Advertisment

ବିମାନ ଚକା ଭିତରୁ ମିଳିଲା ମୃତଦେହ, କର୍ମଚାରୀ ଛାନିଆ

ବିମାନର ଲ୍ୟାଣ୍ଡିଂ ଗିଅରର ଚକ ଭତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି।

author-image
Madhupriya Mistry
United Airlines

United Airlines

ବିମାନ ଚକା ଭିତରୁ ମିଳିଲା ମୃତଦେହ। ବିମାନ କର୍ମଚାରଙ୍କ ମଧ୍ୟରେ ଖେଳିଗଲା ଆତଙ୍କ। ଆମେରିକାର ବିମାନ ବନ୍ଦରରେ ଘଟିଛି ଏଭଳି ଘଟଣା। ୟୁନାଇଟେଡ୍ ଏୟାରଲାଇନ୍ସର ବିମାନର ଲ୍ୟାଣ୍ଡିଂ ଗିଅରର ଚକ ଭତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଛି।

Advertisment

ଶବଟି କିପରି ଓ କେଉଁଠାରୁ ଚକ ଭିତରକୁ ଆସିଥିଲା ​​ତାକୁ ବିମାନବନ୍ଦର ଅଧିକାରୀମାନେ ତନାଘନା ଜାରି ରଖିଛନ୍ତି। ତାଙ୍କ କହିବାନୁସାରେ, ଜଣେ ବ୍ୟକ୍ତି କେବଳ ବିମାନ ବାହାରେ ଲ୍ୟାଣ୍ଡିଂ ଗିଅରର ଚକ ଭିତରକୁ ପହଞ୍ଚି ପାରିବେ। ବିମାନ ଭିତରୁ ଏଠାକୁ ପହଞ୍ଚିବାର କୌଣସି ରାସ୍ତା ନାହିଁ।

ୟୁନାଇଟେଡ୍ ଏୟାରଲାଇନ୍ସ ତରଫରୁ ଏକ ବୟାନ ଜାରି କରି କୁହାଯାଇଛି ଯେ, ମଙ୍ଗଳବାର ମାଉଇର କାହୁଲୁଇ ବିମାନ ବନ୍ଦରରେ ପହଞ୍ଚିବା ପରେ ବିମାନର ମୁଖ୍ୟ ଲ୍ୟାଣ୍ଡିଂ ଗିୟର୍‌ର ଚକା ଭିତରୁ ଏକ ମୃତଦେହ ମିଳିଥିଲା। ତେବେ ମୃତଦେହଟି କେଉଁଠ ଆସିଲା ସେ ନେଇ ପୁଲିସ ସହ ମିଶି ଯାଞ୍ଚ ଜାରି ରହିଥିବା କମ୍ପାନୀ କହିଛି। ବ୍ୟକ୍ତି ଜଣକ କିପରି ଚକକୁ ଭିତରକୁ ପହଞ୍ଚିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି କମ୍ପାନୀ କହିଛି।

Advertisment

କୁହାଯାଉଛି ଯେ, ଶିକାଗୋର ଓ'ହାରେ ବିମାନ ବନ୍ଦରରୁ ଉଡାଣ ଭରିଥିବା ବୋଇଂ ୭୮୭-୧୦ ବିମାନରୁ ମୃତଦେହ ମିଳିଛି। ରିପୋର୍ଟ ମୁତାବକ, ମାଉଇ ପୁଲିସ ମାମଲାର ତଦନ୍ତ ଜାରି ରହିଛି। ରିପୋର୍ଟ ମୁତାବକ, ମାଉଇ ପୁଲିସ ମାମାଲର ଯାଞ୍ଚରେ ଲାଗିପଡିଛି।

Deadbody United Airlines