Advertisment

ପୁଣି ପ୍ରେମରେ ପଡ଼ିଲେ ବିଲ ଗେଟ୍‌ସ, ଜାଣନ୍ତୁ କାହାକୁ କରୁଛନ୍ତି ଡେଟ୍‌

ଉଭୟ ଏକ ବର୍ଷ ଧରି ପରସ୍ପରକୁ ଡେଟ କରୁଥିବା ସୂଚନା ମିଳିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Paula hurd and Bill gates

Paula hurd and Bill gates

ପୁଣି ପ୍ରେମରେ ପଡ଼ିଲେ ମାଇକ୍ରୋସଫ୍ଟର ପ୍ରତିଷ୍ଟାତା ବିଲ୍‌ ଗେଟ୍‌ସ। ନୂଆ ଗାର୍ଲଫ୍ରେଣ୍ଡଙ୍କ ସହ ସେ ନଜର ଆସିଛନ୍ତି। ସେ ଜଣେ ୬୦ ବର୍ଷୀୟ ମହିଳାଙ୍କୁ କରୁଛନ୍ତି ଡେଟ୍‌, ଯାହାର ଫଟୋ ଏବେ ସାମ୍ନାକୁ ଆସିଛି।

Advertisment

ରିପୋର୍ଟ ମୁତାବକ, ସଫ୍ଟଓ୍ୱେଆର କମ୍ପାନୀ ଓରାକଲର ଦିବଙ୍ଗତ ସିଇଓ ମାର୍କ ହର୍ଡଙ୍କ ପତ୍ନୀ ପାଲା ହର୍ଡଙ୍କୁ ଡେଟ୍‌ କରୁଛନ୍ତି ବିଲ୍‌ ଗେଟ୍‌ସ। ଉଭୟ ଏକ ବର୍ଷ ଧରି ପରସ୍ପରକୁ ଡେଟ କରୁଥିବା ସୂଚନା ମିଳିଛି। ବିଲ ଗେଟସଙ୍କ ବୟସ ୬୭ ବର୍ଷ ହୋଇଥିବାବେଳେ ପାଲାଙ୍କୁ ୬୦ ବର୍ଷ। ପାଲାଙ୍କ ପୂର୍ବତନ ସ୍ୱାମୀ ତଥା ଓରାକଲ କମ୍ପାନୀର ପୂର୍ବତନ ସିଇଓ ମାର୍କ ହେଡଙ୍କ ୨୦୧୯ ରେ ଦେହାନ୍ତ ହୋଇଥିଲା।

ଗତ ମାସରେ ଅଷ୍ଟ୍ରେଲିୟାନ୍‌ ଓପନ ବେଳେ ବିଲ ଗେଟ୍ସ ଏବଂ ପାଲାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହାପୂର୍ବରୁ, ମାର୍ଚ୍ଚ ୨୦୨୨ ରେ ଇଣ୍ଡିଆନ ୱେଲ୍ସ ଟେନିସ ଟୁର୍ନାମେଣ୍ଟର ଡବ୍ଲୁଟିଏ ସେମିଫାଇନାଲ ମ୍ୟାଚରେ ଉଭୟ ଏକାଠି ବସିଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଉଭୟ ନିଜ ସମ୍ପର୍କକୁ ସର୍ବସାଧାରଣଙ୍କ ଦୃଷ୍ଟିରୁ ଦୂରେଇ ରଖିଛନ୍ତି।

Advertisment

ପାଲା ଜଣେ ଇଭେଣ୍ଟ ପ୍ଲାନର୍‌ ରୂପେ କାମ କରନ୍ତି। ପୂର୍ବରୁ ସେ ଜଣେ ଟେକ୍ ଏଗ୍‌ଜିକ୍ୟୁଟିଭ ଭାବରେ ମଧ୍ୟ କାମ କରୁଥିଲେ। ଜଣେ ନିକଟ ବନ୍ଧୁଙ୍କ ସୂଚନା ମୁତାବକ, ମାର୍କ ହାର୍ଡଙ୍କ ମୃତ୍ୟୁ ପୂର୍ବରୁ ପାଲା ଓ ବିଲ ଗେଟ୍‌ସଙ୍କ ପ୍ରଥମଥର ପାଇଁ ଟେନିସ୍‌ କୋର୍ଟ ସାକ୍ଷାତ ହୋଇଥିଲା। ଉଭୟ ଟେନିସ୍‌ ପ୍ରେମୀ। ମିଡିଆ ରିପୋର୍ଟ ଅନୁଯାୟୀ, ଗତ ମାସରେ ପାଲା ବିଲ ଗେଟ୍ସଙ୍କ ସହିତ ସିଡନୀକୁ ଯାଇଥିଲେ, ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଙ୍କୁ ଭେଟିଥିଲେ।

ବିଲ ଗେଟ୍ସଙ୍କ ବିଷୟରେ ଏହି ଖବର ତାଙ୍କ ପୂର୍ବତନ ପତ୍ନୀ ମିଲିଣ୍ଡା ଗେଷ୍ଟଙ୍କ ଛାଡପତ୍ରର ଦୁଇ ବର୍ଷ ପରେ ଆସିଛି। ବିବାହର ୨୭ ବର୍ଷ ପରେ ବିଲ ଗେଟ୍ସ ଏବଂ ମିଲିଣ୍ଡା ମେ' ୨୦୨୧ ରେ ଅଲଗା ହେବା ନେଇ ଘୋଷଣା କରିଥିଲେ। ସେହି ବର୍ଷ ଅଗଷ୍ଟରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା।

Microsoft Bill Gates