ବିଲ ଗେଟ୍ସ ଓ ଜେଫ୍ରୀ ଏପଷ୍ଟିନ
ଏପଷ୍ଟିନ ଫାଇଲ୍ସ ବିବାଦରେ ଫସିଥିବା ବିଲ ଗେଟ୍ସ(Bill Gates) ଏବେ ସରି କହିଛନ୍ତି। ଏପଷ୍ଟିନ ଫାଇଲ୍ସ ବିବାଦ ଯୋଗୁ ଭାରତରେ ଅନୁଷ୍ଠିତ ଏଆଇ ଇମ୍ପାକ୍ଟ ସମ୍ମିଳନୀରୁ ନିଜକୁ ଦୂରେଇ ରଖିଇଲେ ଗେଟ୍ସ। ଏବେ ସେ ସର୍ବସମ୍ମୁଖରେ ଗେଟ୍ସ ଫାଉଣ୍ଡେସନର କର୍ମଚାରୀ ଓ ଅନ୍ୟମାନଙ୍କୁ କ୍ଷମା ମାଗିଛନ୍ତି।
ଆମେରିକାର କୁଖ୍ୟାତ ଯୌନ ଅପରାଧୀ ଜେଫ୍ରୀ ଏପଷ୍ଟିନ ସହ ଏକଦା ସମ୍ପର୍କ ରଖିଥିବା ଯୋଗୁ ଗେଟ୍ସ ନିଜର ଦୋଷ ମାନିଛନ୍ତି। ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିସହ ରିଲିଜ ହୋଇଥିବା ଏପଷ୍ଟିନ ଫାଇଲ୍ସରେ ଗେଟ୍ସ ରୁଷୀୟ ମହିଳାଙ୍କ ସହ ରଖିଥିବା ସମ୍ପର୍କ ଦାବିକୁ ମଧ୍ୟ ସେ ପରୋକ୍ଷରେ ସ୍ୱୀକାର କରିଛନ୍ତି।
ଫାଉଣ୍ଡେସନର ଜଣେ ମୁଖପାତ୍ର ବିଲ ଗେଟ୍ସଙ୍କ ବିବୃତିକୁ ଶେୟାର କରିଛନ୍ତି। ଏଥିରେ ଗେଟ୍ସ ନିଜର କର୍ମର ସବୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ନିକଟରେ ଗୋଟିଏ ଟାଉନ ହଲ ମିଟିଂରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ତାଙ୍କୁ ଏପଷ୍ଟିନ ସହ ଥିବା ସମ୍ପର୍କ ବିଷୟରେ ପଚରା ଯାଇଥିଲା। ଏହି ସମୟରେ ସେ ନିଜର ପଛ କର୍ମ ପାଇଁ ସମସ୍ତଙ୍କୁ କ୍ଷମା ମାଗିଛନ୍ତି।
ଟାଉନ ହଲ କାର୍ଯ୍ୟକ୍ରମରେ ଦୁଇ ଜଣ ରୁଷୀୟ ମହିଳାଙ୍କ ସହ ତାଙ୍କର ରୋମାଣ୍ଟିନ ସମ୍ପର୍କ ରହିଥିବା କଥା ମଧ୍ୟ ଗେଟ୍ସ ସ୍ୱୀକାର କରିଛନ୍ତି। ଏକଥା ଏପଷ୍ଟିନ ଫାଇଲ୍ସରେ ମଧ୍ୟ ରହିଥିଲା। କିନ୍ତୁ ଗେଟ୍ସ ସ୍ପଷ୍ଟ କରିଛନ୍ତି ଯେ ସେ ଅନୈତିକ ସମ୍ପର୍କ ରଖିଥିବା ୨ ରୁଷୀୟ ମହିଳା ଏପଷ୍ଟିନଙ୍କ ପୀଡ଼ିତାଙ୍କ ମଧ୍ୟରେ ନଥିଲେ। ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ଗେଟ୍ସଙ୍କ ଏପରି ବୟାନ ଏପଷ୍ଟିନ ଫାଇଲ୍ସରେ ଥିବା ତାଙ୍କ ସମ୍ପର୍କିତ ତଥ୍ୟକୁ ଆହୁରି ବଳ ଦେଇଛି।
ଆମେରିକାର ନ୍ୟାୟ ବିଭାଗ ଏପଷ୍ଟିନ ସହ ଜଡ଼ିତ ଫାଇଲ୍ସ ସାର୍ବଜନୀନ କରିବା ପରେ ଗେଟ୍ସଙ୍କ କଳା ଚିଠାର ଗୁମର ଖୋଲିଥିଲା। ଗେଟ୍ସ ଓ ଏପଷ୍ଟିନ ଏକାଠି ଥିବା ଏକାଧିକ ଫଟୋ ସାମ୍ନାକୁ ଆସିଥିଲା। ସେହିପରି ଗେଟ୍ସ ମଧ୍ୟ ଏକାଧିକ ଯୁବତୀଙ୍କ ସହ ଫଟୋ ଉଠାଇବା ଦୃଶ୍ୟ ଭାଇରାଲ ହୋଇଥିଲା। ଏହାକୁ ନେଇ ଗେଟ୍ସ ବିବାଦରେ ଫସିଥିଲେ।
ଏବେ ଆଭ୍ୟନ୍ତରୀଣ ମିଟିଂରେ ଗେଟ୍ସ ନିଜର କର୍ମଚାରୀମାନଙ୍କୁ କହିଛନ୍ତି ଯେ “ଏପଷ୍ଟିନ ସହ ସମୟ ବିତାଇବା ଓ ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କୁ ସାମିଲ କରି ତା’ ସହ ବୈଠକ କରିବା ଗୋଟିଏ ବଡ଼ ଭୁଲ ଥିଲା। ସଂସ୍ଥା ଭିତରେ ଏହା ଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତଙ୍କୁ ମୁଁ କ୍ଷମା ମାଗୁଛି। ମୋ ଭୁଲ ପାଇଁ ଯେଉଁମାନେ ପୂରା ବିବାଦରେ ଫସି ହଇରାଣ ହୋଇଛନ୍ତି, ସେସମସ୍ତଙ୍କୁ ମୁଁ ସରି କହୁଛି।” ଏପଷ୍ଟିନ ସହ ଜଡ଼ିତ ସମସ୍ତ ପ୍ରକାରର ଅବୈଧ କାର୍ଯ୍ୟକଳାପ ଠାରୁ ଗେଟ୍ସ ନିଜକୁ ଦୂରେଇ ରଖିବା କଥା ମଧ୍ୟ ସମସ୍ତଙ୍କୁ ଜଣାଇଛନ୍ତି।
ସେ କହିଛନ୍ତି, “ମୁଁ କୌଣସି ଅନୈତିକ କାର୍ଯ୍ୟ କରିନାହିଁ। ମୁଁ କୌଣସି ଅନୈତିକ କାମ କରିଥିବା ଭାବୁନାହିଁ। ଏପଷ୍ଟିନର ପୀଡ଼ିତାଙ୍କ ସହ କେବେ ହେଲେ ସମୟ କାଟିନି। ଏପଷ୍ଟିନ ଆଖପାଖରେ ଥିବା ମହିଳାଙ୍କ ସହ ମୋର କୌଣସି ସମ୍ପର୍କ ନଥିଲା। ଏପଷ୍ଟିନ ସହ ହୋଇଥିବା ବୈଠକକୁ ନେଇ ଅନେକ ଆକଳନ କରାଯାଉଛି। କିନ୍ତୁ ସେଥିରେ କୌଣସି ସତ୍ୟତା ନାହିଁ।
୨ ଜଣ ରୁଷୀୟ ମହିଳାଙ୍କ ସହ ସମ୍ପର୍କ ଥିଲା। କିନ୍ତୁ ସେମାନେ ଏପଷ୍ଟିନ ଅପରାଧ ଦୁନିଆର ନୁହନ୍ତି। ଏପଷ୍ଟିନ ମାମଲା ପରେ ଯେଉଁ ଦୁଇ ମହିଳାଙ୍କ ସମ୍ପର୍କରେ ଜଣାପଡ଼ିଛି, ସେମାନଙ୍କର ଏପଷ୍ଟିନର ଅପରାଧିକ ଗତିବିଧି ସହ କୌଣସି ଲିଙ୍କ ନଥିଲା। ସେମାନେ ଆଦୌ ଏପଷ୍ଟିନର ପୀଡ଼ିତା ନୁହନ୍ତି।”
କିଛି ଦିନ ପୂର୍ବରୁ ଫାଉଣ୍ଡେସନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ସେମାନେ କେବେ ହେଲେ ଏପଷ୍ଟିନ ସହ କୌଣସି ଆର୍ଥିକ କାରବାର କରି ନଥିଲେ କିମ୍ବା ତା’କୁ ନିଜ ସଂସ୍ଥାରେ ଚାକିରି ଦେଇ ନଥିଲେ।
ଦିବଂଗତ ଯୌନ ଅପରାଧୀ ଜେଫ୍ରୀ ଏପଷ୍ଟିନ ଫାଇଲ୍ସରେ ସାଂଘାତିକ ତଥ୍ୟ ରହିଥିଲା। ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍ସ ରୁଷର ଜଣେ ଯୁବତୀଙ୍କ ସହ ସେକ୍ସ କରିବା ପରେ ସେକ୍ସୁଆଲ ସଂକ୍ରମଣ ରୋଗ ବା ଏସଟିଡି ସମ୍ମୁଖୀନ ହୋଇଥିଲେ। ଏଥିଯୋଗୁ ସେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ପତ୍ନୀ ମେଲିନ୍ଦା ଗେଟ୍ସଙ୍କୁ ଗୁପ୍ତ ଭାବେ ଏସଟିଡିର ଆଣ୍ଟିବାୟୋଟିକ ଦେଇଥିଲେ। ହେଲେ ଏ ସମ୍ପର୍କରେ ଗେଟ୍ସ ନିଜର କାର୍ଯ୍ୟକ୍ରମରେ କିଛି ବି କହି ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/25/gates-2026-02-25-17-15-13.jpg)