Advertisment

ଗାଜା ହସ୍ପିଟାଲରେ ବିସ୍ଫୋରଣ ଘଟଣା: ଇସ୍ରାଏଲକୁ ବାଇଡେନଙ୍କ କ୍ଲିନଚିଟ୍‌

ଇସ୍ରାଏଲ ସେନା ପକ୍ଷରୁ ହସ୍ପିଟାଲ ହମଲା ପଛରେ ପାଲେଷ୍ଟାଇନରେ ସକ୍ରିୟ ଥିବା ଆଉ ଏକ ଆତଙ୍କୀ ସଂଗଠନ ଇସଲାମିକ ଜିହାଦର ହାତ ଥିବା କହିଥିଲା।

Biden

Biden

Advertisment

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତେଲ ଅଭିଭରେ ପହଞ୍ଚିଛନ୍ତି। ତାଙ୍କୁ ଏୟାରପୋର୍ଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ୱାଗତ କରିବା ସହ ଯୁଦ୍ଧ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ।

Advertisment

ଏହାପରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ଗତକାଲି ଗାଜାରେ ଥିବା ଗୋଟିଏ ହସ୍ପିଟାଲ ଉପରେ ରକେଟ ମାଡ଼ ହୋଇଥିଲା। ଏଥିରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ପୂରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ସମସ୍ତେ ଇସ୍ରାଏଲକୁ ଏଥିପାଇଁ ଦାୟୀ କରୁଛନ୍ତି।

କିନ୍ତୁ ବାଇଡେନ ଇସ୍ରାଏଲକୁ ହସ୍ପିଟାଲ ହମଲା ଘଟଣାରେ କ୍ଲିନଚିଟ୍‌ ଦେଇଛନ୍ତି। ଏଥିସହ ହସ୍ପିଟାଲ ଉପରେ ହୋଇଥିବା ହମଲା ପଛରେ ଅଲଗା ଟିମ ବା ଆତଙ୍କବାଦୀ ସଂଗଠନର ହାତ ଥିବା ସେ ନେତାନ୍ୟାହୁଙ୍କୁ କହିଛନ୍ତି।

Advertisment

ନେତାନ୍ୟାହୁଙ୍କ ସହ ଆଲୋଚନା କରିବା ବେଳେ ବାଇଡେନ ତାଙ୍କୁ କହିଛନ୍ତି ଯେ ଆମେରିକା ସବୁ ପ୍ରକାରର ପରିସ୍ଥିତିରେ ଇସ୍ରାଏଲର ସମର୍ଥନ କରିବ। ନିଜର ସୁରକ୍ଷା ପାଇଁ ଇସ୍ରାଏଲ ଯାହା ବି ଆବଶ୍ୟକ, ତା’କୁ ନିଶ୍ଚିତ କରିବ।

ବାଇଡେନ ଇସ୍ରାଏଲ ପିଏ ନେତାନ୍ୟାହୁଙ୍କୁ କହିଛନ୍ତି ଯେ “ଗାଜାର ଅଲ ଅହଲି ହସ୍ପିଟାଲରେ ହୋଇଥିବା ବିସ୍ଫୋରଣରେ ମୁଁ ମର୍ମାହତ ଓ ଦୁଃଖିତ। ଏବେ ମୋ ପାଖରେ ଯାହା ତଥ୍ୟ ରହିଛି ଓ ଯାହା ମୁଁ ଦେଖୁଛି, ସେଥିରୁ ଲାଗୁଛି ଯେ ଏପରି ହମଲା ପଛରେ ଅଲଗା ଟିମର ହାତ ରହିଛି। ଏଥିରେ ଆପଣଙ୍କର କୌଣସି ହାତ ନାହିଁ।”

ଗାଜା ହସ୍ପିଟାଲ ପରେ ଅନେକ ଦେଶ ଇସ୍ରାଏଲକୁ ଦାୟୀ କରୁଥିବା ବେଳେ ଏହାକୁ ନେତାନ୍ୟାହୁ ଆଣ୍ଡ କୋ ଖଣ୍ଡନ କରି ଚାଲିଛନ୍ତି। ନିଜ ଦାବିକୁ ପ୍ରମାଣିତ କରିବା ପାଇଁ ଇସ୍ରାଏଲ ସେନା ପକ୍ଷରୁ ଗୋଟିଏ ସାଟେଲାଇଡ୍‌ ରାଡାର ଓ କିଛି ତଥାକଥିତ ଅଡିଓ ରେକର୍ଡିଂ ଜାରି କରାଯାଇଛି।

ଭାଇରାଲ ହେଉଥିବା ଅଡିଓରେ ଦୁଇ ଜଣ ହମାସ ସଦସ୍ୟ ହମଲା ସେମାନେ କରିଥିବା ସ୍ୱୀକାର କରୁଛନ୍ତି। କିନ୍ତୁ ଏଥିରେ କେତେ ସତ୍ୟତା ଅଛି, ସେକଥା ଜଣାପଡ଼ିନି।

ଏହାପୂର୍ବରୁ ଇସ୍ରାଏଲ ସେନା ପକ୍ଷରୁ ହସ୍ପିଟାଲ ହମଲା ପଛରେ ପାଲେଷ୍ଟାଇନରେ ସକ୍ରିୟ ଥିବା ଆଉ ଏକ ଆତଙ୍କୀ ସଂଗଠନ ଇସଲାମିକ ଜିହାଦର ହାତ ଥିବା କହିଥିଲା।

ଏହାକୁ ନେଇ ବ୍ଲେମ ଗେମ ଚାଲିଥିବା ବେଳେ ବାଇଡେନ ଆଜି ଇସ୍ରାଏଲ ଗସ୍ତରେ ଯାଇ ନେତାନ୍ୟାହୁଙ୍କୁ ସମର୍ଥନ କରିଛନ୍ତି। ବାଇଡେନ କହିଛନ୍ତି ଯେ ଆତଙ୍କବାଦୀ ସଂଗଠନ ହମାସ ୩୧ ଆମେରିକୀୟଙ୍କ ସମେତ ୧୩ଶହରୁ ଅଧିକ ଲୋକଙ୍କୁ ହତ୍ୟା କରିଛି। ସେମାନେ ଶତାଧିକ ଲୋକଙ୍କୁ ପଣବନ୍ଦୀ କରି ନେଇଛନ୍ତି।

ପଣବନ୍ଦୀଙ୍କ ମଧ୍ୟରେ ଛୋଟ ପିଲା ବି ଅଛନ୍ତି। ସେମାନେ ଆଇଏସଆଇଏସ ଭଳି ଭୟଙ୍କର କାଣ୍ଡ ଘଟାଇଛନ୍ତି। ଆଇଏସଆଇଏ ଭଳି କାମ କରୁଥିଲା। ହମାସ କେବେ ହେଲେ ପାଲେଷ୍ଟାଇନ ଲୋକଙ୍କ ପ୍ରତିନିଧିତ୍ୱ କରୁନାହିଁ ବୋଲି ବାଇଡେନ ମତ ରଖିଛନ୍ତି।

ଅନ୍ୟପକ୍ଷରେ ଯୁଦ୍ଧ ସମୟରେ ଆମେରିକା ଦୃଢ଼ ଭାବେ ଇସ୍ରାଏଲ ସହ ଛିଡ଼ା ହୋଇଥିବାରୁ ନେତାନ୍ୟାହୁ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Joe Biden Israel Benjamin Netanyahu Israel-Palestine Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe