Advertisment

ବଦଳିଲା ବାଇଡେନ୍‌ଙ୍କ ସ୍ୱର, ଜିନିପିଙ୍ଗଙ୍କୁ କହିଲେ 'ତାନଶାହ'

ବୁଧବାର ସାନ୍‌ ଫ୍ରାନ୍ସିସ୍‌ସ୍କୋର ଏସିଆ ପେସିଫିକ୍‌ ଇକୋନୋମିକ୍‌ କରପୋରେସନ୍‌ ସମ୍ମିଳନୀରେ ବାଇଡେନ୍‌ ଓ ଜିନପିଙ୍ଗଙ୍କ ଭେଟ୍‌ଘାଟ ହୋଇଥିଲା।

author-image
Madhupriya Mistry
XI-jinping and Joe biden

XI-jinping and Joe biden

୪ ଘଣ୍ଟାର ବୈଠକ ପରେ ବଦଳିଗଲା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସ୍ୱର। ସେ ଚୀନ୍‌ ରାଷ୍ଟ୍ରପତି ସି ଜିନିପିଙ୍ଗଙ୍କୁ ପୁଣି କଲେ ଟାର୍ଗେଟ୍‌। ଚୀନ୍‌ ରାଷ୍ଟ୍ରପତିଙ୍କୁ 'ତାନଶାହ' ତଥା ଏକଛତ୍ରବାଦୀ ନେତା ବୋଲି କହିଲେ ବାଇଡେନ୍‌।

Advertisment

ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ମଧ୍ୟରେ ବୈଠକ ହୋଇଥିଲା। ଏହି ଦୁଇ ବିଶ୍ୱ ନେତାଙ୍କ ମଧ୍ୟରେ ଦୀର୍ଘ ୪ ଘଣ୍ଟା ଧରି ଚାଲିଥିବା ଆଲୋଚନା ଉପରେ ପୂରା ବିଶ୍ୱର ନଜର ଥିଲା। ତେବେ ଏହି ବୈଠକ ପରେ ପରେ ବାଇଡେନ୍‌ ଜିନ୍‌ପିଙ୍ଗଙ୍କୁ ତାନଶାହା ବୋଲି କହିଛନ୍ତି। ଏହାକୁ ନେଇ ଏବେ ଡ୍ରାଗନ୍‌ ରାଗି ଯାଇଛି।

ବୁଧବାର ବୈଠକ ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ବାଇଡେନ୍‌ ଚୀନ୍‌ ରାଷ୍ଟ୍ରପତିଙ୍କୁ ଏକଛତ୍ରବାଦୀ ନେତା ବୋଲି କହିଥିଲେ। ସେ ଏକ କମ୍ୟୁନିଷ୍ଟ ଦେଶର ଶାସନ ଭାର ସମ୍ଭାଳିଛନ୍ତି। ଚୀନ୍‌ ସରକାରଙ୍କ କାର୍ଯ୍ୟ ଆମ ସରକାରଙ୍କ ଠାରୁ ପୂରାପୁରି ଭିନ୍ନ ବୋଲି ବାଇଡେନ୍‌ କହିଥିଲେ।

Advertisment

ଜିନ୍‌ପିଙ୍ଗଙ୍କୁ ତାନଶାହ କହିବା ପରେ ରାଗି ଯାଇଛି ଚୀନ୍‌। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଦେଇଛି ମୁହଁତୋଡ ଜବାବ। ଚୀନ୍‌ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ମାଓ ନିଙ୍ଗ ଏହା ସମ୍ପୂର୍ଣ୍ଣ ଭୁଲ୍‌ ବୋଲି କହିଛନ୍ତି। ଏହା ବେଶ୍ ସମ୍ବେଦନଶୀଳ ବୟାନ। ଚୀନ୍‌କୁ ଏହାକୁ ଦୃଢ଼ ଭାବେ ବିରେଧ କରୁଛି। ଏଭଳି କିଛି ଲୋକ ଅଛନ୍ତି ଯିଏ ସମ୍ପର୍କକୁ ଖରାପ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ସେଥିରେ ସେମାନେ କେବେ ସଫଳ ହୋଇପାରିବେ ନାହିଁ ବୋଲି ଚୀନ୍‌ କହିଛି।

ଉଲ୍ଲେଖଯୋଗ୍ୟ, ବୁଧବାର ସାନ୍‌ ଫ୍ରାନ୍ସିସ୍‌ସ୍କୋର ଏସିଆ ପେସିଫିକ୍‌ ଇକୋନୋମିକ୍‌ କରପୋରେସନ୍‌ ସମ୍ମିଳନୀରେ ବାଇଡେନ୍‌ ଓ ଜିନପିଙ୍ଗଙ୍କ ଭେଟ୍‌ଘାଟ ହୋଇଥିଲା। ଏହି ସମୟରେ ଏହି ଦୁଇ ବିଶ୍ୱ ନେତାଙ୍କ ମଧ୍ୟରେ ଦୀର୍ଘ ୪ ଘଣ୍ଟା ଧରି ଆଲୋଚନା ଚାଲିଥିଲା। ଏହାପୂର୍ବରୁ ଏହି ଦୁଇ ନେତା ନଭେମ୍ବର ୨୦୨୦ରେ ଇଣ୍ଡୋନେସିଆର ବାଲିରେ ହୋଇଥିବା ଜି-୨୦ ସମ୍ମିଳନୀରେ ବ୍ୟକ୍ତିଗତ ରୂପେ ମିଶିଥିଲେ। ତେବେ ଜୋ ବାଇଡେନ୍ ଜିନିପିଙ୍ଗଙ୍କୁ ତାନଶାହା କହିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଚଳିତ ବର୍ଷ ଆରମ୍ଭରେ ଆମେରିକା ଆକାଶରେ ଚୀନ୍‌ର ଗୁଇନ୍ଦା ବେଲୁନ ନଜର ଆସିବା ପରେ ସେ ଜିନିପିଙ୍ଗଙ୍କୁ ଏକଛତ୍ରବାଦୀ ନେତା ବୋଲି କହିଥିଲେ ବାଇଡେନ୍।

Joe Biden Xi Jinping