Advertisment

Epstein files: ଜେଫ୍ରୀ ଏପଷ୍ଟିନ ଫାଇଲ୍ସରେ ସାଂଘାତିକ ତଥ୍ୟ: ରୁଷ ଯୁବତୀଙ୍କ ସହ ସେକ୍ସ କରି STDରେ ପଡ଼ିଥିଲେ ବିଲ ଗେଟ୍ସ

ଏପଷ୍ଟିନ ଅଭିଯୋଗ କରିଛନ୍ତି ଯେ ଗେଟ୍ସ ଜଣେ ରୁଷ ଯୁବତୀଙ୍କ ସହ ଶୋଇଥିଲେ। ଏଥିଯୋଗୁ ସେ ଯୌନ ସଂକ୍ରମଣ ରୋଗରେ ପଡ଼ିଥିଲେ। ଏହାପରେ ସେ ମେଲିନ୍ଦା ଗେଟ୍ସଙ୍କ ପାଇଁ ଗୁପ୍ତ ଭାବେ ଆଣ୍ଟିବାୟୋଟିକ ମଧ୍ୟ ନେଇଥିଲେ।

Bill-Gates

ବିଲ ଗେଟ୍ସଙ୍କ ସହ ରୁଷୀୟ ଯୁବତୀ ଓ ଏପଷ୍ଟିନ

Advertisment

ଆମେରିକାର ଦିବଂଗତ ଯୌନ ଅପରାଧୀ ଜେଫ୍ରୀ ଏପଷ୍ଟିନ ଫାଇଲ୍ସରେ ସାଂଘାତିକ ତଥ୍ୟ। ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍ସ ରୁଷର ଜଣେ ଯୁବତୀଙ୍କ ସହ ସେକ୍ସ କରିବା ପରେ ସେକ୍ସୁଆଲ ସଂକ୍ରମଣ ରୋଗ ବା ଏସଟିଡି ସମ୍ମୁଖୀନ ହୋଇଥିଲେ। ଏଥିଯୋଗୁ ସେ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ପତ୍ନୀ ମେଲିନ୍ଦା ଗେଟ୍ସଙ୍କୁ ଗୁପ୍ତ ଭାବେ ଏସଟିଡିର ଆଣ୍ଟିବାୟୋଟିକ ଦେଇଥିଲେ। 

Advertisment

୨୦୧୩ରେ ଏପଷ୍ଟିନ ନିଜକୁ ନିଜେ ପଠାଇଥିବା ଗୋଟିଏ ଇ-ମେଲରେ ଏପରି ତଥ୍ୟ ରହିଛି। ଶୁକ୍ରବାର ଆମେରିକାର ନ୍ୟାୟ ବିଭାଗ ଏପଷ୍ଟିନଙ୍କ ସହ ଜଡ଼ିତ ଅନେକ ଫାଇଲ ସାର୍ବଜନୀନ କରିଛି। ଏହାପରେ ଏପରି ତଥ୍ୟ ସାମ୍ନାକୁ ଆସିଛି। ତେବେ ଏହି ଦାବିରେ କେତେ ସତ୍ୟତା ରହିଛି, ସେକଥା ଜଣାପଡ଼ିନି।

ତଥ୍ୟ ସାମ୍ନାକୁ ଆସିବା ପରେ ଗେଟ୍ସ ପକ୍ଷରୁ ଗୋଟିଏ ବିରଳ ଓ ବାଧ୍ୟତାମୂଳକ ବିବୃତି ଜାରି କରି ଏହାକୁ ଖଣ୍ଡନ କରାଯାଇଛି। ଗେଟ୍ସ ଫାଉଣ୍ଡେସନର ମୁଖପାତ୍ର କହିଛନ୍ତି “ଏହି ସବୁ ଦାବି ସଂପୂର୍ଣ୍ଣ ଭାବେ ଅମୂଳକ ଓ ମିଛ। ଗେଟ୍ସ(Bill Gates) ଙ୍କ ସହ ଏପଷ୍ଟିନ ସିଧା ସମ୍ପର୍କ ରଖିବାରେ ବିଫଳ ହେବାରୁ ନିରାଶ ହୋଇଥିଲା। ଏଥିପାଇଁ ତାଙ୍କୁ ବଦନାମ କରିବା ଓ ଫସାଇବା ପାଇଁ ସେ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ଥିଲା ବୋଲି ଏହି ସବୁ ଦସ୍ତାବିଜ ଜଣାପୁଡ଼ିଛି।”

Advertisment

ନ୍ୟାୟ ବିଭାଗର କହିବା କଥା ଯେ ସେମାନେ ଏପଷ୍ଟିନ ସହ ଜଡ଼ିତ ପ୍ରାୟ ୩ ନିୟୁତରୁ ଅଧିକ ପୃଷ୍ଠାର ତଦନ୍ତକାରୀ ତଥ୍ୟ ସାର୍ବଜନୀନ କରିଛନ୍ତି। ଏହା ମଧ୍ୟରେ ୨ ହଜାରରୁ ଅଧିକ ଭିଡିଓ ଓ ୧୮୦,୦୦୦ ଫଟୋ ରହିଛି। ଭଲ ଭାବେ ଯାଞ୍ଚ କରାଯିବା ପରେ ତଥ୍ୟକୁ ସାର୍ବଜନୀନ କରାଯାଇଥିବା ଡେପୁଟି ଆଟର୍ଣ୍ଣି ଜେନେରାଲ ଟୋଡ ବ୍ଲାଞ୍ଚେ ସୂଚନା ଦେଇଛନ୍ତି। 

ବିବାଦର କେନ୍ଦ୍ରରେ ଥିବା ଇ-ମେଲଟି ୨୦୧୩ ଜୁଲାଇ ୧୮ ତାରିଖର। ଏହାକୁ ଏପଷ୍ଟିନ ନିଜେ ଲେଖିଥିଲେ। ଗେଟ୍ସଙ୍କ ତତ୍କାଳୀନ ପରାମର୍ଶଦାତା ବୋରିସ ନିକୋଲିକଙ୍କ ସ୍ୱର ମଧ୍ୟ କିଛି ମାତ୍ରାରେ ଏଥିରେ ରହିଛି। ଇ-ମେଲରେ ଏପଷ୍ଟିନ ଅଭିଯୋଗ କରିଛନ୍ତି ଯେ ଗେଟ୍ସ ଜଣେ ରୁଷ ଯୁବତୀଙ୍କ ସହ ଶୋଇଥିଲେ।

ଏଥିଯୋଗୁ ସେ ଯୌନ ସଂକ୍ରମଣ ରୋଗରେ ପଡ଼ିଥିଲେ। ଏହାପରେ ସେ ମେଲିନ୍ଦା ଗେଟ୍ସଙ୍କ ପାଇଁ ଗୁପ୍ତ ଭାବେ ଆଣ୍ଟିବାୟୋଟିକ ମଧ୍ୟ ନେଇଥିଲେ। ଏପରି କି ଘଟଣା ସହ ଜଡ଼ିତ ଇ-ମେଲକୁ ଡିଲିଟ କରିବାକୁ ମଧ୍ୟ ଗେଟ୍ସ ତାଙ୍କୁ ଅନୁରୋଧ କରିଥିଲେ ବୋଲି ଏପଷ୍ଟିନ ଦାବି କରିଛନ୍ତି। 

ସମାନ ସେଟର ଡ୍ରାଫ୍ଟ ଇମେଲରେ ସମ୍ପର୍କଚ୍ଛିନ୍ନ କରିଥିବା ଗେଟ୍ସଙ୍କୁ ସେ ତୀବ୍ର ସମାଲୋଚନା କରିଛନ୍ତି। ୬ ବର୍ଷର ସମ୍ପର୍କ ପରେ ଗେଟ୍ସ ତାଙ୍କ ସହ ସମ୍ପର୍କଚ୍ଛିନ୍ନ କରିଥିବାରୁ ସେ ବହୁତ ନିରାଶ ହୋଇଥିଲେ। ଏପଷ୍ଟିନ ଆହୁରି ଅଭିଯୋଗ କରିଛନ୍ତି ଯେ ତାଙ୍କୁ ନୈତିକ ଭାବେ ଭୁଲ କାର୍ଯ୍ୟରେ ସାମିଲ ହେବାକୁ କୁହାଯାଇଥିଲା। ତାଙ୍କୁ ଖରାପ କାମରେ ସାଥ ଦେବାକୁ ଗେଟ୍ସ କହିଥିଲେ ବୋଲି ଏପଷ୍ଟିନ ଇ-ମେଲରେ ଉଲ୍ଲେଖ କରିଛନ୍ତି। 

ଏହି ଦସ୍ତାବିଜରେ ପୂର୍ବରୁ ସାର୍ବଜନୀନ ହୋଇ ନଥିବା କିଛି ଫଟୋ ମଧ୍ୟ ରହିଛି। ଏଥିରେ ଏପଷ୍ଟିନ ଓ ବିଲ ଗେଟ୍ସଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି। ତେବେ ଏପଷ୍ଟିନଙ୍କ ସହ ଫଟୋ ଉଠାଇଥିବା ବ୍ୟକ୍ତି ଯେ ଅପରାଧୀ ଓ ସେ ଭୁଲ କାମରେ ସାମିଲ ରହିଥିଲେ ବୋଲି ଭାବିବା ଭୁଲ ବୋଲି ପୂର୍ବରୁ ହିଁ ନ୍ୟାୟ ବିଭାଗ ସ୍ପଷ୍ଟ କରି ସାରିଛି।

୨୦୧୯ରେ ନ୍ୟୁୟର୍କ ଜେଲରେ ଆତ୍ମହତ୍ୟା କରିଥିବା ଯୌନ ଅପରାଧୀ ଏପଷ୍ଟିନ ସହ ଏକଦା ଗେଟ୍ସ ଯୋଡ଼ି ହୋଇଥିବାରୁ ଏଥିପାଇଁ ପୂର୍ବରୁ ହିଁ ସେ ଅନୁତାପ କରି ସାରିଛନ୍ତି। କିନ୍ତୁ ଏପଷ୍ଟିନଙ୍କ ସହ ଥିବା ବେଳେ ଗେଟ୍ସ କୌଣସି ଅନୈତିକ କାମ କରି ନଥିଲେ କିମ୍ବା ତାଙ୍କ ସହ ଗେଟ୍ସ ଫାଉଣ୍ଡେସନ କୌଣସି ବ୍ୟବସାୟିକ ସମ୍ପର୍କ ରଖି ନଥିବା ବିଲ ଗେଟ୍ସ ସଫେଇ ଦେଇଥିଲେ। ଏବେ କିନ୍ତୁ ନୂଆ ତଥ୍ୟ ବିଲ ଗେଟ୍ସଙ୍କୁ ବିବାଦକୁ ଟାଣିଛି। 

Bill Gates
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe