Advertisment

ଟ୍ରମ୍ପଙ୍କ ହୋଟେଲ ବାହାରେ ବିସ୍ଫୋରଣ, ଜଣେ ମୃତ

ସେହିପରି ୭ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ପଛରେ ଆତଙ୍କବାଦୀ ସଂପୃକ୍ତି ସନ୍ଦେହ କରାଯାଉଛି।

author-image
Madhupriya Mistry
Blast Infront oF Trump Hotel

Blast Infront oF Trump Hotel

ଟ୍ରମ୍ପଙ୍କ ହୋଟେଲ ବାହାରେ ହେଲା ଭୟଙ୍କର ବିସ୍ଫୋରଣ। ଆମେରିକାର ଲାସ ଭେଗାସରେ ଟ୍ରମ୍ପ ଇଣ୍ଟରନ୍ୟାସନାଲ ହୋଟେଲ ଆଗରେ ଟେସଲା ସାଇବର ଟ୍ରକରେ ବିସ୍ଫୋରଣ ହୋଇଛି। ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୭ ଜଣ ଆହତ ହୋଇଛନ୍ତି।

Advertisment

ସୂଚନା ମୁତାବକ, ଆଜି ଭୋରରୁ ଏହି ବିସ୍ଫୋରଣ ଘଟିଛି। ହୋଟେଲର ମୁଖ୍ୟ ପ୍ରବେଶ ପଥରେ ସାଇବର୍‌ ଟ୍ରକ୍‌ରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପଛରେ ଆତଙ୍କବାଦୀ ସଂପୃକ୍ତି ସନ୍ଦେହ କରାଯାଉଛି। ଲାସ ଭେଗାସ ପୁଲିସ ଘଟଣାର ତଦନ୍ତ କରୁଛି।

ବିସ୍ଫୋରଣ ପରେ ସୁରକ୍ଷା ଦୃଷ୍ଟିରୁ ହୋଟେଲକୁ ଖାଲି କରିଦିଆଯାଇଛି। ଟ୍ରକ ଭିତରୁ ଅନେକ ବିସ୍ଫୋରକ ସାମଗ୍ରୀ ମିଳିଛି। ଏହା ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି ଟେସଲା କମ୍ପାନି ମାଲିକ ଏଲନ ମସ୍କ। ବୋମା ଲଗାଇ ଟ୍ରକ୍ ବିସ୍ଫୋରଣ କରାଯାଇଥିବା ସେ କହିଛନ୍ତି। ନ୍ୟୁ ଓର୍ଲିନରେ ଆତଙ୍କବାଦୀ ଆକ୍ରମଣ ପରେ ଏହି ଘଟଣା ହୋଇଥିବାରୁ ଦୁଇ ଆକ୍ରମଣ ମଧ୍ୟରେ ଲିଙ୍କ ସନ୍ଦେହରେ ତଦନ୍ତ ଚାଲିଛି।

Advertisment

ପୁଲିସ କହିଛି ଯେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ FBI ଚିହ୍ନଟ କରିଛି। ସେ ଏହି ସାଇବର ଟ୍ରକ୍‌କୁ କୋଲେରାଡୋରୁ ଭଡ଼ାରେ ଆଣିଥିଲେ। କିନ୍ତୁ ଡ୍ରାଇଭରଙ୍କ ପରିଚୟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ।

Elon Musk Donald Trump Blast In Front Of Trump Hotel Tesla Cybertruck Blast