Advertisment

ଇରାନ ମିସାଇଲ ଦେଖିଲେ ତୁରନ୍ତ ଖସାଅ: ବାଇଡେନ୍‌

ଇସ୍ରାଏଲର ଏଭଳି ସ୍ଥିତି ଭିତରେ ଭାରତୀୟଙ୍କ ପାଇଁ ଆଡଭାଇଜାରୀ ଜାରି ହୋଇଛି। ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଜାରି କରାଯାଇଛି। ସୁରକ୍ଷିତ ଓ ସତର୍କ ରହିବାକୁ ସମସ୍ତ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି।

Israel Attack on Iran

Israel Attack on Iran

Advertisment

ଇସ୍ରାଏଲ୍ ଆକାଶରେ ଇରାନ ମିସାଇଲ ଦେଖିଲେ ତୁରନ୍ତ ଖସାଅ। ଆମେରିକା ସେନାକୁ କିଛି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍। ଇରାନ୍ ମିସାଇଲକୁ କାଉଣ୍ଟର କରିବା ସହ ଖସାଇବାକୁ ନିର୍ଦ୍ଦେଶ ଦେଇଛି ଆମେରିକା।

Advertisment

ଇସ୍ରାଏଲ୍ ଉପରେ ଇରାନର ହମଲା ପରେ ଆମେରିକା ୱାଶିଂଟନ୍‌ରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଆମେରିକା ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ୱାର୍ ରୁମରେ ଯୁଦ୍ଧ ପରିସ୍ଥିତିର ଅନୁଧ୍ୟାନ ହୋଇଛି। ଇସ୍ରାଏଲକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ ଜଣାଇଛି ଆମେରିକା। ସାମରିକ, ଆର୍ଥିକ ଏବଂ ଅନ୍ୟ ସବୁ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବା ନେଇ ଆଶ୍ୱସ୍ତ କରିଛନ୍ତି ରାଷ୍ଟ୍ରପତି ବାଇଡେନ୍।

ମିଡିଲ୍ ଇଷ୍ଟରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ଉପରେ ଇରାନ କରିଛି ଘନ ଘନ ମିସାଇଲ୍ ହମଲା। ଏକାଥରେ ୧୮୦ରୁ ଅଧିକ ମିସାଇଲ୍ ମାଡ଼ ହୋଇଛି।

Advertisment

ହେଜବୁଲ୍ଲା ମୁଖ୍ୟ ହସରତ୍ ନସ୍ରଲ୍ଲା ନିହତର ଦୁଇ ଦିନ ପରେ ବଦଲା ନେଇଛି ଇରାନ୍। ଗତକାଲି ରାତିରେ ଜୋରଦାର ମିସାଇଲ୍ ମାଡ଼ ହୋଇଛି। ଇସ୍ରାଏଲର ଜାଫା ସୀମା ନିକଟରେ ଥିବା ଜନବସତି ଓ ସେନା ବେସ୍‌ର ବେଶ୍ ନିକଟରେ ଏହି ଆକ୍ରମଣ ହୋଇଛି।

ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ରିଟାଲିଏଟ୍ କରିବା ପୂର୍ବରୁ ହିଁ ଇସ୍ରାଏଲ୍ ଆକାଶରେ ମୃତ୍ୟୁର ତାଣ୍ଡବ ରଚିଛି ଇରାନ। ଏକାଥରେ ୧୮୦ରୁ ଅଧିକ ମିସାଇଲ୍ ମାଡ଼ କରିଛି। ଲୋକଙ୍କ ଘରେ, ଛାତରେ ଏପରିକି ଏକାଧିକ ଏୟାର୍ ଷ୍ଟ୍ରିପ୍ ଉପରେ ହମଲା ହୋଇଛି। ଫଳରେ ବ୍ୟାପକ ପରିମାଣର କ୍ଷୟକ୍ଷତି ହୋଇଛି।

ଇରାନର ରକେଟ୍ ଆକ୍ରମଣରୁ ବର୍ତ୍ତିବା ଲାଗି ଦେଶବ୍ୟାପୀ ସାଧାରଣ ନାଗରିଙ୍କ ପାଇଁ ଆଲର୍ଟ ଜାରି କରିଛି ଇସ୍ରାଲଲ୍। ଖାଲି ସେତିକି ନୁହେଁ ଇସ୍ରାଏଲ୍‌ର ବ୍ୟସ୍ତବହୁଳ ତେଲ ଅବିବ୍ ସହରରେ କିଛି ଆତତାୟୀ ପଶି ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଲାଇଛନ୍ତି। ଏଥିରେ ଏବେ ଯାଏଁ ୬ ଜଣଙ୍କ ମୃତ୍ୟୁ ହୋଇଛି।

ଇସ୍ରାଏଲର ଏଭଳି ସ୍ଥିତି ଭିତରେ ଭାରତୀୟଙ୍କ ପାଇଁ ଆଡଭାଇଜାରୀ ଜାରି ହୋଇଛି। ଇସ୍ରାଏଲରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଜାରି କରାଯାଇଛି। ସୁରକ୍ଷିତ ଓ ସତର୍କ ରହିବାକୁ ସମସ୍ତ ଭାରତୀୟଙ୍କୁ ଦିଆଯାଇଛି ପରାମର୍ଶ। ବିନା କାରଣରେ ବାହାରକୁ ନବାହାରିବା, ତା' ସହ ଯିଏ ଯେଉଁ ସହରରେ ରହିଛନ୍ତି ସେଠୁ ଅନ୍ୟତ୍ର ଚଳପ୍ରଚଳ ନକରିବାକୁ କୁହାଯାଇଛି। କୌଣସି ସମସ୍ୟା ହେଲେ ହେଲପଲାଇନ୍ ଜରିଆରେ ସୂଚନା ଦେବାକୁ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଜାରି ହୋଇଛି।

ସେପଟେ ଇରାନ ବହୁତ ବଡ଼ ଭୁଲ କରିଛି, ଏହାର ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟୁହ ଖୋଲା ଚେତାବନୀ ଦେଇଛନ୍ତି।

Joe Biden Israel Attack On Iran
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe