକୁ ଆସି ନ ଥିବା ବେଳେ ଏହାକୁ ନେଇ ରୋଚକ ଘଟଣା ସାମନାକୁ ଆସିଛି। ବିବିସିର ବହୁ ଆଙ୍କର ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ନିଜେ ସେହି ଅଭିଯୁକ୍ତ ଆଙ୍କର ନୁହନ୍ତି ବୋଲି ସଫେଇ ଦେଉଛନ୍ତି। 

BBC London
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe