Advertisment

କାଲି ପଡ଼ିବ ଭୋଟ, ଆଜି ଫୁଟିଲା ବୋମା: ଚାଲିଗଲା ୨୨ ଜଣଙ୍କ ଜୀବନ

ବିସ୍ଫୋରଣ ପରେ ବିଭିନ୍ନ ପୁଲିଂ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ଚେକିଂ ଓ ବ୍ଲକିଂକୁ ମଧ୍ୟ ଜୋରଦାର କରାଯାଇଛି।

Blast

Blast

Advertisment

ଆସନ୍ତାକାଲି ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାର ଦିନକ ପୂର୍ବରୁ ବାଲୋଚିସ୍ତାନରେ ଡବଲ ବିସ୍ଫୋରଣ ହୋଇଛି। ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଦୁଇ ଜଣ ନେତାଙ୍କ ଅଫିସ ନିକଟରେ ଏପରି ବିସ୍ଫୋରଣ ହୋଇଛି।

Advertisment

ଏଥିରେ ୨୨ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଗୁରୁବାର ଭୋଟ ପଡ଼ିବାକୁ ଥିବା ବେଳେ ଆଜି ବୋମା ଫୁଟିବା ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଜେଲରେ ଥିବା ବେଳେ ବାରମ୍ବାର ଦେଶରେ ଆତଙ୍କବାଦୀ ହମଲା ହୋଇ ଚାଲିଛି। ଏସବୁ ଭିତରେ ଆସନ୍ତାକାଲି ପାକିସ୍ତାନବାସୀ ଭୋଟ ଦେବାକୁ ଯାଉଛନ୍ତି। 

Advertisment

ବିସ୍ଫୋରଣ ପରେ ବିଭିନ୍ନ ପୁଲିଂ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ଚେକିଂ ଓ ବ୍ଲକିଂକୁ ମଧ୍ୟ ଜୋରଦାର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ପିଶଇନ ଜିଲ୍ଲାରୁ ନିର୍ବାଚନ ଲଢ଼ୁଥିବା ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ଅଫିସ ନିକଟରେ ପ୍ରଥମ ବିସ୍ଫୋରଣ ହୋଇଥିଲା। ଏଥିରେ ୧୨ ଜଣ ପ୍ରାଣ ହରାଇଥିଲେ। ସେହିପରି ଦ୍ୱିତୀୟ ବିସ୍ଫୋରଣଟି ଆଫଗାନିସ୍ତାନ ସୀମାକୁ ଲାଗିଥିବା କିଲ୍ଲା ସୈଫୁଲ୍ଲା ସହରରେ ହୋଇଛି। ଜେୟୁଆଇର ଗୋଟିଏ ଅଫିସକୁ ଟାର୍ଗେଟ କରି ହୋଇଥିବା ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। 

ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏକାଧିକ କାର ଓ ବାଇକ ମଧ୍ୟ ଛିନଛତ୍ର ହୋଇଯାଇଛି। 

ଦୁଇଟି ଯାକ ବିସ୍ଫୋରଣ ଆତଙ୍କବାଦୀ ଦ୍ୱାରା ହୋଇଥିବା କୁହାଯାଉଛି। କିନ୍ତୁ ଏଯାଏ କୌଣସି ଆତଙ୍କବାଦୀ ସଂଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ନାହାନ୍ତି।

Pakistan Bomb Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe