Advertisment

ବଢ଼ିଲା ଅଡୁଆ, ୩୫ କୋଟି ଜରିମାନା ଦେବେ ଟ୍ରମ୍ପ

ସିଭିଲ୍ ଠକେଇ ମାମଲାରେ ଶୁକ୍ରବାର ଦିନ ଟ୍ରମ୍ପ ଏବଂ ତାଙ୍କର ଦୁଇ ପୁଅଙ୍କୁ ଜରିମାନା ଦେବାକୁ ନ୍ୟୁୟର୍କ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Donald Trump

Donald Trump

Advertisment

ବଢ଼ିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ। ସିଭିଲ୍‌ ଠକେଇ ତଥା ନାଗିରକ ଠକେଇ ମାମଲରେ ତାଙ୍କୁ ଅଦାଲତରୁ ମିଳିଲା ଝଟ୍‌କା। ମୋଟା ଅଙ୍କର ଜରିମାନା ଦେବେ ଟ୍ରମ୍ପ। କୋର୍ଟ ତାଙ୍କ ଉପରେ ୩୫୫ ମିଲିଅନ ଡଲାର ଅର୍ଥାତ୍‌ ୩୫ କୋଟି ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ସିଭିଲ୍ ଠକେଇ ମାମଲାରେ ଶୁକ୍ରବାର ଦିନ ଟ୍ରମ୍ପ ଏବଂ ଟ୍ରମ୍ପ ସଂଗଠନକୁ ଜରିମାନା ଦେବାକୁ ନ୍ୟୁୟର୍କ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଟ୍ରମ୍ପଙ୍କୁ ତିନି ବର୍ଷ ଧରି ନ୍ୟୁୟର୍କରେ ଏକ କମ୍ପାନୀର ନିର୍ଦ୍ଦେଶକ ଭାବେ କାମ କରିବାକୁ ବାରଣ କରାଯାଇଛି।

Advertisment

ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟତୀତ ତାଙ୍କର ଦୁଇ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅର୍‌ ଓ ଏରିକ୍‌ ଟ୍ରମ୍ପଙ୍କ ଉପରେ ମଧ୍ୟ ଜରିମାନା ଲାଗିଛି। କୋର୍ଟ ଉଭୟଙ୍କୁ ୪ ମିଲିଅନ(୪ କୋଟି) ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେମାନଙ୍କୁ ଦୁଇ ବର୍ଷ ଧରି ନିର୍ଦ୍ଦେଶକ ଭାବେ କାମ କରିବାକୁ ବାରଣ କରାଯାଇଛି।

ଟ୍ରମ୍ପ ଓ ତାଙ୍କ ଦୁଇ ପୁଅଙ୍କ ବିରୋଧରେ ଜାନୁଆରୀ ଶେଷ ଆଡକୁ ଏକ ମାମଲା ରୁଜୁ ହୋଇଥିଲା। ଠକେଇ କରି ନିଜ ସମ୍ପତ୍ତିରେ ଶହ ଶହ କୋଟି ଡଲାର ବୃଦ୍ଧି କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଟ୍ରମ୍ପ ଓ ତାଙ୍କ ଦୁଇ ପୁଅ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଏହି ଅଭିଯୋଗକୁ କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପୁଅମାନେ ଖଣ୍ଡନ କରିଛନ୍ତି। ଆମେ କୌଣସି ଭୁଲ୍‌ କରିନୁ ବୋଲି କହିଛନ୍ତି।

Advertisment

ସୂଚନା ମୁତାବକ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କର ଦୁଇ ପୁଅ ବ୍ୟାଙ୍କ ଏବଂ ଅନ୍ୟାନ୍ୟ କମ୍ପାନୀକୁ ଠକିବା ସହ ସେମାନଙ୍କର ରିଅଲ ଇଷ୍ଟେଟ୍ ବ୍ୟବସାୟକୁ ବଢ଼ାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସେମାନେ ଲାଭ ପାଇଁ ନିଜର ସମ୍ପତ୍ତିକୁ ଅତ୍ୟଧିକ ବଢ଼ାଇ ଚଢ଼ାଇ ଦର୍ଶାଇଛନ୍ତି। ୨୦୨୩ ମସିହାରେ ଏହି ମାମଲାରେ ଏକ ମାସ ଧରି ଶୁଣାଣି ପରେ ଜଷ୍ଟିସ୍ ଆର୍ଥର ଏଙ୍ଗୋରୋନ ଏହି ମାମଲାରେ ଯୁକ୍ତି ବନ୍ଦ କରିଦେଇଥିଲେ। ଶୁକ୍ରବାର କୋର୍ଟ ଏହି ମାମଲାର ନିଷ୍ପତ୍ତି ଶୁଣାଇଛନ୍ତି।

Civil Fraud Case Donald Trump
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe