Advertisment

କମଳା ହାରିସଙ୍କ ନାଁ ପ୍ରସ୍ତାବ ଦେଲେ ବାଇଡେନ, କହିଲେ- ସେ ସର୍ବୋତ୍ତମ ରାଷ୍ଟ୍ରପତି ପ୍ରାର୍ଥୀ

ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ କମଳା ହାରିସ ହିଁ ସର୍ବୋତ୍ତମ ବୋଲି କହିଛନ୍ତି ବାଇଡେନ୍। ଏପରିକି ତାଙ୍କୁ ସମର୍ଥନ କରିବାକୁ ଦଳକୁ ଆହ୍ୱାନ ଦେଇଛନ୍ତି।

kamala harris

kamala harris

Advertisment

ଆସନ୍ତା ନଭେମ୍ବରରେ ଆମେରିକାର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଗତ ରାତିରେ ରେସ୍‌ରୁ ଓହରି ଯାଇଛନ୍ତି ଜୋ ବାଇଡେନ। ବୟସାଧିକ କାରଣରୁ ୮୧ ବର୍ଷୀୟ ବାଇଡେନ ନିଜେ ଏହି ଦୌଡ଼ରୁ ବାହାରି ଯାଇଥିବା କୁହାଯାଉଛି। ତେବେ ଏହି ପଦ ନିମନ୍ତେ ବାଇଡେନ ଉପରାଷ୍ଟ୍ରପତି କମଳା ହାରିସଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି। ।

Advertisment

ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ କମଳା ହାରିସ ହିଁ ସର୍ବୋତ୍ତମ ବୋଲି କହିଛନ୍ତି ବାଇଡେନ୍। ଏପରିକି ତାଙ୍କୁ ସମର୍ଥନ କରିବାକୁ ଦଳକୁ ଆହ୍ୱାନ ଦେଇଛନ୍ତି। ଯଦି ହାରିସ ରାଷ୍ଟ୍ରପତି ହୁଅନ୍ତି, ତେବେ ସେ ଆମେରିକାର ପ୍ରଥମ ମହିଳା ଏବଂ ଦ୍ୱିତୀୟ କୃଷ୍ଣକାୟ ରାଷ୍ଟ୍ରପତି ହେବେ।

ବାଇଡେନ୍ କମଳା ହାରିସଙ୍କ ନାଁ ପ୍ରସ୍ତାବ ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଖୋଦ କମଳା ହାରିସ୍‌। ସେ କହିଛନ୍ତି, ଡେମୋକ୍ରାଟଙ୍କ ବିଶ୍ୱାସଭାଜନ ହୋଇ ନୋମିନେସନ ଜିତିବାକୁ ସେ ପ୍ରୟାସ କରିବେ ଏବଂ ନିର୍ବାଚନରେ ଟ୍ରମ୍ପଙ୍କୁ ପରାସ୍ତ କରିବେ। ପଟେ ଟ୍ରମ୍ପ କହିଛନ୍ତି, ବାଇଡେନଙ୍କ ବଦଳରେ କମଳା ହାରିସଙ୍କୁ ହରାଇବା ତାଙ୍କ ପକ୍ଷେ ଅଧିକ ସହଜ ହେବ।

Advertisment

ବାଇଡେନ ଗତ ରାତିରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ୨୦୨୦ ମସିହାରେ ନିର୍ବାଚନ ଜିତିବା ପରେ ମୁଁ ପ୍ରଥମ ଥର କମଳା ହାରିସଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ବାଛିଥିଲା। ତାହା ମୋର ସବୁଠୁ ଭଲ ନିଷ୍ପତ୍ତି ବୋଲି ମୁଁ ସବୁବେଳେ ହୃଦୟଙ୍ଗମ କରେ। ଏଥିସହ ଆସନ୍ତା ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ମୁଁ କମଳା ହାରିସଙ୍କ ନାମ ପ୍ରସ୍ତାବ ରଖିବା ସହ ତାହାକୁ ପୂର୍ଣ୍ଣ ସମର୍ଥନ କରୁଛି। ଏବେ ଟ୍ରମ୍ପଙ୍କୁ ହରାଇବାର ସମୟ ଆସିଗଲାଣି ବୋଲି କହିଛନ୍ତି ବାଇଡେନ ।

ପ୍ରଥମ ଭାରତୀୟ ମହିଳା ଓ ପ୍ରଥମେ ଅଶ୍ୱେତ ମହିଳା ଭାବେ ଆମେରିକାର ଉପରାଷ୍ଟ୍ରପତି ପଦରେ ବସି ଇତିହାସ ରଚିଥିଲେ କମଳା ହାରିସ । ୨୦୨୦ ନଭେମ୍ବରରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ୫୯ ବର୍ଷୀୟ କମଳା ହାରିସ କହିଥିଲେ, ସେ ଉପରାଷ୍ଟ୍ରପତି ପଦରେ ବସିଥିବା ପ୍ରଥମ ମହିଳା ହୋଇ ପାରନ୍ତି, ମାତ୍ର କେବେ ବି ଅନ୍ତିମ ହେବେନି ।

ହାଭାର୍ଡ ବିଶ୍ୱବିଦ୍ୟାଳୟରେ ନିଜ ପାଠପଢ଼ା ସାରିବା ପରେ କମଳା ହାରିସ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ୨୦୦୩ ମସିହାରେ ସେ ସାନ ପ୍ରାନ୍ସିକୋରେ ସେ ଟପ୍‌ ପ୍ରସିକ୍ୟୁଟୋର ହୋଇ ପାରିଥିଲେ। ପ୍ରଥମ ମହିଳା ଭାବେ ୨୦୧୦ ମସିହାରେ ସେ କାଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ପଦ ପାଇବାର ଗୌରବ ହାସଲ କରିଥିଲେ। ୨୦୧୪ ମସିହାରେ ସେ ନିଜ ସାଥୀ ଓକିଲ ଡଗଲସ୍‌ ଏମ୍ଫହାଁଫଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ଆମେରିକୀୟ ଓ ଆଫ୍ରିକୀୟ ପରମ୍ପରା ସମେତ ୟେହୁଦି ପରମ୍ପରାରେ ବି ସମ୍ପନ୍ନ ହୋଇଥିଲା।

USA Election Kamala Harris
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe