Advertisment

ମଝି ଆକାଶରୁ ଖସିଲା ଜଳନ୍ତା ବିମାନ, ଜଳୁଛି ଜଙ୍ଗଲ

ବିମାନଟି ଏକ ଜଙ୍ଗଲ ଉପରେ ଉଡ଼ୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହା ଏତେ ଭୟଙ୍କର ଥିଲା ଯେ, ଜଙ୍ଗଲଟି ହୁହୁ ହୋଇ ଜଳୁଛି।

author-image
Niharika Rout
Fire In Jungle

Fire In Jungle

୩ ଦିନ ପୂର୍ବେ ନେପାଳରେ ଏକ ବିମାନ ଦୁର୍ଘଟଣାରେ ୧୮ ଯାତ୍ରୀଙ୍କ ମୃତ୍ୟ ଘଟିଥିବା ବେଳେ ଏବେ ପୁଣି ଥରେ ଏକ ଭୟଙ୍କର ବିମାନ ଦୁର୍ଘଟଣାର ଚିତ୍ର ସାମନାକୁ ଆସିଛି। ଏହି ଦୁର୍ଘଟଣା ଯୁକ୍ତରାଷ୍ଟ୍ର ଆମେରିକାର ୱମିଙ୍ଗ ପ୍ରାନ୍ତରେ ଘଟିଛି।

Advertisment

ବିମାନଟି ୱମିଙ୍ଗ ପ୍ରାନ୍ତରେ ଥିବା ଏକ ଜଙ୍ଗଲ ଉପରେ ଉଡ଼ୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହା ଏତେ ଭୟଙ୍କର ଥିଲା ଯେ, ଜଙ୍ଗଲଟି ହୁହୁ ହୋଇ ଜଳୁଛି। ତେବେ ଏଥିରେ ଥିବା ଯାତ୍ରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିଛି। ଏହି ଦୁର୍ଘଟଣାରେ ବହୁ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

ବିମାନ ବନ୍ଦରେ ନିୟୋଜିତ ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ମୁତାବକ, ଗତକାଲି ଅପରାହ୍ନ ପ୍ରାୟ ୧ଟା ବେଳେ ବିମାନଟି ୱମିଙ୍ଗ ପ୍ରାନ୍ତରେ ଥିବା ଜିଲେଟ ସହର ଉପରେ ଉଡ଼ୁଥିଲା। ଏହି ସମୟରେ ହଠାତ୍‌ ବିମାନରେ ନିଆଁ ଲାଗିଯିବାରୁ ତାହା ନିକଟସ୍ଥ ଜଙ୍ଗଲ ଉପରେ ଖସି ପଡ଼ିଥିଲା। ଏହା ପ୍ରଭାବରେ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି।

Advertisment

ଏହାପରେ ତୁରନ୍ତ ରାଷ୍ଟ୍ରୀୟ ପରିବହନ ସୁରକ୍ଷା ବୋର୍ଡ ପକ୍ଷରୁ ରେସକ୍ୟୁ ଅପରେସନ ଆରମ୍ଭ କରାଯାଇ ହେଲିକପ୍ଟର ଯୋଗେ ଜଙ୍ଗଲ ଉପରେ ପାଣି ସ୍ପ୍ରେ କରାଯାଉଛି। ଜଙ୍ଗଲ ନିଆଁ ଆୟତ୍ତକୁ ଆସିବା ପରେ ହିଁ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ସମ୍ଭବପର ହୋଇ ପାରିବ ବୋଲି ଅଧିକାରୀ କହିଛନ୍ତି।

ତେବେ ଦୁର୍ଘଟଣା ପୂର୍ବରୁ ପାଇଲଟ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ବିମାନରେ ଯାନ୍ତ୍ରୀକ ତ୍ରୁଟି ଥିବା କହିଥିଲେ। ଏହାପରେ ବିମାନରେ ନିଆଁ ଲାଗି ଯାଇଥିବା ବେଳେ ତାହା ଜଙ୍ଗଲ ଉପରେ ଖସି ପଡ଼ିଥିଲା। ଏହା ପ୍ରଭାବରେ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ। ଏହାର ଭୟାବହତାକୁ ଦେଖି  ବିମାନରେ ଥିବା ଯାତ୍ରୀଙ୍କ ବଞ୍ଚିବା ଆଶା କ୍ଷୀଣ ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ଗତ ୨୪ ତାରିଖରେ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୧୯ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା ବିମାନ। ଟେକ୍‌ଅଫ୍‌ କରିବା ବେଳେ ରନ୍‌ୱେରୁ ଖସି ଯିବାରୁ ବିମାନରେ ନିଆଁ ଲାଗିଥିଲା। ଏହି ଦୁର୍ଘଟଣା ପରେ ୧୮ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।

USA Plane Crash