Advertisment

ରେଲୱେ ଷ୍ଟେସନରେ ଭୟଙ୍କର ବିସ୍ଫୋରଣ; ୨୧ ମୃତ, ୩୦ ଗୁରୁତର

ଏହି ବିସ୍ଫୋରଣ ରେଲୱେ ଷ୍ଟେସନର ବୁକିଂ କାର୍ଯ୍ୟାଳୟ ନିକଟରେ ଘଟିଛି। ପାସେଞ୍ଜର ଟ୍ରେନ୍‌ଟି ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ଏହି ବିସ୍ଫୋରଣ ଘଟିଛି।

ଅଦ୍ୟତନ ହୋଇଛି
Blast In Station

Blast In Station

Advertisment

ପୁଣି ଥରେ ଅଶାନ୍ତ ହୋଇଉଠିଛି ପାକିସ୍ତାନ। ବିସ୍ଫୋରଣରେ ଥରିଛି ବେଲୁଚିସ୍ତାନ । ବେଲୁଚିସ୍ତାନରେ ଥିବା କ୍ୱେଟା ରେଲୱେ ଷ୍ଟେସନ ପରିସରରେ ଘଟିଛି ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ପ୍ରାୟ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି କୁହାଯାଉଛି। 

Advertisment

ପାକିସ୍ତାନର ଏକ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ରେଲୱେ ଷ୍ଟେସନର ବୁକିଂ କାର୍ଯ୍ୟାଳୟ ନିକଟରେ ଘଟିଛି। ପେସୱାର ଅଭିମୁଖେ ଯିବାକୁ ଥିବା ଏକ ପାସେଞ୍ଜର ଟ୍ରେନ୍‌ଟି ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ଏହି ବିସ୍ଫୋରଣ ଘଟିଛି। ଉକ୍ତ ସମୟରେ ଷ୍ଟେସନରେ ଖଚାଖଚ ଲୋକ ଥିଲେ। ତେଣୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

ଖବର ପାଇ ତୁରନ୍ତ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିଛନ୍ତି। ଏଥିସହ ବମ୍‌ ନିଷ୍ଟ୍ରିୟ ଟିମ୍‌ ଷ୍ଟେସନରେ ପହଞ୍ଚି ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛନ୍ତି। କ୍ୱେଟାସ୍ଥିତ ସିଭିଲ ହସ୍ପିଟାଲରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି।

Advertisment

ପ୍ରାଥମିକ ତଦନ୍ତରୁ କ୍ୱେଟା ଷ୍ଟେସନରେ ଦୁଇଟି ବମ୍‌ ବ୍ଲାଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ କିଏ ଓ କାହିଁକି ଏହି ବମ୍‌ ବ୍ଲାଷ୍ଟ କରିଛି, ଏହା ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇପାରିନି। କୌଣସି ଆତଙ୍କୀ ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରି ନାହାନ୍ତି। ବୋମା ବିସ୍ଫୋରଣ ପରେ ଚରିଆଡ଼େ ଲୋକେ ଜୀବନ ବିକଳରେ ଧାଁଦୌଡ଼ କରିବାକୁ ଲାଗିଲେ। ଫଳରେ ତଳେ ପଡ଼ି ବହୁ ଜଣ ଆହତ ହୋଇଛନ୍ତି।

Bomb Blast Pakistan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe