Advertisment

ଫେସବୁକ୍ ମାଲିକଙ୍କ ଅଭିଯୋଗ, କୋଭିଡ କଣ୍ଟେଣ୍ଟ ହଟାଇବାକୁ ଚାପ ପକାଉଥିଲେ ବାଇଡେନ ସରକାର

ମେଟା (ପୂର୍ବର ଫେସବୁକ୍)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ମାର୍କ ଜୁକରବର୍ଗ ଏହି ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
Mark Zuckerberg

Mark Zuckerberg

Advertisment

କୋଭିଡ ସମ୍ବନ୍ଧୀୟ ପୋଷ୍ଟ ଉପରେ କଟକଣା ଲଗାଇବାକୁ ଫେସବୁକ୍ ଉପରେ ବାରମ୍ବାର ଚାପ ପକାଉଥିଲେ ବାଇଡେନ ସରକାର। ମେଟା (ପୂର୍ବର ଫେସବୁକ୍)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ମାର୍କ ଜୁକରବର୍ଗ ଏହି ଅଭିଯୋଗ ଆଣିଛନ୍ତି। ଆମେରିକା ସଂସଦର ବିଚାର ବିଭାଗୀୟ କମିଟିକୁ ଏକ ଚିଠି ଲେଖି ଏହି ଅଭିଯୋଗ କରିଛନ୍ତି ଜୁକରବର୍ଗ।

Advertisment

ଚିଠିରେ ମାର୍କ ଜୁକରବର୍ଗ କହିଛନ୍ତି, "2021 ମସିହାରେ ଆମେରିକା ରାଷ୍ଟ୍ରପତି ଜୋ ବାଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କ ପ୍ରଶାସନ କୋଭିଡ-19 ସମ୍ବନ୍ଧୀୟ କିଛି ବିଷୟବସ୍ତୁ (କଣ୍ଟେଣ୍ଟ) ହଟାଇବା ପାଇଁ କିମ୍ବା କଟକଣା ଲଗାଇବା ପାଇଁ ସୋଶାଲ ମିଡିଆ ପ୍ଲାଟଫର୍ମ ଉପରେ ବାରମ୍ବାର ଚାପ ପ୍ରୟୋଗ କରିଥିଲେ। ଏପରିକି ହ୍ୱାଇଟ୍ ହାଉସର ଅଧିକାରୀମାନେ ମଧ୍ୟ ଲଗାତାର କିଛି ମାସ ପର୍ଯ୍ୟନ୍ତ ପ୍ଲାଟଫର୍ମ ଉପରେ ଚାପ ପକାଇ ଆସିଥିଲେ।"

ମେଟା ଏଥିରେ ରାଜି ନ ହେବାରୁ ସେମାନେ ନିରାଶ ହୋଇଥିବା ଜୁକରବର୍ଗ କହିଛନ୍ତି। ସର୍ବେ ଶେଷରେ କଣ୍ଟେଣ୍ଟ ହଟାଇବା କିମ୍ବା ନ ହଟାଇବା ଆମ ନିଷ୍ପତ୍ତି ଥିଲା। ଆମେ ଫ୍ରି ସ୍ପିଚ୍ (ମୁକ୍ତ ବକ୍ତବ୍ୟ) ଉପରେ ବିଶ୍ୱାସ କରୁ। କିନ୍ତୁ ସେତେବେଳେ ଆମେ ଏ ଉପରେ ସ୍ୱର ଉଠାଇ ପାରିନଥିବାରୁ ଦୁଃଖିତ ବୋଲି ଜୁକରବର୍ଗ କରିଛନ୍ତି।  

Advertisment

ସେ ଆହୁରି କହିଛନ୍ତି, "ମୁଁ ମାନୁଛି ଯେ ସରକାରଙ୍କ ଏହି ଚାପ ଭୁଲ୍ ଥିଲା। କିନ୍ତୁ ସେହି ସମୟରେ ସ୍ୱର ନ ଉଠାଇଥିବାରୁ ଆମେ ଦୁଃଖିତ। ଆମର ପ୍ଲାଟଫର୍ମ ସମସ୍ତଙ୍କ ପାଇଁ - ଲୋକଙ୍କ କହିବାର ସ୍ୱାଧୀନତା ଏବଂ ଏକ ନିରାପଦ ଓ ସୁରକ୍ଷିତ ଉପାୟରେ ଯୋଗାଯୋଗ କରିବାରେ ସାହାଯ୍ୟ କରେ। କୌଣସି ବି ପ୍ରଶାସନ କିମ୍ବା ସରକାରଙ୍କ ଚାପରେ ଆମେ କଣ୍ଟେଣ୍ଟ ଉପରେ ବୁଝାମଣା କରିବୁ ନାହିଁ।"

ମାର୍କ ଜୁକରବର୍ଗ ଲେଖିଥିବା ଏହି ଚିଠିକୁ ସୋଶାଲ ମିଡିଆରେ ଶେଆର କରିଛି ହ୍ୱାଇଟ୍ ହାଉସର ନ୍ୟାୟପାଳିକା କମିଟି। 

Covid Content Facebook Joe Biden Mark Zuckerberg Meta
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe