Advertisment

ଜି-୨୦ ବେଳେ ପ୍ରେସ ସ୍ୱାଧୀନତା ଓ ମାନବାଧିକାର କଥା ମୋଦିଙ୍କୁ କହିଥିଲେ ବାଇଡେନ୍‌

କଂଗ୍ରେସ ଏହାକୁ ଆଧାର କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି।

Joe Biden

Joe Biden

Advertisment

ଭାରତରୁ ଜି-୨୦ ଶିଖର ସମ୍ମିଳନୀ ଶେଷ କରି ଭିଏତନାମ ଯାଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବଡ଼ କଥା କହିଛନ୍ତି। ଜି-୨୦ ଶିଖର ସମ୍ମିଳନୀ ବେଳେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କ’ଣ ସବୁ ଆଲୋଚନା କରିଥିଲେ, ତା’ର ସୂଚନା ଦେଇଛନ୍ତି।

Advertisment

ଭିଏତନାମରେ ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ ସେ ମୋଦିଙ୍କ ସହ ମାନବାଧିକାରକୁ ସମ୍ମାନ ଦେବା, ସାମାଜିକ ସଂଗଠନର ଭୂମିକା ଓ ପ୍ରେସ ସ୍ୱାଧୀନତା ଭଳି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହି ସବୁ ପ୍ରସଙ୍ଗର ବେଶ ଗୁରୁତ୍ୱ ରହିଥିବା ସେ ମୋଦିଙ୍କୁ ଜଣାଇଥିବା କହିଛନ୍ତି।

ଭିଏତନାମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଇଡେନ କହିଛନ୍ତି ଯେ “ମୁଁ ସବୁବେଳେ ଯାହା କରେ ଅର୍ଥାତ ମୁଁ ମାନବାଧିକାରର ଗୁରୁତ୍ୱ, ସାମାଜିକ ସଂଗଠନର ମହତ୍ତ୍ୱପୂର୍ଣ୍ଣ ଭୂମିକା, ପ୍ରେସ ସ୍ୱାଧୀନତା ଓ ଗୋଟିଏ ଶକ୍ତିଶାଳୀ ଏବଂ ସମୃଦ୍ଧି ଦେଶ ଗଠନ ଆଦି ପ୍ରସଙ୍ଗ ମୋଦିଙ୍କ ଆଗରେ ଉଠାଇଛି। ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ସବୁ ମଧ୍ୟ କରିଛୁ।” ବାଇଡେନ ମାନାବାଧିକାର ଓ ପ୍ରେସ ସ୍ୱାଧୀନତା କଥା କହିବା ପରେ ଏହାକୁ ନେଇ ଭାରତରେ ରାଜନୀତିକ ହଟଚମଟ ସୃଷ୍ଟି କରିଛି।

Advertisment

କଂଗ୍ରେସ ଏହାକୁ ଆଧାର କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି। ଦଳର ନେତା ଜୟରାମ ରମେଶ କହିଛନ୍ତି, “ ନା ସାମ୍ବାଦିକ ସମ୍ମିଳନୀ କରିବି, ନା କାହାକୁ କରିବାକୁ ଦେବି। ଏହାର କୌଣସି ପ୍ରଭାବ କିଛି ବି ନାହିଁ। ବାଇଡେନ ସମାନ କଥା ଭିତଏନାମରେ କହିଛନ୍ତି। ସେ ଭାରତରେ ମୋଦିଙ୍କ ମୁହଁରେ ମାନବାଧିକାରକୁ ସମ୍ମାନ, ସାମାଜିକ ସଂଗଠନର ଭୂମିକା ଓ ପ୍ରେସ ସ୍ୱାଧୀନତା କଥା କହିଛନ୍ତି।”

ଏହାପୂର୍ବରୁ ଜୟରାମ ରମେଶ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ ବାଇଡେନଙ୍କ ଟିମର ସଦସ୍ୟମାନଙ୍କୁ ଗଣମାଧ୍ୟମ ସହ କଥା ହେବାକୁ ଦିଲ୍ଲୀରେ ଦିଆଯାଇ ନଥିଲା। ରାଷ୍ଟ୍ରପତି ବାଇଡେନଙ୍କ ଟିମ କହିଛି ଯେ ଏକାଧିକ ଅନୁରୋଧ ପରେ ମଧ୍ୟ ଭାରତ ସରକାର ସେମାନଙ୍କୁ ମିଡିଆର ପ୍ରଶ୍ନ ଗ୍ରହଣ କରିବାକୁ ଅନୁମତି ଦେଇ ନଥିଲେ।

ରାଷ୍ଟ୍ରପତି ବାଇଡେନ ସେପ୍ଟେମ୍ବର ୧୧ରେ ଭିଏତନାମାରେ ଏ ସଂକ୍ରାନ୍ତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବେ। ଆଦୌ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ମୋଦି ଷ୍ଟାଇଲ ଗଣତନ୍ତ୍ରରେ ଏପରି ହୋଇଥାଏ ବୋଲି ଜୟରାମ କହିଥିଲେ।

PM Modi G20 Summit Joe Biden G20 Meet
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe