Advertisment

Bangladesh Election: ବାଂଲାଦେଶ ନିର୍ବାଚନରେ ଛାପ ଛାଡ଼ିଲା ବିଜେପି, ଜିତିଲା ଗୋଟିଏ ଆସନ

ବିଏନପି ଏକାକୀ ୨୦୯ଟି ଆସନରେ ବାଜିମାତ କରିଛି। ବିଏନପି ସରକାର ଗଠନ କରିବାକୁ ଯାଉଥିବା ବେଳେ ବିଜେପି ମଧ୍ୟ ଏଥିରେ ଭାଗିଦାରୀ କରିବ। ବାଂଲାଦେଶ ସରକାର ଗଠନରେ ବିଜେପି ମଧ୍ୟ ସାମିଲ ହେବ।

author-image
Hemant Lenka
Bjp

ଭୋଟ ଦେବାକୁ ଲୋକଙ୍କ ଲମ୍ବା ଲାଇନ

ଜାନୁଆରୀ ୧୨ରେ ଶେଷ ହୋଇଛି ବାଂଲାଦେଶର ୧୩ତମ ସାଧାରଣ ନିର୍ବାଚନ। ଭୋଟିଂ ଶେଷ ହେବା ପରେ ଗଣତି ଆରମ୍ଭ ହୋଇଥିଲା ଓ ୧୩ ତାରିଖ ସୁଦ୍ଧା ଏହା ଶେଷ ହୋଇଛି। ଦୀର୍ଘ ୨୦ ବର୍ଷ ପରେ ବିଏନପି ବାଂଲାଦେଶରେ ସରକାର ଗଠନ କରିବାକୁ ଯାଉଥିବା ଜନାଦେଶରୁ ସ୍ପଷ୍ଟ ହୋଇଛି। 

Advertisment

ହେଲେ ବାଂଲାଦେଶର ୧୩ତମ ସାଧାରଣ ନିର୍ବାଚନ(Bangladesh Election)ରେ ନିଜର ଛାଡ଼ ଛାଡ଼ିଛି ବିଜେପି। ଏହା ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଭାରତର କ୍ଷମତାସୀନ ବିଜେପି ସହ ଏହାର କୌଣସି ସମ୍ପର୍କ ନାହିଁ। କେବଳ ସଂକ୍ଷିକ୍ତ ନାମ ଭାରତୀୟଙ୍କୁ ଏକାଭଳି ଲାଗୁଛି। ଏହା ଛଡ଼ା ଭାରତ ସହ ଏହି ସଂକ୍ଷିପ୍ତ ଶବ୍ଦର କୌଣସି ଲିଙ୍କ ନାହିଁ।

ବାସ୍ତବରେ ବାଂଲାଦେଶ ଜାତୀୟ ପାର୍ଟି(ବିଜେପି) ଦେଶର ୧୩ତମ ନିର୍ବାଚନରେ ନିଜର ଛାପ ଛାଡ଼ିଛି। ଦଳ ଗୋଟିଏ ଆସନ ଜିତିବାକୁ ସକ୍ଷମ ହୋଇଛି। ଭୋଲା-୧ ନିର୍ବାଚନ ମଣ୍ଡଳୀରୁ ବିଜେପିର ଆନ୍ଦଲିଭେ ରହମାନ ପାର୍ଥୋ ବିଜୟୀ ହୋଇ ଦଳ ପାଇଁ ଇତିହାସ ସୃଷ୍ଟି କରିଛନ୍ତି। 

Advertisment

ବାଂଲାଦେଶ ନିର୍ବାଚନ କମିଶନ ୨୯୭ଟି ଆସନର ରେଜଲ୍ଟକୁ ଘୋଷଣା କରିଛନ୍ତି। ଏହା ମଧ୍ୟରୁ ବିଏନପି ମେଣ୍ଟ ୨୧୨ଟି ଆସନ ଜିତିଥିବା ବେଳେ ଜମାତ ମେଣ୍ଟ ୭୭ଟି ଆସନ ଜିତିଛି। କେବଳ ବିଏନପି ଏକାକୀ ୨୦୯ଟି ଆସନରେ ବାଜିମାତ କରିଛି। 

ବିଏନପିର ସହଯୋଗୀ ଦଳ ଗାଓଁସାମହାତି ଆନ୍ଦୋଳନ, ବାଂଲାଦେଶ ଜାତୀୟ ପାର୍ଟି(ବିଜେପି) ଓ ଗଣ ଅଧିକାର ପରିଷଦ ଗୋଟିଏ ଲେଖାଏ ଆସନ ଜିତିଛନ୍ତି। ବିଏନପି ସରକାର ଗଠନ କରିବାକୁ ଯାଉଥିବା ବେଳେ ବିଜେପି ମଧ୍ୟ ଏଥିରେ ଭାଗିଦାରୀ କରିବ। ବାଂଲାଦେଶ ସରକାର ଗଠନରେ ବିଜେପି ମଧ୍ୟ ସାମିଲ ହେବ। 

ଅନ୍ୟପକ୍ଷରେ ଜମାତ ଏକାକୀ ୬୮ଟି ଆସନ ଜିତିଥିବା ବେଳେ ସହଯୋଗୀ ନ୍ୟାଶନାଲ ସିଟିଜେନ ପାର୍ଟି ବା ଏନସିପି ୬ଟି ଆସନ ଦଖଲ କରିଛି। 
ବାଂଲାଦେଶର ସାଧାରଣ ନିର୍ବାଚନ ୫୦ଟି ରାଜନୀତିକ ଦଳ ଓ ୨୦୨୮ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ଏମାନଙ୍କ ମଧ୍ୟରେ ୨୭୩ ଜଣ ହେଉଛନ୍ତି ସ୍ୱାଧୀନ ପ୍ରାର୍ଥୀ। ବିଏନପି ସର୍ବାଧିକ ୨୯୧ ଜଣ ପ୍ରାର୍ଥୀ ଦେଇଥିଲା। ଏହା ବ୍ୟତୀତ ୮୩ ଜଣ ମହିଳା ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। 

ବାଂଲାଦେଶ ଜାତୀୟ ପାର୍ଟି(ବିଜେପି)ର ପାର୍ଥୋ ୧,୦୫,୫୪୩ ଖଣ୍ଡ ଭୋଟ ପାଇ ଜମାତ ପ୍ରାର୍ଥୀ ମହମ୍ମଦ ନଜରୁଲ ଇସଲମାଙ୍କୁ ପରାସ୍ତ କରିଛନ୍ତି। ନଜରୁଲ ୭୫,୩୩୭ ଖଣ୍ଡ ଭୋଟ ପାଇଛନ୍ତି। ଫେବୃଆରୀ ୧୨ ନିର୍ବାଚନ ପୂର୍ବରୁ ଭୋଳା ନିର୍ବାଚନ ମଣ୍ଡଳୀକୁ ପାର୍ଥୋ ଗୋଟିଏ ତିଳୋତ୍ତମା ବା ଅତ୍ୟାଧୁନିକ ଓ ସୁନ୍ଦର ସହରରେ ପରିଣତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। 

ଭୋଳା-ବରିଶଲ ବ୍ରିଜ ତିଆରି କରିବା ସହ ମେଡିକାଲ କଲେଜ ପ୍ରତିଷ୍ଠା ଓ ପ୍ରତିଟି ଘରକୁ ଗ୍ୟାସ ସଂଯୋଗ କରିବେ ବୋଲି କହିଥିଲେ। ପାଥଇ ହେଉଛନ୍ତି ଜଣେ ରାଜନେତା, ଶିକ୍ଷାବିତ ଓ ଆଇନଜୀବୀ। ସେ ଭୋଳା-୧ର ପୂର୍ବତନ ସାଂସଦ। ଢାକାରେ ଥିବା ବ୍ରିଟିଶ ସ୍କୁଲ ଫ ଲ’ର ସେ ପ୍ରିନ୍ସିପାଲ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

ତାଙ୍କ ରାଜନୀତିକ କ୍ୟାରିୟରର ୨୦୦୮ରୁ ଆରମ୍ଭ ହୋଇଥିଲା। ସେ ବାଂଲାଦେଶର ୯ମ ସାଧାରଣ ନିର୍ବାଚନରେ ଭୋଳା-୧ ଆସନରୁ ନିର୍ବାଚନ ଲଢ଼ି ଆବାମୀ ଲିଗରର ୟୁସୁଫ ହୁସେନ ହୁମାୟୁନଙ୍କୁ ହରାଇଥିଲେ।

୨୦୦୯ରୁ ୨୦୧୪ ଯାଏ ସେ ସାଧାରଣ ପ୍ରଶାସନ ମନ୍ତ୍ରଣାର ଷ୍ଟାଣ୍ଡିଂ କମିଟିର ସଦସ୍ୟ ରହିଥିଲେ। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ଓ ଭୋଳା-୧ ନିର୍ବାଚନ ମଣ୍ଡଳୀର ପୂର୍ବତନ ସାଂସଦ ନଜିଉର ରହମାନ ମଞ୍ଜୁ ଓ ଶେଖ ରେବା ରହମାନଙ୍କ ପୁଅ। 

Bangladesh Election