Advertisment

ସପ୍ତାହକୁ ୩ ଦିନ କାମ, ବିଲ୍‌ ଗେଟ୍ସ ଦେଲେ AI ଉପାୟ

ଏବେ ଲୋକମାନେ ପ୍ରତିଦିନ ମେସିନ ଭଳି କଠିନ ପରିଶ୍ରମ କରୁଛନ୍ତି। ସେମାନଙ୍କୁ ଅନେକ ଟ୍ୟାକ୍ସ ଦିଆଯାଉଛି। ହେଲେ ଏଥିରୁ ମୁକ୍ତି ପାଇବାର ଉପାୟ ବିଲ ଗେଟ୍ସ ଦେଇଛନ୍ତି।

Bill gates

Bill gates

Advertisment

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AIର ବହୁଳ ବ୍ୟବହାର ନୂଆ ବିପଦ ସୃଷ୍ଟି କରିଥିବା ବେଳେ ଶିଳ୍ପପତି ବିଲ ଗେଟ୍ସ ଆଜି ବଡ଼ କଥା କହିଛନ୍ତି। କମେଡିଆନ ତେରଭୋର ନୋହଙ୍କ What Now କାର୍ଯ୍ୟକ୍ରମରେ ଯୋଗ ଦେଇ ବିଲ ଗେଟ୍ସ ଏମିତି ଏକ ଉପାୟ କହିଛନ୍ତି ଯାହା ଦ୍ୱାରା ଆଉ ଲୋକମାନଙ୍କୁ ଅଧିକ ଓ କଠିନ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ସେମାନଙ୍କୁ ସପ୍ତାହକୁ ମାତ୍ର ୩ ଦିନ କାମ କରିବାକୁ ମଧ୍ୟ ପଡ଼ିବ ବୋଲି ସେ ମତ ରଖିଛନ୍ତି। 

Advertisment

ଏବେ ଲୋକମାନେ ପ୍ରତିଦିନ ମେସିନ ଭଳି କଠିନ ପରିଶ୍ରମ କରୁଛନ୍ତି। ସେମାନଙ୍କୁ ଅନେକ ଟ୍ୟାକ୍ସ ଦିଆଯାଉଛି। ହେଲେ ଏଥିରୁ ମୁକ୍ତି ପାଇବାର ଉପାୟ ବିଲ ଗେଟ୍ସ ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ଜୀବନର ଦୁଇ ଦଶନ୍ଧିରୁ ଅଧିକ ସମୟ ଅର୍ଥାତ ୧୮ରୁ ୪୦ ବର୍ଷ ଯାଏ ସେ ନିଜ କମ୍ପାନୀକୁ ତିଆରି କରିବାରେ ଲାଗିଥିଲେ। ଏବେ ସେ ୬୮ ବର୍ଷ ବୟସରେ ପହଞ୍ଚିବା ପରେ ଜୀବନର ଅର୍ଥ କେବଳ ଚାକିରି କରିବା ବା କାମ କରିବା ନୁହେଁ ବୋଲି ବୁଝିବାକୁ ସକ୍ଷମ ହୋଇଛନ୍ତି।

ବିଲ ଗେଟ୍ସ କହିଛନ୍ତି, “ଯଦି ଆପଣ ଏମିତି ଏକ ସମାଜ ପାଉଛନ୍ତି ଯେଉଁଠାରେ ସପ୍ତାହକୁ ୩ ଦିନ ବା କମ କାମ କରିବାକୁ ପଡ଼ୁଛି, ତା’ହେଲେ ସମ୍ଭବତଃ ଏହା ଭଲ। ମେସିନ ଆବଶ୍ୟକ କାମ କରିଦେବ। ତେଣୁ ଆପଣଙ୍କୁ ଆଉ ଅଧିକ ଓ କଠିନ ପରିଶ୍ରମ କରିବାକୁ ପଡ଼ିବ ନାହିଁ। ଏଆଇ ଦ୍ୱାରା ସପ୍ତାହକୁ ମାତ୍ର ୩ ଦିନ କାମ କରିବା ଉପାୟ ସମ୍ଭବ। ”

Advertisment

ଏହାର ଅର୍ଥ ଗେଟ୍ସ ସପ୍ତାହକୁ ଜଣେ ବ୍ୟକ୍ତି ୩ ଦିନ କାମ କରିବ ଓ ବାକି କାମ ମେସିନ କରିବ। ମେସିନ ସମସ୍ତ ଆବଶ୍ୟକତା ପୂରଣ କରିବ ବୋଲି କହିବାକୁ ଚେଷ୍ଟା କରିଛନ୍ତି ଗେଟ୍ସ। ସେ ପରୋକ୍ଷରେ AIର ବହୁଳ ବ୍ୟବହାର ସପକ୍ଷରେ ମତ ରଖିଛନ୍ତି। କିଛି ଶିଳ୍ପପତି ଯୁବପିଢ଼ିକୁ ସପ୍ତାହକୁ ୭୦ ଘଣ୍ଟା କାମ କରିବା ଦରକାର ବୋଲି କହୁଥିବା ବେଳେ ଗେଟ୍ସ ମାତ୍ର ୩ ଦିନ କାମ କରିବା ସପକ୍ଷରେ ରହିଛନ୍ତି।

ଏହାପୂର୍ବରୁ ବିଲ ଗେଟ୍ସ ବିଭିନ୍ନ ସାକ୍ଷାତକାର ଓ ବ୍ଲଗ ପୋଷ୍ଟ କରି AIର ଫାଇନା ଓ ରିସ୍କ ସମ୍ପର୍କରେ ମତ ରଖିଥିଲେ। ଜୁଲାଇ ମାସରେ ସେ ଗୋଟିଏ ପୋଷ୍ଟ କରି କହିଥିଲେ ଯେ AIର ରିସ୍କ ବାସ୍ତବ। କିନ୍ତୁ ଏହାକୁ ମ୍ୟାନେଜ କରିହେବ। AI ଦ୍ୱାରା ମିଛ ତଥ୍ୟର ପ୍ରଚାର, ଡିପଫେକ, ସୁରକ୍ଷା ପ୍ରତି ବିପଦ, ଚାକିରି କ୍ଷେତ୍ରରେ ନକାରାତ୍ମକ ପ୍ରଭାବ ଓ ଶିକ୍ଷା ଉପରେ ପ୍ରଭାବ ପକାଇବାର ରିସ୍କ ରହିଛି। 

ସେ ଲେଖିଥିଲେ, ପ୍ରଥମଥର ପାଇଁ କୌଣସି ନୂଆ ଟେକ୍ନୋଲୋଜି ଶ୍ରମ ମାର୍କେଟ ଉପରେ ପ୍ରଭାବ ପକାଉ ନାହିଁ। ଶିଳ୍ପ ବିପ୍ଲବ ଯେଉଁଭଳି ନାଟକୀୟ ପ୍ରଭାବ ପକାଇଥିଲା ସେଭଳି ପରିସ୍ଥିତି AI ଦ୍ୱାରା ହେବ ବୋଲି ମୁଁ ଭାବୁନାହିଁ।

କିନ୍ତୁ ଫଟୋଚିତ୍ର ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ଭବିଷ୍ୟତରେ AI ଅତ୍ୟଧିକ ବିପଦ ସୃଷ୍ଟି କରିବ ବୋଲି ଯେଉଁଭଳି ଲୋକମାନେ ଭାବୁଛନ୍ତି, ସେମିତି କିଛି ହେବନି। ରିସ୍କ ରହିବ। କିନ୍ତୁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସେ କହିଥିଲେ।

Bill Gates Artificial Intelligence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe