Advertisment

500% Tariff: ଭାରତର ଚିନ୍ତା ବଢ଼ାଇଲା ଆମେରିକା: ୫୦୦% ଟାରିଫ ବିଲକୁ ଟ୍ରମ୍ପଙ୍କ ସବୁଜ ସଙ୍କେତ

ଯଦି ବିଲ ପାରିତ ହେବ, ତା’ହେଲେ ରୁଷ ଠାରୁ ତେଲ କିମ୍ବା ୟୁରାନିୟମ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ୫୦୦% ଯାଏ ଟାରିଫ ଲଗାଇବାର ଅନୁମତି ପାଇବେ।

Trump

ଡୋନାଲ୍ଡ ଟ୍ରମ୍ପ

Advertisment

ରୁଷୀୟ କଟକଣା ବିଲ ଉପରେ ମୋହର ମାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ବିଲ ଜରିଆରେ ରୁଷ ସହ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଜୋରିମାନା ଲଗାଇବାକୁ ନିଷ୍ପତ୍ତି ନେଇଛି ଆମେରିକା। ଭାରତ, ଚାଇନା ଓ ବ୍ରାଜିଲ ଭଳି ଦେଶ ରୁଷ ଠାରୁ ଶସ୍ତାରେ ତେଲ କିଣୁଥିବାରୁ ସେମାନଙ୍କ ଉପରେ ଜୋରିମାନା ବା ଟାରିଫ ଲଗାଇବାକୁ ଏପରି ବିଲ୍‌ ଆସିଥିବା ରିପବ୍ଲିକାନ ସାଂସଦ ଲିଣ୍ଡେସୀ ଗ୍ରାହାମ ସୂଚନା ଦେଇଛନ୍ତି। 

Advertisment

ବିଲକୁ ଟ୍ରମ୍ପ ସବୁଜ ସଙ୍କେତ ଦେଇଥିଲେ ହେଁ ଏଯାଏ ଆମେରିକା ସଂସଦରେ ଏହା ପାରିତ ହୋଇନାହିଁ। ଯଦି ବିଲ ପାରିତ ହେବ, ତା’ହେଲେ ରୁଷ ଠାରୁ ତେଲ କିମ୍ବା ୟୁରାନିୟମ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ୫୦୦% ଯାଏ ଟାରିଫ( Illegal Tariff ) ଲଗାଇବାର ଅନୁମତି ପାଇବେ। ବିଭିନ୍ନ ଦେଶ ରୁଷ ଠାରୁ ତେଲ ଓ ୟୁରାନିୟମ କିଣି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ମେସିନକୁ ବଳ ଦେଉଛନ୍ତି।

ଏହି ବଳ ଯୋଗୁ ରୁଷ ସେନା ୟୁକ୍ରେନରେ ଆକ୍ରମଣ କରି ଚାଲିଛି। ଆର୍ଥିକ ସ୍ତରରେ ରୁଷକୁ ଦୁର୍ବଳ କରି ବୁଝାମଣା ଟେବୁଲକୁ ଆଣିବା ପାଇଁ ଆମେରିକା ପ୍ରଶାସନ ଏପରି ପଦକ୍ଷେପ ନେଇଥିବା ଟ୍ରମ୍ପଙ୍କ ଟିମ ପକ୍ଷରୁ କୁହାଯାଇଛି। 

Advertisment

ଗ୍ରାହାମ କହିଛନ୍ତି ଯେ ସେ ବୁଧବାର ଟ୍ରମ୍ପଙ୍କୁ ହ୍ୱାଇଟହାଉସରେ ଭେଟିଥିଲେ। ମାସାଧିକ କାଳ ଟାରିଫ କଟକଣା ଲାଗୁ କରିବା ପାଇଁ ଯେଉଁ  ବିଲ ଉପରେ କାମ କରାଯାଉଥିଲା, ତା’କୁ ଟ୍ରମ୍ପ ସବୁଜ ସଙ୍କେତ ଦେଇଛନ୍ତି। ଆଗକୁ ଏହାକୁ ସଂସଦରେ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି। ଏହି ଖବରକୁ ହ୍ୱାଇଟ ହାଉସ ପକ୍ଷରୁ ନିଶ୍ଚିତ କରାଯାଇଛି। 

ଗ୍ରାହାମଙ୍କ କହିବା କଥା ଯେ ୟୁକ୍ରେନ ଶାନ୍ତି ପାଇଁ ପ୍ରସ୍ତାବ ଦେଉଥିବା ବେଳେ ପୁଟିନ ସବୁ କିଛି ଭୁଲି ନିରୀହ ଲୋକଙ୍କୁ ହତ୍ୟା କରି ଚାଲିଛନ୍ତି। ତେଣୁ ବିଲ ଆସିବାର ଏହା ଉପଯୁକ୍ତ ସମୟ। ବିଲ ଜରିଆରେ ରୁଷ ସହ ବ୍ୟବସାୟ କରୁଥିବା ସମସ୍ତ ଦେଶ ଗୁଡ଼ିକ ଉପରେ ଆମେରିକା ୫୦୦% ଯାଏ ଟାରିଫ ଲଗାଇବାର ଅନୁମତି ପାଇବ। 

Illegal Tariff
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe