Advertisment

ପାକିସ୍ତାନ ପୁଲିସ ଓ ସେନା ମଧ୍ୟରେ ବିବାଦ, ୫ ଦିନ ହେବ ଆନ୍ଦୋଳନରେ ପୁଲିସକର୍ମୀ

ସେନା ଏବଂ ISI ବିରୁଦ୍ଧରେ ଅଭିଯୋଗ ଆଣି ପାକିସ୍ତାନର ଶହ ଶହ ପୁଲିସ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Pakistan Police

Pakistan Police

Advertisment

ପାକିସ୍ତାନରେ ପୁଲିସ ଏବଂ ସେନା ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ପରେ ଆନ୍ଦୋଳକୁ ଓହ୍ଲାଇଛନ୍ତି ଶହ ଶହ ପୁଲିସ କର୍ମୀ। ପୁଲିସଙ୍କ କାମରେ ସେନା ଏବଂ ଗୁପ୍ତଚର ଏଜେନ୍ସି ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ଆନ୍ଦୋଳନ କରିଛନ୍ତି ପୁଲିସ। ପୁଲିସଙ୍କ ଏହି ଆନ୍ଦୋଳନକୁ ପାଞ୍ଚ ଦିନ ବିତିଥିଲେ ମଧ୍ୟ କୌଣସି ସମାଧାନର ସୂତ୍ର ବାହାରି ପାରୁନାହିଁ। 

Advertisment

ସୂଚନା ଅନୁସାରେ, ସେପ୍ଟେମ୍ବର ୯ରେ ଶହ ଶହ ପୁଲିସ ପେଶୱାରକୁ କରାଚି ସହ ସଂଯୋଗ କରୁଥିବା ସିନ୍ଧୁ ରାଜପଥକୁ ଅବରୋଧ କରିଥିଲେ। ଖାଇବର ପାଖତୁନଖୱାର ଲାକ୍କୀ ମାରୱାତ ଜିଲ୍ଲାରେ ପୁଲିସ ଏହି ଆନ୍ଦୋଳନ କରିଥିଲେ। ସେନା ସେମାନଙ୍କ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ପାକିସ୍ତାନ ପୁଲିସ ଆନ୍ଦୋଳନକୁ ଓହ୍ଲାଇଛନ୍ତି। 

ବନ୍ନୁ, ଡେରା ଇସମାଇଲ ଖାନ ଏବଂ ଟ୍ୟାଙ୍କ ଜିଲ୍ଲାର ଅଧିକାରୀଙ୍କ ସମେତ ନିକଟ ଜିଲ୍ଲାର ପୁଲିସ କର୍ମଚାରୀମାନେ ମଧ୍ୟ ଏହି ପ୍ରତିବାଦରେ ଭାଗ ନେଇଥିଲେ। ଅନେକ ରାଜନୈତିକ ଦଳ ମଧ୍ୟ ପୁଲିସଙ୍କ ସମର୍ଥନରେ ବାହାରିଛନ୍ତି।

Advertisment

ଆନ୍ଦୋଳନକାରୀ ପୁଲିସ କର୍ମୀମାନେ ଅଭିଯୋଗ କରିଛନ୍ତି ଯେ, ISI ଏବଂ ସାମରିକ ଗୁପ୍ତଚର ସଂସ୍ଥା ଏହି ଅଞ୍ଚଳର ଅବସ୍ଥାକୁ ଆହୁରି ଖରାପ କରୁଛନ୍ତି। ତାଲିବାନର ଯୋଦ୍ଧାମାନେ ତାଙ୍କର ଅନେକ ସାଥୀଙ୍କୁ ଅପହରଣ କରି ହତ୍ୟା କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ବନ୍ନୁ, ଡେରା ଇସମାଇଲ ଖାନ ଏବଂ ଲାକ୍କୀ ମାରୱାତରେ ଅନେକ ପୁଲିସଙ୍କୁ ଅପହରଣ କରାଯାଇଥିଲା ଏବଂ ସେମାନଙ୍କ ପରିବାର ଓ ଘରକୁ ମଧ୍ୟ ଟାର୍ଗେଟ କରାଯାଇଛି। 

ଅନ୍ୟ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ପୁଲିସ ଆତଙ୍କବାଦୀଙ୍କୁ ଗିରଫ କରୁ ଥିବାବେଳେ ସେନା ସେମାନଙ୍କୁ ଛାଡ଼ିଦେବାକୁ କହୁଛି। ସେନା ଏହି ଅଞ୍ଚଳରୁ ଓହରିଯିବା ଉଚିତ ଏବଂ ପୁଲିସକୁ ସେମାନଙ୍କ କାର୍ଯ୍ୟ କରିବାକୁ ଦେଉ। ଯଦି ସେନା ଏଥିରେ ହସ୍ତକ୍ଷେପ କରିବା ବନ୍ଦ କରେ ତେବେ ସେମାନେ ଏହି ଅଞ୍ଚଳରେ ତିନି ମାସ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବେ ବୋଲି କହିଛନ୍ତି।

ପ୍ରକାଶ ଥାଉକି, ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଖାଇବର ପାଖତୁନଖୱା ଅଞ୍ଚଳରେ ସେନାର ଏକ ବଡ଼ ଉପସ୍ଥିତି ରହିଛି। ଏଠାରେ ସେନା ଏବଂ ତାଲିବାନ ସମେତ ଅନେକ ସଂଗଠନ ମଧ୍ୟରେ ବିବାଦ ଲାଗି ରହିଛି। 

ପୋଲିଓ ଡ୍ୟୁଟିରେ ଥିବାବେଳେ ନିକଟରେ ଜଣେ ପୋଲିସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିଲା। ଏହା ପରେ ପୁଲିସ ପୋଲିଓ ଡ୍ୟୁଟିରେ ଯିବାକୁ ମନା କରିଦେଇଛି। ନିକଟ ଅତୀତରେ, ଖାଇବର ପାଖତୁନଖୱାଠାରେ ଆତଙ୍କବାଦୀ ଆକ୍ରମଣରେ ବହୁ ପୁଲିସ କର୍ମଚାରୀ ନିହତ ହୋଇଥିଲେ। ଚଳିତ ବର୍ଷ ଏପର୍ଯ୍ୟନ୍ତ ଏହି ଅଞ୍ଚଳରେ ପ୍ରାୟ ୭୫ ଜଣ ପୁଲିସଙ୍କ ମୃତ୍ୟୁ ଘଟିଲାଣି।

Police-Army Conflict Pakistan News Pakistan Police Strike Protest In Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe