Advertisment

ଯୁଦ୍ଧ ଭିତରେ ୟୁକ୍ରେନ୍‌କୁ ସରପ୍ରାଇଜ୍‌ ଭିଜିଟ୍‌ କଲେ ଆମେରିକା ରାଷ୍ଟ୍ରପତି

କିଭରେ ପହଞ୍ଚିବା ପରେ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କୁ ଭେଟିଛନ୍ତି ବାଇଡେନ୍‌

President Joe Biden is in Kyiv

President Joe Biden is in Kyiv

Advertisment

ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିନଥିବା ବେଳେ  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନକୁ ସରପ୍ରାଇଜ୍‌ ଭିଜିଟ୍‌ କରିଛନ୍ତି। ୟୁକ୍ରେନ୍‌ର ରାଜଧାନୀ କିଭରେ ପହଞ୍ଚିବା ପରେ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ଭେଟିଛନ୍ତି ବାଇଡେନ୍‌। ରୁଷ ୟୁକ୍ରେନ୍‌କୁ ଆକ୍ରମଣର ଆଗକୁ ବର୍ଷପୂର୍ତ୍ତି ଥିବା ବେଳେ ତାପୂର୍ବରୁ ବାଇଡେନ୍‌ଙ୍କ ୟୁକ୍ରେନ୍‌ ଗସ୍ତକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟ ୟୁକ୍ରେନ ଓ ରୁଷ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ପରଠାରୁ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ଏହା ହେଉଛି ପ୍ରଥମ ଗସ୍ତ। ଗତ ବର୍ଷ ଫେବୃଆରୀ ୨୪ରେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲା ରୁଷ। ଯୁଦ୍ଧ ଆରମ୍ଭରୁ ଆମେରିକା ୟୁକ୍ରେନ୍‌ ପ୍ରତି ସମର୍ଥନ ଜଣାଇଥିଲେ ମଧ୍ୟ ତାହା ଯଥେଷ୍ଟ ନଥିଲା।

Advertisment

ଏବେ ଆମେରିକାର ରାଷ୍ଟ୍ରପତି ବାଇଡେନ୍‌ ସିଧା ଯାଇ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କିକୁ ଭେଟିବା ତାଙ୍କ ମନୋବଳକୁ ବୃଦ୍ଧି କରିବା ନେଇ ଚର୍ଚ୍ଚା ହେଉଛି। ବାଇଡେନ୍‌ଙ୍କ ଗସ୍ତ ପାଇଁ କିଭରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଅବସରରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ଭେଟଘାଟ ପରେ ଯୁଦ୍ଧରେ ପ୍ରାଣ ହରାଇଥିବା ଉଭୟ ସୈନ୍ୟ ଏବଂ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସେହିପରି ୟୁକ୍ରେନକୁ ସମସ୍ତ ପ୍ରକାର ସାମରିକ ସହାୟତା ଯୋଗାଇ ଦିଆଯିବ ବୋଲି ବାଇଡେନ୍‌ ପ୍ରତିଶ୍ରୁତି ଦେଇଛନ୍ତି । ୟୁକ୍ରେନ୍‌ର ସାର୍ବଭୌମତ୍ୱ ଏବଂ ସଂହତିର ରକ୍ଷାପାଇଁ ୱାଶିଂଟନ ପ୍ରତିଶ୍ରୁତିବଦ୍ଧ ବୋଲି ବାଇଡେନ୍‌ କହିଛନ୍ତି।

ସେହିପରି ବାଇଡେନ୍ ତାଙ୍କ ଗସ୍ତ କାଳରେ ୟୁକ୍ରେନକୁ ବିଭିନ୍ନ ପ୍ରକାର ସହାୟତା ଘୋଷଣା କରିଛନ୍ତି । ବାଇଡେନ୍‌ କହିଛନ୍ତି ଯେ, ୟୁକ୍ରେନକୁ ବହୁ ଶକ୍ତିଶାଳି ସାମରିକ ଉପକରଣ ତଥା ଆର୍ସିଲେରି ଆମ୍ୟୁନିଶନ, ଆଣ୍ଟି ଆର୍ମସ ସିଷ୍ଟମ ଏବଂ ଏୟାର ସର୍ଭିଲାନ୍ସ ରାଡ଼ାର ଯୋଗାଇ ଦିଆଯିବ। ଯାହା ଉପରୁ ବୋମା ବର୍ଷଣରୁ ୟୁକ୍ରେନ୍‌ ଜନସାଧାରଣଙ୍କୁ ରକ୍ଷା କରିବ। ବାଇଡେନଙ୍କ ଏହି ଗସ୍ତ ଜେଲେନସ୍କିଙ୍କୁ ଅଧିକ ଉତ୍ସାହିତ କରିଛି। ସେ କହିଛନ୍ତି ଯେ, କିଭ୍‌ ଜୋ ବାଇଡେନଙ୍କୁ ସ୍ୱାଗତ କରୁଛି। ଆପଣଙ୍କ ପରିଦର୍ଶନ ୟୁକ୍ରେନବାସୀଙ୍କ ପ୍ରତି ସମର୍ଥନର ଦୃଢ଼ ନମୁନା ପ୍ରତିପାଦନ କରୁଛି । ପୂର୍ବରୁ ୟୁକ୍ରେନ୍-ରୁଷ ଯୁଦ୍ଧ ପାଇଁ ଆମେରିକା ଚାଇନାକୁ ଦାୟୀ କରିଥିଲା।

Advertisment

ୟୁକ୍ରେନ୍ ବିରୋଧରେ ଯୁଦ୍ଧ ପାଇଁ ଚାଇନା ହିଁ ରୁଷକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଆମେରିକା ଅଭିଯୋଗ କରିଥିଲା । ଏହା ପରେ ଆମେରିକା ରାଷ୍ଟ୍ରପତି ୟୁକ୍ରେନ ଗସ୍ତ କରିଥିବା ଜଣାପଡ଼ିଛି । ତେବେ ଆମେରିକାର ଏହି ଅଭିଯୋଗକୁ ଚାଇନାର ବୈଦେଶିକ ମନ୍ତ୍ରୀ ଖଣ୍ଡନ କରିଥିଲେ। ସେ କହିଥିଲେ ଯେ, ଚାଇନା ନୁହେଁ ବରଂ ଯୁଦ୍ଧ କ୍ଷେତ୍ରକୁ ଅସ୍ତ୍ରଶସ୍ତ୍ରଅ ଯୋଗାଇବା ଆମେରିକାର ଚରିତ୍ର। ଆମେ ଅନୁରୋଧ କରୁଛି କି ଦୁଇ ରାଷ୍ଟ୍ରମଧ୍ୟରେ ଶାନ୍ତି ଓ ସାମଧାନର ବାଟ ନେଇ ଆମେରିକା କାର୍ଯ୍ୟ କରୁ। ଏବେ ଦୋଶାରୋପ କରିବାର ସମୟ ନୁହେଁ ବୋଲି ଚାଇନା ଆମେରିକାକୁ ପରାମର୍ଶ ଦେଇଛି।

USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe