Advertisment

ଯୁଦ୍ଧ ଭିତରେ ବ୍ଲାକ୍‌ଆଉଟ୍‌ ହେଲା ଗାଜା, ମିଳୁନି ଖାଦ୍ୟ

ପାଣି ଓ ଖଦ୍ୟ ଅଭାବ ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି।

Gaza Under Attack

Gaza Under Attack

Advertisment

ଜାରି ରହିଛି ଘମାଘୋଟ ଯୁଦ୍ଧ। ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀମାନେ କରୁଛନ୍ତି ଘନ ଘନ ଆକ୍ରମଣ। ଇସ୍ରାଏଲ ମଧ୍ୟ ଏହାର ମୁହଁତୋଡ ଜବାବ ଦେଉଛି। ତେବେ ଏହି ଯୁଦ୍ଧ ଭିତରେ ପେଶି ହେଉଛି ଗାଜା ପଟ୍ଟି। ପୂରାପୁରି ବ୍ଲାକ୍‌ଆଉଟ୍‌ ହୋଇଯାଇଛି ଗାଜା ସହର।

Advertisment

ଗାଜାରେ ବିଦ୍ୟୁତ୍ ଯୋଗାଣ ପାଇଁ ରହିଥିବା ଏକମାତ୍ର ପାୱାର ପ୍ଲାଣ୍ଟ ବନ୍ଦ ହୋଇଯାଇଛି। ଫଳରେ ପୂରା ସହରକୁ ବିଦ୍ୟୁତ୍ ଯୋଗାଣ ଠପ୍ ହୋଇଛି । କେବଳ ସେତିକି ନୁହେଁ ଏଠାରେ ଖାଦ୍ୟ ଓ ପାଣି ସଙ୍କଟ ମଧ୍ୟ ଦେଖାଦେଇଛି। ଗାଜାକୁ ଇସ୍ରାଏଲ ଖାଦ୍ୟ ଓ ଇନ୍ଧନ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରିବା ପରେ ଜଟିଳ ସ୍ଥିତି ଉପୁଜିଛି। ଗାଜାରେ ଇନ୍ଧନ ଅଭାବରୁ ପାୱାର ପ୍ଲାଣ୍ଟ ଠପ୍ ହୋଇଯିବା ନେଇ ବିଭିନ୍ନ ମାନବାଧିକାର ସଙ୍ଗଠନ ଉଦବେଗ ପ୍ରକାଶ କରିଛନ୍ତି।

ଗାଜା ଏନ୍‌କ୍ଲେଭର ଏକମାତ୍ର ପାଓ୍ୱାର ପ୍ଲାଣ୍ଟର ଇନ୍ଧନ ସରିଯିବା ପରେ ଏହା ବନ୍ଦ ହୋଇଯାଇଛି। ଏଠାକାର ଜନସାଧାରଣ ନିଜ ନିଜ ଫୋନ୍ ଚାର୍ଜ କରିବା ପାଇଁ କାର୍‌ ବ୍ୟାଟେରୀର ବ୍ୟବହାର କରୁଛନ୍ତି। କେବଳ ସେତିକି ନୁହେଁ ପାଣି ଓ ଖଦ୍ୟ ଅଭାବ ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି।

Advertisment

ଗାଜାରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଥିବାରୁ ତୁରନ୍ତ ସମାଧାନର ରାସ୍ତା ବାହାର କରିବାକୁ ଜାତିସଂଘ ଗୁରୁତ୍ୱାରୋପ କରିଛି। ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲର ବୋମା ବର୍ଷା ପାଇଁ ୨ ଲକ୍ଷ ୬୦ ହଜାରରୁ ଅଧିକ ଲୋକ ସେମାନଙ୍କ ଘର ଛାଡିଛନ୍ତି। ଯୁଦ୍ଧ ତୀବ୍ର ହେଉଥିବାରୁ ଗାଜାରେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହା ମଧ୍ୟରେ ୨୬୦ ଶିଶୁ ଓ ୨୩୦ ମହିଳା ରହିଛନ୍ତି।

Israel-Palestine Conflict Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe