Advertisment

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀ: ଭାରତକୁ ମିଳିଲା ରୁଷର ସମର୍ଥନ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରସ୍ତୁତ ହୋଇଥିବା ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ବଢ଼ୁଥିବାରୁ ରୁଷ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଏଥିସହ ବିବିସି ବିଭିନ୍ନ ଉପାୟରେ ସୂଚନା ଯୁଦ୍ଧ କରୁଛି ବୋଲି ରୁଷ କହିଛି।

Russia

Russia

Advertisment

ୟୁକ୍ରେନ ଉପରେ ଘନଘନ ହମଲା କରୁଥିବା ରୁଷ ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରୀ ଉପରେ ବଡ଼ ବୟାନ ଦେଇଛି। ବିବିସି ବିରୋଧରେ ରୁଷ ବିଷ ଓକାଳିବା ସହ ପୂରା ପ୍ରସଙ୍ଗରେ ଭାରତକୁ ସମର୍ଥନ କରିଛି। ୟୁକ୍ରେନ ଯୁଦ୍ଧକୁ ନେଇ ମଧ୍ୟ ବିବିସି ଘନଘନ ଖବର ପ୍ରଚାର କରିଥିଲା।

Advertisment

ସେବେଠାରୁ ରୁଷ ଏହି ଗଣମାଧ୍ୟମ ସଂସ୍ଥା ଉପରେ ଖପ୍ପା ହୋଇ ରହିଥିଲା। ଏବେ ମୋଦିଙ୍କ ଉପରେ ପ୍ରସ୍ତୁତ ହୋଇଥିବା ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ବଢ଼ୁଥିବାରୁ ରୁଷ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଏଥିସହ ବିବିସି ବିଭିନ୍ନ ଉପାୟରେ ସୂଚନା ଯୁଦ୍ଧ କରୁଛି ବୋଲି ରୁଷ କହିଛି।

ରୁଷ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖରୋଭା କହିଛନ୍ତି, “ମୁଁ ଆପଣମାନଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି ଯେ ଏହା ବିବିସିର ବିଭିନ୍ନ ପ୍ରଣ୍ଟ ସହ ସୂଚନା ଯୁଦ୍ଧ କରିବାର ଆଉ ଏକ ଉଦାହରଣ। ବିବିସି କେବଳ ରୁଷ ନୁହେଁ, ଗୋଟିଏ ସ୍ୱତନ୍ତ୍ର ନୀତି ଅନୁପାଳନ କରୁଥିବା ବିଶ୍ୱର ଅନ୍ୟ ଶକ୍ତିଶାଳୀ କେନ୍ଦ୍ର ବିରୋଧରେ ମଧ୍ୟ ଏପରି କାମ କରୁଛି। ନିର୍ଦ୍ଦିଷ୍ଟ କିଛି ବର୍ଷ ପରେ ଏହା ଜଣାପଡ଼ିଥିଲା ଯେ ବିବିସି କିଛି ଲୋକଙ୍କ ସ୍ୱାର୍ଥ ପାଇଁ ବ୍ରିଟିଶ ସେନା ଭିତରେ ମଧ୍ୟ ଲଢ଼େଇ କରୁଛି। ତେଣୁ ବିବିସି ସହ ସେହି ଅନୁସାରେ ବ୍ୟବହାର କରାଯିବା ଦରକାର।”

Advertisment

ବିବିସି ଦ୍ୱାରା ପ୍ରସ୍ତୁତ ଡକ୍ୟୁମେଣ୍ଟାରୀରେ ୨୦୦୨ ଦଙ୍ଗା ବେଳେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂମିକା ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରାଯାଇଛି। ସଂଖ୍ୟାଲଘୁ ସଂପ୍ରଦାୟ ପ୍ରତି ଗୁଜରାଟ ସରକାର କେମିତି ଆଭିମୁଖ୍ୟ ରଖିଥିଲେ, ତା’ର ଚିତ୍ର ମଧ୍ୟ ଡକ୍ୟୁମେଣ୍ଟାରୀରେ ସ୍ଥାନ ଦିଆଯାଇଛି।

ତେବେ ଏହା ଏକ ଅପ୍ରଚାରର ଭିଡିଓ ବୋଲି କହି କେନ୍ଦ୍ର ସରକାର ଏହାକୁ ୟୁଟ୍ୟୁବରେ ବ୍ୟାନ କରିଛନ୍ତି। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଭାରତ ସମର୍ଥନରେ ରୁଷ ବାହାରିଛି।

Narendra Modi Russia BBC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe