Advertisment

ବର୍ଷେ ହେଲା ନିଖୋଜ ଥିଲେ ମଡେଲ, ଶବଗୃହରୁ ମିଳିଲା ମୃତଦେହ

ମଡେଲଙ୍କ ଦେହରେ ଏକାଧିକ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Thai Model Dead Body Found

Thai Model Dead Body Found

ବର୍ଷେ ହେଲା ନିଖୋଜ ଥିଲେ ମଡେଲ। ଏବେ ବର୍ଷକ ପରେ ସନ୍ଦିଗ୍ଧ ଅବସ୍ଥାରେ ଶବୃଗହରୁ ମିଳିଲା ମୃତଦେହ। ଏହାପରେ ପରିବାର ଲୋକେ ତଦନ୍ତ ଦାବି କରିଛନ୍ତି।

Advertisment

କାଇକନ୍‌ କେନାକମ୍‌। ତାଙ୍କ ବୟସ ୩୧ ବର୍ଷ। ସେ ଜଣେ ଜଣାଶୁଣା ମଡେଲ ଥିଲେ। ତେବେ ତାଙ୍କ କାର୍ଯ୍ୟ ପ୍ରତିଦ୍ୱନ୍ଦ୍ୱତି କମ୍‌ ହେବା ପରେ ସେ ବାହାରିନ୍‌ ଚାଲି ଯାଇଥିଲେ। ଏହାପରେ ସେ ପୂର୍ବୋତ୍ତର ଥାଇଲାଣ୍ଡରେ ନିଜ ପରିବାରର ସମର୍ଥନ କରିବା ପାଇଁ କଏ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ଏହାପରେ ସେ ସୋଶାଲ ମିଡିଆରେ ନିୟମିତ ରୂପେ ନିଜ ପରିବାରକୁ ଅପ୍‌ଡେଟ୍‌ ଦେଉଥିଲେ। ଏଠାରେ ସେ ନିଜ ପ୍ରେମିକ ସହ ମିଶି ରହୁଥିଲେ।

ତେବେ ହଠାତ୍‌ ଏପ୍ରିଲ ୨୦୨୩ରେ କାଇକାନ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବା ବନ୍ଦ କରି ଦେଇଥିଲେ। ଏହାକୁ ନେଇ ତାଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡିଥିଲେ। ଡେଲି ମିରର୍‌ର ରିପୋର୍ଟ ଅନୁଯାୟୀ, ସେମାନେ ମଡେଲଙ୍କ ଫୋନ୍‌କୁ କଲ୍‌ କରିଥିଲେ ମଧ୍ୟ କେହି ଉଠାଇ ନଥିଲେ। ଜାନୁଆରୀରେ, କାଇକାନଙ୍କ ପରିବାର ଲୋକେ ବହରାଇନ୍‌ରେ ଥିବା ଥାଇଲାଣ୍ଡ ଦୂତାବାସକୁ ତାଙ୍କୁ ଖୋଜିବା ପାଇଁ ସାହାଯ୍ୟ ମାଗିଥିଲେ। କିନ୍ତୁ ଗଲ୍ଫ ଦେଶରେ ଥାଇ ସମ୍ପ୍ରଦାୟର କିଛି ଲୋକଙ୍କ ସହାୟତାରେ କାଇକାନଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା।

Advertisment

ଏପ୍ରିଲ ୧୮ ତାରିଖରେ ବାହାରିନ୍‌ରେ ଥିବା ଥାଇ ଦୂତାବାସ ଗତବର୍ଷ ଠାରୁ ମନାମାର ସଲମାନିଆ ମେଡିକାଲ କମ୍ପ୍ଲେକ୍ସ ଥିବା ଶବଗୃହରେ ଜଣେ ଅଜ୍ଞାତ ଦକ୍ଷିଣ ପୂର୍ବ ଏସୀୟ ମହିଳାଙ୍କ ମୃତଦେହ ରଖାଯାଇଥିବା ମଡେଲଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲା। ଏହାପରେ ପରିବାର ଲକୋ ସେଠାରେ ପହଞ୍ଚିଥିଲେ। ଗେଡରେ ହୋଇଥିବା ଟାଟୁକୁ ଦେଖି ଉକ୍ତ ମୃତଦେହଟି କାଇକାନଙ୍କ ବୋଲି ଚିହ୍ନଟ କରିଥିଲେ।

ରିପୋର୍ଟ ଅନୁଯାୟୀ, ଅତ୍ୟଧିକ ମଦ୍ୟପାନ ହେତୁ ଫୁସ୍‌ଫୁସ୍‌ ଓ ହାର୍ଟ ଫେଲ୍‌ ଯୋଗୁ ମଡେଲଙ୍କ ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତେବେ ମଡେଲଙ୍କ ଦେହରେ ଏକାଧିକ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ପାଇଁ ଦାବି ହୋଇଛି।

Thai Model Missing Kaikan Kaennakam Baharin