Advertisment

'ମୋସାଦ'କୁ ମିଳିଲା ଟାସ୍କ, ହମାସ ଆତଙ୍କୀଙ୍କୁ ଖୋଜି ହତ୍ୟା କର!

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

author-image
Madhupriya Mistry
Israeli Prime Minister Benjamin Netanyahu

Israeli Prime Minister Benjamin Netanyahu

ହମାସ ଆତଙ୍କୀଙ୍କୁ ଖୋଜି ଖୋଜି କରାଯାଉ ହତ୍ୟା। ବିଶ୍ୱରେ ଥିବା ସମସ୍ତ ହମାସ ଆତାଙ୍କବାଦୀଙ୍କୁ ଖୋଜି ବାହାର କରାଯାଉ। ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏଭଳି କିଛି ବଡ଼ ଟାସ୍କ ମିଳିଛି ଗୁଇନ୍ଦା ଏଜେନ୍ସି ମୋସାଦକୁ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ବିଶ୍ୱର ଯେକୌଣସି ସ୍ଥାନରେ ଥିବା ହମାସ୍‌ ମୁଖ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଁ ‘ମାସୋଦ୍‌’କୁ ନିର୍ଦ୍ଦେଶ ଦେଇଛି। ଏଥିସହ ସେମାନଙ୍କୁ ଖୋଜି ବାହାର କରିବା ଲାଗି ମଧ୍ୟ କୁହାଯାଇଛି।

ସେହିପରି ଅସ୍ତ୍ରବିରତି ଚୁକ୍ତି ୪ ଦିନରୁ ଆଉ କିଛି ଦିନ ଅଧିକ ସମୟ ବୃଦ୍ଧି କରାଯିବ କି, ଏବଂ ତାହା ହମାସ୍‌ ମୁଖ୍ୟଙ୍କ ପ୍ରତି ଲାଗୁ ହେବ କି ବୋଲି ସମ୍ବାଦିକମାନ‌େ ପଚାରିବାରୁ ନେତାନ୍ୟାହୁ ସେଭଳି ବାଧ୍ୟବାଧ୍ୟକତା ନାହିଁ ବୋଲି କହିଛନ୍ତି। ଅସ୍ତ୍ରବିରତି ପରେ ପୁଣି ଯୁଦ୍ଧ ଚାଲିବ। ଆମର ଲକ୍ଷ୍ୟ ହାସଲ ହେବାଯାଏ ଯୁଦ୍ଧ ଜାରି ରଖିବୁ ବୋଲି ନେତାନ୍ୟାହୁ କହିଛନ୍ତି।

Advertisment

ହମାସର ଅଧିକାଂଶ ନେତା ପାଲେଷ୍ଟାଇନ୍‌ ଠାରୁ ବାହାରେ ରହୁନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ କତରର ଉପସାଗରୀୟ ରାଷ୍ଟ୍ର ଓ ଲେବାନନ୍‌ର ରାଜଧାନୀ ବିରୁଟ୍‌କୁ ନିଜ ଠିକଣା ବନାଇଛନ୍ତି। ବିଗତ ବର୍ଷମାନଙ୍କରେ ‘ମୋସାଦ୍’ ବିଦେଶରେ ଥିବା ପାଲେଷ୍ଟିନୀୟ ଉଗ୍ରବାଦୀ ଓ ଇରାନୀୟ ଆଣବିକ ବିଜ୍ଞାନୀମାନଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇ ଆସୁଛି।

ସେପଟେ ହମାସ କବଳରେ ବନ୍ଧକ ଥିବା ଇସ୍ରାଏଲ ନାଗରିକଙ୍କ ମୁକ୍ତି ପାଇଁ ଆଲୋଚନା ଚାଲିଛି। ଏହି ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହମାସଙ୍କ ଆଗରେ ଏକ ନୂଆ ସର୍ତ୍ତ ରଖିଛନ୍ତି। ମଙ୍ଗଳବାର ଦିନ ନେତାନ୍ୟାହୁ କହିଛନ୍ତି ଯେ ମୁକ୍ତ ହେବାକୁ ଥିବା ପ୍ରତି ୧୦ ଜଣ ବନ୍ଧକଙ୍କ ପାଇଁ ଗୋଟିଏ ଦିନର ଅସ୍ତ୍ରବିରତି ହେବ।

ଏହି ଅସ୍ତ୍ରବିରତି ବଦଳରେ ହମାସ କବଳରେ ବନ୍ଧକ ଥିବା ପ୍ରାୟ ୫୦ ଜଣ ଇସ୍ରାଏଲ ନାଗରିକଙ୍କୁ ହମାସ ମୁକ୍ତ କରିବ। ପ୍ରତି ବଦଳରେ ଇସ୍ରାଏଲ୍ ଏହାର ଜେଲରେ ଥିବା ପ୍ରାୟ ୧୫୦ ଜଣ ପାଲେଷ୍ଟାଇନୀୟଙ୍କୁ ମୁକ୍ତ କରିବ। ତା' ସହ ଇସ୍ରାଏଲ ଗାଜାରେ ଅଧିକ ମାନବିକ ସହାୟତା ପାଇଁ ଅନୁମତି ଦେବ। ତେବେ ଏହି ଅସ୍ତ୍ରବିରତି ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବା ବିଷୟ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଚୁକ୍ତିନାମା ଅନୁଯାୟୀ, ହମାସ ୪ ଦିନ ମଧ୍ୟରେ ଶିଶୁ ଏବଂ ମହିଳାଙ୍କ ସମେତ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରିବ। ଏଥିସହିତ ପ୍ରତ୍ୟେକ ଇସ୍ରାଏଲ୍ ବନ୍ଧକ ବଦଳରେ ଇସ୍ରାଏଲ୍ ୩ ଜଣ ଗାଜାବାସୀଙ୍କୁ ମୁକ୍ତ କରିବ। ଅର୍ଥାତ୍ ଇସ୍ରାଏଲ ସମୁଦାୟ ୧୫୦ ଜଣ ପାଲେଷ୍ଟାଇନୀୟଙ୍କୁ ମୁକ୍ତ କରିବ। ହମାସ ଦ୍ୱାରା ମୁକ୍ତ ହୋଇଥିବା ବନ୍ଧକମାନଙ୍କ ମଧ୍ୟରେ ତିନି ଜଣ ଆମେରିକୀୟ ମଧ୍ୟ ଅଛନ୍ତି। ସେମାନେ ମଧ୍ୟ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି।

Benjamin Netanyahu Hamas Israel-Palestine Conflict