Advertisment

୬ଷ୍ଠ ବିବାହର ୨ ମାସ ପରେ ଚାଲିଗଲେ ଏହି ଶିଳ୍ପପତି

ରିଚାର୍ଡ ଦୀର୍ଘଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲା। ନିକଟରେ ତାଙ୍କର ଗୋଟିଏ ଅପରେସନ ମଧ୍ୟ ହୋଇଥିଲା।

author-image
Hemant Lenka
Richard Lugner

Richard Lugner

ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ବ୍ୟବସାୟୀ ତଥା ଶିଳ୍ପପତି ରିଚାର୍ଡ ଲଙ୍ଗର ଆଉ ନାହାନ୍ତି। କିମ କାରଦଶିଆନ ଓ ପାମେଲା ଆଣ୍ଡରସନଙ୍କ ଭଳି ସେଲେବ୍ରିଟିଙ୍କୁ ଭିଏନା ଅପେରେ ବଲକୁ ଆଣି ପାରିଥିବା ରିଚାର୍ଡ ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି। ସୋମବାର ଭିଏନା ସ୍ଥିତ ନିଜସ୍ୱ ଭିଲ୍ଲାରେ ତାଙ୍କର ଦେହାନ୍ତ ହୋଇଛି। ମାତ୍ର ୨ ମାସ ତଳେ ରିଜାର୍ଡ ୬ଷ୍ଠ ବିବାହ କରିଥିଲେ। ସିମୋନ ରେଇଲାଣ୍ଡରଙ୍କୁ ସେ ୬ଷ୍ଠ ପତ୍ନୀ ଭାବେ ଗ୍ରହଣ କରିଥିଲେ। କିନ୍ତୁ ସୋମବାର ରିଚାର୍ଡଙ୍କ ଦେହାନ୍ତ ହୋଇଛି।

Advertisment

ଏଏଫପିର ରିପୋର୍ଟ ଅନୁସାରେ ରିଚାର୍ଡ ଦୀର୍ଘଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲା। ନିକଟରେ ତାଙ୍କର ଗୋଟିଏ ଅପରେସନ ମଧ୍ୟ ହୋଇଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା ସତ୍ତ୍ୱେ ସେ ଏକାଧିକ ପ୍ରସିଦ୍ଧ ଭିଏନା ଅପେରା ବଲର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ।

ନିର୍ମାଣ ଓ ରିୟଲ ଇଷ୍ଟେଟରେ ଦ୍ୱାରା ନିଜ ଭାଗ୍ୟକୁ ଚମକାଇଥିବା ରିଚାର୍ଡ ନିଜର ଆଭିଜାତ୍ୟ ସମ୍ପନ୍ନ ଜୀବନଶୈଳୀ ପାଇଁ ବେଶ ପରିଚିତ ଥିଲେ। ଜନ କୋଲ୍ଲିନ୍ସ, ଜାନେ ଫଣ୍ଡାର, ପାମେଲା ଆଣ୍ଡରସନ, କିମ କାରକାରଦଶିଆନ ଓ ପାରିସ ହିଲ୍ଟନଙ୍କ ଭଳି ସେଲେବ୍ରିଟିଙ୍କ ସହ ତାଙ୍କର ବସାଉଠା ରହିଥିଲା।

Advertisment

୧୯୯୦ ମସିହାରେ ସେ ଭିଏନାରେ ଥିବା ପ୍ରସିଦ୍ଧ ଲଙ୍ଗର ସିଟି ଶପିଂ ସେଣ୍ଟର ନିର୍ମାଣ କରିଥିଲା। ରିଚାର୍ଡ ଦୁଇ ଥର ସ୍ୱାଧୀନ ପ୍ରାର୍ଥୀ ଭାବେ ୧୯୯୮ ଓ ୨୦୧୬ରେ ଅଷ୍ଟ୍ରେଲିଆର ରାଷ୍ଟ୍ରପତି ନିର୍ବାଚନ ଲଢ଼ିଥିଲେ। ୨ ମାସ ତଳେ ସେ ୪୨ ବର୍ଷୀୟ ସିମୋନଙ୍କୁ ସେ ବିବାହ କରିଥିଲେ। ଜୁନ ୧ରେ ଭିଏନା ସିଟ ହଲରେ ଉଭୟଙ୍କ ବିବାହ ହୋଇଥିଲା। ଉକ୍ତ ବାହାଘରରେ ରିଚାର୍ଡ ଘୋଷଣା କରିଥିଲେ ଯେ ଏହା ତାଙ୍କର ଶେଷ ବିବାହ।

ଏହାପୂର୍ବରୁ ସେ କ୍ରିଷ୍ଟିନେ ଜେମିନେର(୧୯୬୧-୧୯୭୮), କୋରନେଲିଆ(୧୯୭୯-୧୯୮୪), ସୁସାନେ (୧୯୮୪-୧୯୮୯), କ୍ରିଷ୍ଟିନା ଲଙ୍ଗର(୧୯୯୦-୨୦୦୭) ଓ ଅଭିନେତ୍ରୀ କ୍ୟାଥୀ ସ୍ମିମଜି(୨୦୧୪-୨୦୧୬)ଙ୍କୁ ବିବାହ କରିଥିଲେ। ତାଙ୍କର ୪ଟି ସନ୍ତାନ ମଧ୍ୟ ରହିଛନ୍ତି।

Australia Richard Lugner