Advertisment

ସେନା ଗାଡ଼ି ଉପରେ ଆତ୍ମଘାତୀ ହମଲା, ୪୭ ମୃତ

୩୦ରୁ ଅଧିକ ଆହତ ହୋଇଛନ୍ତି। ଆତ୍ମଘାତୀ ହମଲା କରିଥିବା ଦାବି କରିଛି ବେଲୁଚିସ୍ତାନ ଲିବରେସନ୍ ଆର୍ମି।

author-image
Madhupriya Mistry
Soilder Killed

Soilder Killed

ପାକିସ୍ତାନ ସେନା ଗାଡ଼ି ଉପରେ ଆତ୍ମଘାତୀ ହମଲା। ବିସ୍ଫୋରଣରେ ୪୭ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ୩୦ରୁ ଅଧିକ ଆହତ ହୋଇଛନ୍ତି। ଆତ୍ମଘାତୀ ହମଲା କରିଥିବା ଦାବି କରିଛି ବେଲୁଚିସ୍ତାନ ଲିବରେସନ୍ ଆର୍ମି।

Advertisment

ବେଲୁଚିସ୍ତାନର ତୁର୍ବତ୍ତ ନିକଟରେ ଏହି ବିସ୍ଫୋରଣ ହୋଇଛି। BLAର ଆତ୍ମଘାତୀ ୟୁନିଟ୍ ମଜିଦ ବ୍ରିଗେଡ୍ ପାକିସ୍ତାନ ସେନାର କନଭଏ ଉପରେ ଆତ୍ମଘାତୀ ବିସ୍ଫୋରଣ କରିଥିବା ଦାବି କରିଛି। ତୁର୍ବତ୍ତ ସହରରୁ ୮ କିମି ଭିତରକୁ ବେହମାନ୍ ଅଞ୍ଚଳରେ ଏହି ଘଟଣା ଘଟିଛି।

କରାଚି ଅଭିମୁଖେ ଯାଉଥିବା ପାକିସ୍ତାନ ସେନାର ୧୩ଟି ଗାଡ଼ିକୁ ଟାର୍ଗେଟ କରାଯାଇଥିଲା। ଯେଉଁଥିରେ ରହିଥିଲା ୫ଟି ବସ୍ ଓ ୭ଟି ମିଲିଟାରୀ ବସ୍। ବେଲୁଚିସ୍ତାନ ଲିବରେସନ୍ ଆର୍ମି ଦାବି କରିଛି ଗୋଟିଏ ବସ୍ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି।

Advertisment

କିଛି ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୋଟିଏ ମିଲିଟାରୀ ଗାଡ଼ି ଧୂଳିସାତ ହୋଇଥିବା କହିଛି BLA। ତେବେ ଏନେଇ ପାକିସ୍ତାନ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନି।

Balochistan Attack On Pakistani Army Convoy Turbat Attack